Dharmendra passes away: Chief Minister expresses condolences Photograph: (sambad.in)
ଭୁବନେଶ୍ବର: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ସୋମବାର ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା।
ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଆହୁରି ପଢ଼ନ୍ତୁ:Dharmendra's Net Worth: ଧର୍ମେନ୍ଦ୍ର ବହୁ ହିଟ୍ ଫିଲ୍ମରେ କାମ କରିଥିଲେ: ପ୍ରଥମ ଫିଲ୍ମ ପାଇଁ ପାରିଶ୍ରମିକ ମିଳିଥିଲା ୫୧ ଟଙ୍କା
ବଲିଉଡ ଅଭିନେତାଙ୍କ ପରଲୋକ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଜୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ। ସେ ତାଙ୍କର ବହୁମୁଖୀ ଅଭିନୟ ଏବଂ ଆକର୍ଷଣୀୟ ଉପସ୍ଥିତି ସହିତ ଦଶନ୍ଧି ଧରି ଦର୍ଶକଙ୍କୁ ମୋହିତ କରିଥିଲେ। ତାଙ୍କର ଐତିହ୍ୟ ପିଢ଼ି ପରେ ପିଢ଼ି କଳାକାର ଏବଂ ସିନେମା ପ୍ରେମୀଙ୍କୁ ପ୍ରେରଣା ଦେଇ ଚାଲିବ। ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା। ତାଙ୍କ ମହାନ ଆତ୍ମାକୁ ଶାନ୍ତି ମିଳୁ। ଓମ୍ ଶାନ୍ତି।
ପ୍ରକୃତ ନାମ ଧର୍ମେନ୍ଦ୍ର କେୱଲ କ୍ରିଷ୍ଣ ଦେଓଲ ଥିଲା
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ୮ ଡିସେମ୍ବର ୧୯୩୫ରେ ନାସରାଲିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଧର୍ମେନ୍ଦ୍ର କେୱଲ କ୍ରିଷ୍ଣ ଦେଓଲ ଥିଲା।
ଦୁଇଥର ବିବାହ କରିଥିଲେ
ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବାକୁ ଗଲେ, ସେ ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌର ଥିଲେ, ଯାହାଙ୍କୁ ସେ କମ୍ ବୟସରେ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଚାରି ସନ୍ତାନ ଅଛନ୍ତି। ସେମାନେ ହେଲେ ସନି ଦେଓଲ, ବବି ଦେଓଲ, ଅଜିତା ଦେଓଲ ଏବଂ ବିଜେତା ଦେଓଲ।
ଆହୁରି ପଢ଼ନ୍ତୁ:PM Modi Mourns: ଏକ ଯୁଗର ଅବସାନ ଘଟିଲା...ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
ଚଳଚ୍ଚିତ୍ରରେ କାମ କରିବା ସମୟରେ, ସେ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। ତା'ପରେ ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ଥର ପାଇଁ ହେମାଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଦୁଇ ଝିଅ, ଈଶା ଏବଂ ଆହାନା ଅଛନ୍ତି।
Follow Us