IMD's Dense Fog Warning:ଆଉ ୫ ଦିନ ଘନ କୁହୁଡ଼ି, ଜାନୁଆରି ୨ରୁ କମିବ ଶୀତ

Advertisment

ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି, ତଥାପି ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ....

ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି, ତଥାପି ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ....

cold to ease from January 2

cold to ease from January 2 Photograph: (sambad.in)

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି, ତଥାପି ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। 

ଭାରତୀୟ ପାଣିପାଗ ବିଭାଗ(IMD)ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଆଗାମୀ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଆହୁରି ପଢ଼ନ୍ତୁ:Nandankanan Zoological Park:ବାଘୁଣୀ ଜୟଶ୍ରୀର ୩ ଶାବକଙ୍କ ମଧ୍ୟରୁ ଗୋଟିଏ ଜୀବିତ

ଆସନ୍ତା ତିନି ଦିନ ପରେ, ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ୨ ରୁ ୩ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାରୁ, ରବିବାର ସକାଳେ ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ଥିଲା।

ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ

କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କନ୍ଧମାଳର ଦାରିଙ୍ଗବାଡି ଏବଂ ଫୁଲବାଣୀରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୂଭୂତ ହେଉଛି। ଉଭୟ ସ୍ଥାନରେ ତାପମାତ୍ରା ଯଥାକ୍ରମ‌େ ୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଖସିଯାଇଛି।

ଆଇଏମଡି ଅନୁସାରେ  ଜାନୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ତେବେ ଜାନୁଆରି ୨ଠାରୁ ଶୀତ କମିବାର ସମ୍ଭାବନା ରହିଛି।

ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ:Ratan Tata: ପ୍ରେମ ଥିଲା ହାତ ପାଆନ୍ତାରେ, ପ୍ରେମିକାଙ୍କୁ ଭେଟି ପାରି ନଥିଲେ ରତନ, ସାରା ଜୀବନ ରହିଥିଲେ ଅବିବାହିତ

ସେହିପରି, ଡିସେମ୍ବର ୩୦ ସକାଳ ସୁଦ୍ଧା ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe