Malkangiri Violence: ଶାନ୍ତି ବୈଠକ ନେଇ ୨ ଗୋଷ୍ଠୀ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ: ଉଭୟ ପକ୍ଷ ସରକାରଙ୍କ ନିକଟରେ ଦାବି ରଖିଲେ

Advertisment

ଗୁରୁବାର ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାରୀ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ ପ୍ରଥମେ ଆଲୋଚନା କରିଛନ୍ତି....

ଗୁରୁବାର ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାରୀ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ ପ୍ରଥମେ ଆଲୋଚନା କରିଛନ୍ତି....

Deputy Chief Minister holds talks with 2 groups regarding peace meeting: Both sides make demands to the government

Deputy Chief Minister holds talks with 2 groups regarding peace meeting: Both sides make demands to the government Photograph: (sambad.in)

ମାଲକାନଗିରି: ଗୁରୁବାର ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାରୀ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ ପ୍ରଥମେ ଆଲୋଚନା କରିଛନ୍ତି।

ପରେ ଆଦିବାସୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରିଥିଲେ। ଆଦିବାସୀ ସଂଘ ୮ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ:Vegetable price Hike: ଶୀତରେ ବଢୁଛି ପରିବା ତାତି

ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ମୃତ ଲାକେ ପୋଡ଼ିଆମୀଙ୍କ ପରିବାରକୁ କ୍ଷତି ପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା, ଜବତ ହୋଇଥିବା ତାଙ୍କ ସମସ୍ତ ଜମି ଫେରସ୍ତ କରିବା ସହି ପୂର୍ବରୁ ଆସିଥିବା ବଙ୍ଗୀୟ ସମାଜକୁ ଡିଆଯାଇଥିବା ଜମି ଛାଡି ଜବରଦସ୍ତ ରଖିଥିବା ଜମିକୁ ସରକାରଙ୍କୁ ଫେରାଇବାକୁ ଦାବି କରାଯାଇଥିଲା। 

କୌଣସି ଆଦିବାସୀ କିମ୍ବା ସଂଘର ଲୋକଙ୍କୁ ଗିରଫ କରା ନଯାଉ ବୋଲି ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି କହିଥିଲେ। ସେହିପରି ବଙ୍ଗୀୟ ସମାଜ ପକ୍ଷରୁ ସଭାପତି ଗୌରାଙ୍ଗ କର୍ମାକର କହିଥିଲେ ଯେ ଆଗାମୀ ଦିନରେ ଯେପରି କୌଣସି ଗାଁର ଲୋକଙ୍କୁ ଆକ୍ରମଣ କରା ନଯାଏ ।

ଏମଭି-୨୬ ଗ୍ରାମର ଲୋକଙ୍କୁ କ୍ଷତିପୂରଣ ସହ ଧାନ କାଟିବା ଏବଂ ମଣ୍ଡିରେ ବିକ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯାଉ। ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ଦଣ୍ଡ ଦିଆଯାଉ ଭଳି ଦାବି କରିଥିଲେ।

ଆହୁରି ପଢ଼ନ୍ତୁ:Cold Wave Intensified: ଶୀତରେ ହାତଗୋଡ଼ କୋଲ ମାରିଲା: ରାଜ୍ୟର ୧୬ ସହର ୧୦ ଡିଗ୍ରି ତଳେ, ସେମିଲିଗୁଡ଼ା ୩.୫ ଡିଗ୍ରି, ଭୁବନେଶ୍ବର ୧୩ ଡିଗ୍ରି

ପରେ ଉପ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଶାନ୍ତି ବୈଠକ ନେଇ ସୂଚନା ଦେଇଥିଲେ। ଦୁଇ ପକ୍ଷ ଶାନ୍ତି ଚାଂହୁଥିବା କହିଥିଲେ। ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦିଆଯାଇଛି ଯେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ପରିସ୍ଥିତି ଉପରେ ନଜର ରଖିବେ।

ରିପୋର୍ଟ: ପ୍ରେମେନ୍ଦ୍ର କୁମାର ପରିଚ୍ଛା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe