Advertisment

Dead elephant missing: ମୁଣ୍ଡୁଟି ଜଙ୍ଗଲରୁ ମୃତହାତୀ ଗାଏବ ଘଟଣା: ବୁଲାକୁକୁର ଟାଣି ଆଣିଲେ ହାତୀର ହାଡ଼, ମାଂସ

Advertisment

ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ମୁଣ୍ଡୁଟି ଜଙ୍ଗଲରୁ ମୃତହାତୀ ଗାଏବ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ରେଞ୍ଜର ବିନୟ ବିଶିଙ୍କ ନିଜ ଗାଁରୁ ମାତ୍ର ଦେଢ଼ କିମି ଦୂରରେ ଥିବା ତହଁସିର ଡ୍ୟାମ୍‌ ନିକଟରୁ ହାତୀର ଖଣ୍ଡବିଖଣ୍ଡିତ ଦେହାଂଶ ମିଳିଥିଲା।

ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ମୁଣ୍ଡୁଟି ଜଙ୍ଗଲରୁ ମୃତହାତୀ ଗାଏବ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ରେଞ୍ଜର ବିନୟ ବିଶିଙ୍କ ନିଜ ଗାଁରୁ ମାତ୍ର ଦେଢ଼ କିମି ଦୂରରେ ଥିବା ତହଁସିର ଡ୍ୟାମ୍‌ ନିକଟରୁ ହାତୀର ଖଣ୍ଡବିଖଣ୍ଡିତ ଦେହାଂଶ ମିଳିଥିଲା।

fhfshffhxbv

କେସିଙ୍ଗା: ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ମୁଣ୍ଡୁଟି ଜଙ୍ଗଲରୁ ମୃତହାତୀ ଗାଏବ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ରେଞ୍ଜର ବିନୟ ବିଶିଙ୍କ ନିଜ ଗାଁରୁ ମାତ୍ର ଦେଢ଼ କିମି ଦୂରରେ ଥିବା ତହଁସିର ଡ୍ୟାମ୍‌ ନିକଟରୁ ହାତୀର ଖଣ୍ଡବିଖଣ୍ଡିତ ଦେହାଂଶ ମିଳିଥିଲା। ତେବେ ଏହି ଘଟଣାକୁ ଆରମ୍ଭରୁ ବନ ବିଭାଗ ଗୁରୁତ୍ବ ଦେଇ ନଥିବା ଚର୍ଚ୍ଚା ହେଉଛି। ‌ବୁଧବାର ହାତୀର ଦେହାଂଶ ମିଳିବା ପରେ ବ୍ୟବଚ୍ଛେଦ କରାଯାଇଥିଲା। ସନ୍ଧ୍ୟାରେ ଟର୍ଚ୍ଚ ଓ ମୋବାଇଲ ଲାଇଟ୍‌ରେ ବ୍ୟବଚ୍ଛେଦ ପରେ ହାତୀର ଦେହାଂଶକୁ ପୁଣି ପୋତି ଦିଆଯାଇଥିଲା। ତେବେ ହାତୀର ଦେହାଂଶକୁ ଖାମଖିଆଲି ଭାବେ ପୋତି ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ସକାଳେ ହାତୀ ପୋତା ହୋଇଥିବା ସ୍ଥାନରୁ ମାଂସ ଓ ହାଡ଼କୁ ବୁଲାକୁକୁର ଟଣାଓଟରା କରି ଖାଉଥିବା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ନିୟମ ଅନୁଯାୟୀ ଉଦ୍ଧାର ହୋଇଥିବା ସମସ୍ତ ହାଡ଼, ମାଂସକୁ ପ୍ରାକୃତିକ ଓ ରାସାୟନିକ ପଦ୍ଧତିରେ ମାଟିରେ ମିଶିବା ଭଳି ବ୍ୟବସ୍ଥା କରାଯିବା କଥା। କିନ୍ତୁ ତାହା କରାଯାଇ ନାହିଁ।

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ

ବିଶାଖାପାଟଣାରେ ବୁଲୁଛନ୍ତି କରିତ୍‌କର୍ମା ରେଞ୍ଜର! 
ବ୍ୟବଚ୍ଛେଦ ହୋଇପାରିନି, କେବଳ ନମୁନା ସଂଗ୍ରହ ହୋଇଛି: ସିଡିଭିଓ 

ଫଳରେ ଅଞ୍ଚଳଟି ପଚାଗନ୍ଧରେ ଫାଟିପଡୁଛି। ଅପରପକ୍ଷରେ ଶବ ବ୍ୟବଚ୍ଛେଦ ସଂପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ନିରଜ ଚନ୍ଦ୍ର କହଁର କହିଛନ୍ତି, ହାତୀର ଦେହାଂଶ ପଚି ଯାଇଥିବା ଓ ସବୁ ଅଂଶ ନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା। କେବଳ ଉପଲବ୍ଧ ବିଭିନ୍ନ ଅଂଶର ନମୁନା ସଂଗ୍ରହ ହୋଇଥିଲା। ବ୍ୟବଚ୍ଛେଦ ହୋଇ ନଥିଲେ ହାତୀ ମୃତ୍ୟୁର କାରଣ କେମିତି ଜଣାପଡ଼ିବ ବୋଲି ସିଡିଭିଓଙ୍କ ପ୍ରତିକ୍ରିୟା ପରେ ପ୍ରଶ୍ନ ଉଠୁଛି। ଫଳରେ ଅଭିଯୁକ୍ତ ଖସିଯିବା ଆଶଙ୍କା କରାଯାଉଛି।

Health: ଆପୋଲୋ ହସ୍ପିଟାଲ୍ସରେ ଶିଶୁଙ୍କ ସଫଳ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା

ପ୍ରଥମଥର ହାତୀର ମୃତଦେହ ପୋତିବା ପାଇଁ କେଉଁ ଜେସିବି ବ୍ୟବହାର ହୋଇଥିଲା, ଏଥିପାଇଁ କିଏ ଡାକିଥିଲା, କେଉଁ ଗାଡ଼ିରେ କନ୍ଧମାଳ ଜିଲ୍ଲାରୁ ହାତୀର ଶବ ଆସିଲା, ପୋତିବାରେ କିଏ କିଏ ନିୟୋଜିତ ଥିଲେ ତା’ର ନିରପେକ୍ଷ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣାରେ ରେଞ୍ଜର ବିନୟ ବିଶିଙ୍କୁ ବନ ବିଭାଗ ନିଲମ୍ବନ କରିଛନ୍ତି। ନିଲମ୍ବିତ ରେଞ୍ଜର ଏବେ ବିଶାଖପାଟଣାରେ ବୁଲାବୁଲି କରୁଥିବା ଚର୍ଚ୍ଚା ହେଉଛି। ତେବେ ହାତୀ ଭଳି ଏକ ବିଶାଳ ପ୍ରାଣୀକୁ ଖଣ୍ଡଖଣ୍ଡ କରି ଅନ୍ୟ ଜିଲ୍ଲାକୁ ନେଇ ପୋତିଦେବା ଭଳି ଅମାନୁଷିକ କାର୍ଯ୍ୟ କାହିଁକି କରାଗଲା ତାହା ଏବେ ବି ରହସ୍ୟମୟ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe