Disabled student: କୁକୁର କାମୁଡ଼ାରେ ଦିବ୍ୟାଙ୍ଗ ଛାତ୍ରର ମୃତ୍ୟୁ: ଭତ୍ତା ନେଇ ଫେରିବା ବେଳେ ଝୁଣି ଦେଇଥିଲେ

Advertisment

ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ନାଳସାହି ଆଦିବାସୀ ବସ୍ତିର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ଦିନ ମଜୁରିଆ ଚିତ୍ତରଞ୍ଜନ ମୁଣ୍ଡାଙ୍କ ଦିବ୍ୟାଙ୍ଗ ପୁଅ ମଙ୍ଗଳ (୧୫)।

ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ନାଳସାହି ଆଦିବାସୀ ବସ୍ତିର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ଦିନ ମଜୁରିଆ ଚିତ୍ତରଞ୍ଜନ ମୁଣ୍ଡାଙ୍କ ଦିବ୍ୟାଙ୍ଗ ପୁଅ ମଙ୍ଗଳ (୧୫)।

fshhfshfshfsxbv

କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ନାଳସାହି ଆଦିବାସୀ ବସ୍ତିର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ଦିନ ମଜୁରିଆ ଚିତ୍ତରଞ୍ଜନ ମୁଣ୍ଡାଙ୍କ ଦିବ୍ୟାଙ୍ଗ ପୁଅ ମଙ୍ଗଳ (୧୫)। ସେ ଗାଁ ପାଖ ଅନଳ ଶ୍ରୀମା ଅରବିନ୍ଦ ସରକାରୀ ହାଇସ୍କୁଲରେ ପଢ଼ୁଥିଲେ। ଗତ ନଭେମ୍ବର ମାସ ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଉଠାଇ ଚାଲିଚାଲି ଘରକୁ ଫେରିବା ବାଟରେ ମଙ୍ଗଳଙ୍କୁ ଏକ ବୁଲା କୁକୁର ଝୁଣି ପକାଇଥିଲା।

Horoscope 2026 January 15: ଜାଣନ୍ତୁ ଆଜିର ରାଶିଫଳ

ତେବେ ସେ ଡାକ୍ତରଖାନା ଯାଇନଥିଲେ। ସ୍ଥାନୀୟ ଜଣେ କ୍ବାକ୍ ପରାମର୍ଶରେ ଘରେ ତାଙ୍କର ଦେଶୀ ଜଡ଼ିବୁଟି ଚିକିତ୍ସା କରାଯାଇଥିଲା। ଗତ ୩ ଦିନ ତଳେ ‌ମଙ୍ଗଳ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅସ୍ବାଭାବିକ ଆଚରଣ ଦେଖାଇଥିଲେ। ବସ୍ତିର ଅଙ୍ଗନବାଡ଼ି କର୍ମୀ ଗୀତା ମୁଣ୍ଡାଙ୍କ ପରାମର୍ଶରେ ଗତକାଲି ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କଟକରେ ସେ ଜଳାତଙ୍କ ରୋଗୀ ଭାବେ ଚିହ୍ନଟ ହୋଇଥିଲେ। ଚିକିତ୍ସା ଆରମ୍ଭର କିଛିକ୍ଷଣ ମଧ୍ୟରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ସରପଞ୍ଚ କନକଲତା ସର୍ଦ୍ଦାର ଓ ସମାଜ‌ସେବୀ ଦେବରାଜ ପରିଡ଼ା ଦୁଃଖ ପ୍ରକାଶ କରିଛନ୍ତି। ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Pongal: ପୋଙ୍ଗଲ ପାଇଁ ଉତ୍ସବମୁଖର ନବରଙ୍ଗପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe