Firing in Komna Photograph: (Photo Courtey: tv 9 bharatvarsh)
କୋଇଡ଼ା: ଶନିବାର କୋଇଡ଼ା ଥାନା ଅନ୍ତର୍ଗତ ପୁଣ୍ଡିପୋଖରୀ ଗାଁ ନିକଟ ଜଙ୍ଗଲ ଜମିରେ ଅଫିମ ଚାଷ ଠାବ ଓ ନଷ୍ଟ କରିବା ଘଟଣା ରୋଚକ ମୋଡ଼ ନେଇଛି। ଗିରଫ ହୋଇଥିବା ଝାଡ଼ଖଣ୍ଡର ଦୁଇ ମାଫିଆଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗାଡ଼ିରେ ବସାଇବା ସମୟରେ ସେମାନଙ୍କ ମଧ୍ୟରୁ ବଳରାମ ମୁଣ୍ଡାରୀ (୩୨) ପୁଲିସକୁ ଚକମା ଦେଖାଇ ଖସିଯାଇଛି। ସୁରକ୍ଷାବାହିନୀ ତାକୁ ଧରିବାରେ ବିଫଳ ହେବାରୁ ଗୁଳିଚାଳନା କରିଥିଲେ। କିନ୍ତୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି। କୋଇଡ଼ା ଥାନାରୁ ୭ କିମି ଦୂର କାଲଟା ପଞ୍ଚାୟତ ପୁଣ୍ଡିପୋଖରୀ ଗ୍ରାମକୁ ଲାଗି ଜଙ୍ଗଲ ମଧ୍ୟରେ ଅଫିମ ଚାଷ ହୋଇଥିଲା।
୫ ଏକର ଜଙ୍ଗଲ ଜମିରେ ହୋଇଥିଲା ଅଫିମ ଚାଷ
ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ ଓ ଅବକାରୀ ବିଭାଗ
ଡାଳପତ୍ର ବାଡ଼ ଦେଇ ୪ଟି ସ୍ଥାନରେ ପ୍ରାୟ ୫ ଏକର ଜମିରେ ଝାଡ଼ଖଣ୍ଡ ରାଜ୍ୟର କିଛି ଦୁର୍ବୃତ୍ତ ଆସି ଅଫିମ ଚାଷ କରିଥିଲେ। ନିକଟସ୍ଥ କାରୋନାଳରୁ ୨ଟି ବଡ଼ ପାଣିମୋଟର ଜରିଆରେ କିଆରିକୁ ଜଳସେଚନ ମଧ୍ୟ କରୁଥିଲେ। ସ୍ଥାନୀୟ ଗରିବ ଆଦିବାସୀଙ୍କୁ ଔଷଧୀୟ ଚାରା ଲଗାଯାଇଥିବା କହି ନିୟୋଜିତ କରୁଥିଲେ। ଅନ୍ୟ ଗ୍ରାମବାସୀ ହାତୀ ଭୟରେ ସେଠାକୁ ଯାଉନଥିଲେ। ସମୟାନୁକ୍ରମେ ଚାରା ବଡ଼ ହୋଇ ଫୁଲଫଳ ହୋଇଥିଲା। ଜଙ୍ଗଲ ବିଭାଗ ଏହାର ଟେର୍ ପାଇନଥିଲା। ତେବେ ଅବକାରୀ ବିଭାଗ ଓ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଓ ଅବକାରୀ ଏସ୍ପିଙ୍କ ନିର୍ଦ୍ଦେଶରେ ଟିମ୍ ଗଠନ ହୋଇ ଆଜି ସକାଳେ ବଣାଇ ଏସ୍ଡିପିଓ ରାମଚନ୍ଦ୍ର ବିଶ୍ୱାଳ, କୋଇଡ଼ା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ, କେବଲାଙ୍ଗ ଥାନାଧିକାରୀ ଅଶୋକ କୁମାର ବେହେରା, ଅବକାରୀ ଅଧିକାରୀ ହେମନ୍ତ ମହାନନ୍ଦିଆ ଓ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ କୋଇଡ଼ା ତହସିଲଦାର ନିର୍ମଳ ବିଶ୍ୱାଳଙ୍କ ଉପସ୍ଥିତିରେ ଅତର୍କିତ ଚଢ଼ଉ କରିଥିଲେ। ମିଳିତ ଟିମ୍ ସେଠାରେ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଥିବାବେଳେ ୨ ଜଣ ଫେରାର ହୋଇ ଯାଇଥିଲେ। ତେବେ ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କ ମଧ୍ୟରୁ ବଳରାମ ମୁଣ୍ଡାରୀ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା। ଜେସିବି ଦ୍ବାରା ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି।
Asian Shooting Championships 2026: ଏସୀୟ ସୁଟିଂ: ସ୍ବର୍ଣ୍ଣ ଜିତିଲେ ଏଲାଭେନିଲ୍
ସୂଚନାଯୋଗ୍ୟ, ସପ୍ତାହକ ପୂର୍ବରୁ କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଦେଢ଼ ଏକର ଜମିରେ ଅଫିମଚାଷ ଠାବ କରାଯାଇଥିଲା। ଏବେ ପୁଣି କୋଇଡ଼ା ଖଣି ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ତେବେ ଅଫିମ ଚାଷର ନେଟ୍ଵର୍କ ଏତିକିରେ ସୀମିତ ନା ଏହାର ଚେର ଆହୁରି ଲମ୍ବିଛି, ତାହା ତଦନ୍ତ ସାପେକ୍ଷ। ଏ ଦିଗରେ ପୁଲିସ ଓ ଅବକାରୀ ବିଭାଗ ନଜର ରଖିଛନ୍ତି ବୋଲି ଏସ୍ଡିପିଓ ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି।
Follow Us