Deo River: ନିଶ୍ବାସ ଗଣୁଛି ଦେଓ ନଦୀ: ପାଣି ନାହିଁ, ବାଲି ଚାଲାଣ

Advertisment

ଦିନ ଥିଲା ବର୍ଷତମାମ ଦେଓନଦୀରେ ପାଣି ଭରି ରହୁଥିଲା। ନଦୀର ଦୁଇ ପାର୍ଶ୍ବ ଶସ୍ୟ ଶ୍ୟାମଳା ‌ହେଉଥିଲା। ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଦେଓନଦୀର ପ୍ରମୁଖ ଭୂମିକା ରହିଥିଲା। ଉପରମୁଣ୍ଡର ଝାଡ଼ଖଣ୍ଡ ବ୍ୟାରେଜ୍‌ ଯୋଗୁ ଦେଓନଦୀର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ମରିବାକୁ ବସିଛି...

ଦିନ ଥିଲା ବର୍ଷତମାମ ଦେଓନଦୀରେ ପାଣି ଭରି ରହୁଥିଲା। ନଦୀର ଦୁଇ ପାର୍ଶ୍ବ ଶସ୍ୟ ଶ୍ୟାମଳା ‌ହେଉଥିଲା। ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଦେଓନଦୀର ପ୍ରମୁଖ ଭୂମିକା ରହିଥିଲା। ଉପରମୁଣ୍ଡର ଝାଡ଼ଖଣ୍ଡ ବ୍ୟାରେଜ୍‌ ଯୋଗୁ ଦେଓନଦୀର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ମରିବାକୁ ବସିଛି...

Deo River

Deo River Photograph: (sambad.in)

ରାଉରକେଲା: ଝାଡ଼ଖଣ୍ଡର ପଶ୍ଚିମସିଂହଭୂମ ଗମ୍‌ହାରିଆରୁ ବାହାରିଥିବା ଦେଓନଦୀ ସୁନ୍ଦରଗଡ଼ ନୂଆଗାଁ ଓ କୁଆରମୁଣ୍ଡା ବ୍ଲକବାସୀଙ୍କ ଜୀବନରେଖା। ପ୍ରାୟ ୫୬ କି.ମି. ପର୍ଯ୍ୟନ୍ତ ପ୍ରଭାବିତ ହୋଇ ରାଉରକେଲା ଝିରପାଣି ନିକଟସ୍ଥ କୋଏଲ ନଦୀରେ ମିଶିଛି। ଦିନ ଥିଲା ବର୍ଷତମାମ ଦେଓନଦୀରେ ପାଣି ଭରି ରହୁଥିଲା। ନଦୀର ଦୁଇ ପାର୍ଶ୍ବ ଶସ୍ୟ ଶ୍ୟାମଳା ‌ହେଉଥିଲା। ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଦେଓନଦୀର ପ୍ରମୁଖ ଭୂମିକା ରହିଥିଲା।

ଉପରମୁଣ୍ଡର ଝାଡ଼ଖଣ୍ଡ ବ୍ୟାରେଜ୍‌

ଉପରମୁଣ୍ଡର ଝାଡ଼ଖଣ୍ଡ ବ୍ୟାରେଜ୍‌ ଯୋଗୁ ସଂକଟରେ ରହିଥିବା ଦେଓନଦୀର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ମରିବାକୁ ବସିଛି। କେବଳ ବର୍ଷାଦିନକୁୁ ଛାଡ଼ିଦେଲେ ବର୍ଷର ବାକି ସମୟରେ ନଦୀରେ ପାଣି ପ୍ରଭାବିତ ହେଉନି। କାଁ ଭାଁ କେଉଁଠି କେମିତି ପତଳା ପାଣିଧାର ଦୃଶ୍ୟମାନ ହେଉଛି। ନଦୀର ଗୋଟିଏ ପାର୍ଶ୍ବରେ ନୂଆଗାଁ ୨୦ ପଞ୍ଚାୟତରୁ ୧୨ରୁ ଅଧିକ ପଞ୍ଚାୟତବାସୀ ଚାଷକାର୍ଯ୍ୟ ଉପରେ ନଦୀ ଉପରେ ନିର୍ଭରଶୀଳ।

ଆହୁରି ପଢ଼ନ୍ତୁ:Heartwarming Video: ହାଡ଼ଭଙ୍ଗା ଶୀତରେ ହୃଦୟ ଜିଣିଲେ ବୃଦ୍ଧ: ବୁଲା କୁକୁରଙ୍କୁ ସାହା ହେଲେ, ଘରେ ଆଶ୍ରୟ ଦେଲେ…

ଅନ୍ୟ ପାର୍ଶ୍ବରେ କୁଆରମୁଣ୍ଡାର ୪/୫ ପଞ୍ଚାୟତବାସୀ ରବି ଓ ଖରିଫ ଋତୁରେ ନଦୀ ପାଣିକୁ ବ୍ୟବହାର କରନ୍ତି। ନଦୀକୂଳିଆ ପ୍ରାୟ ୭୫ ପ୍ରତିଶତ ଗ୍ରାମବାସୀ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ୧୨% ଜମି ଜଳସେଚିତ ହୋଇପାରୁନି। ନୂଆଗାଁରେ ଖରିଫ ଋତୁରେ ୨୪% ଓ ରବି ଋତୁରେ ମାତ୍ର ୮% ଜମି ଜଳସେଚିତ ସମ୍ଭବ ହୋଇପାରୁଛି। ନୂଆଗାଁ ପନିପରିବା ପାଇଁ ସୁନ୍ଦରଗଡ଼ରେ ଆଗରେ ରହିଛି।

ଦେଓ ନଦୀର ପାଣି ରହିଲେ ଆହୁରି ଅଧିକ ଜମିରେ ପନିପରିବା ଚାଷ ହୋଇପାରନ୍ତା ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ଏବେ ପାଣି ନଥିବାରୁ ନଦୀ ପାର୍ଶ୍ବ ଅଧିକାଂଶ ଜମି ପଡ଼ିଆ ପଡୁଛି। କେବଳ ଏତିକି ନୁହେଁ ମାଇନିଂ ବିଭାଗ ପକ୍ଷରୁ ଲିଜ୍‌ ମିଳି ନଥିଲେ ହେଁ ଦିନ ରାତି ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ବାଲିମାଫିଆ ଦେଓନଦୀରୁ ବାଲି ଉଠାଇ ଚାଲିଥିଲେ ‌ହେଁ ସେମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଯାହା ନଦୀ ପାଇଁ ଆହୁରି ବିପଦ ଆଣୁଛି। ଜଳସେଚନ ବିଭାଗ ପକ୍ଷରୁ କ୍ଷେତକୁ ପାଣି ଯୋଗାଣ ପାଇଁ ଲିମ୍‌ଡା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡା ନିକଟରେ ପମ୍ପ ହାଉସ୍‌ ବସାଯାଇଛି।

ଆହୁରି ପଢ଼ନ୍ତୁ:Bangladesh : ଆବଶ୍ୟକ ପଡ଼ିଲେ ୟୁନୁସଙ୍କୁ ବି କ୍ଷମତାରୁ ହଟାଇବୁ : ବିଦ୍ରୋହୀ

ଶୁଖିବାରେ ଲାଗିଛି 

ପାଣି ନଥିବାରୁ ପମ୍ପହାଉସ୍‌ ଚାଷୀଙ୍କ କୌଣସି କାମରେ ଆସୁନି। ଶୁଖିଯାଉଥିବା ଦେଓର ପାଣିକୁ ରୋକିବାକୁ ଲୁକୁମବେଡ଼ା ପଞ୍ଚାୟତ ଗୁପୁରରେ ଗତ ଦୁଇ ବର୍ଷ ଧରି ବ୍ୟାରେଜ୍‌ କାମ ଚାଲିଛି। ଆଜି ପର୍ଯ୍ୟନ୍ତ ସରୁନି। କୁହାଯାଉଛି ବ୍ୟାରେଜ୍‌ ନିର୍ମାଣ ହେବା ପରେ ପୂର୍ବପରି ଚାଷୀମାନେ ଦେଓନଦୀରୁ ଜଳସେଚନ ପାଇଁ ପାଣିପାଇବେ। ସରକାର ନଦୀର ପୁନରୁଦ୍ଧାର କରିବା ସହ ନିର୍ମାଣଧୀନ ବ୍ୟାରେଜ୍‌ କାମ ନ ସାରିଲେ, ଦେଓ ପାଇଁ ଆହୁରି ଦୁଃଖ ଆଣିବ।

ରିପୋର୍ଟ: ମଳୟ ରଞ୍ଜନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe