ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା !: ରାଜନୈତିକ ଉଷ୍ଣତା ବୃଦ୍ଧି

Advertisment

ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କର ହଠାତ୍ ଇସ୍ତଫା ଚର୍ଚ୍ଚା ନେଇ ରାଜ୍ୟ ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ପାଇଛି...

Updated On

ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କର ହଠାତ୍ ଇସ୍ତଫା ଚର୍ଚ୍ଚା ନେଇ ରାଜ୍ୟ ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ପାଇଛି...

ଅଦ୍ୟତନ ହୋଇଛି
Discussion about Munna's resignation!

Discussion about Munna's resignation! Photograph: (sambad.in)

ଭୁବନେଶ୍ପର: ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ତାଙ୍କର ହଠାତ୍ ଇସ୍ତଫା ଚର୍ଚ୍ଚା ନେଇ ରାଜ୍ୟ ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ସହିତ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ୫ ମେ’ରେ ଗଠିତ ହୋଇଥିଲା । ସାମ୍ପ୍ରତିକ ଘଟଣାକ୍ରମରେ, ଦିଲୀପ ତିର୍କୀଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଥିଲା। ସୂତ୍ରରୁ ଜଣାପଡିଛି ଯେ, ମୁନ୍ନା ଖାଁ  ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ କିଛି ଆଭ୍ୟନ୍ତରୀଣ ଦଳୀୟ ମାମଲାରେ ଅସନ୍ତୋଷ ପ୍ରକାଶ କରିଥିଲେ।

ମୁନ୍ନା ଖାଁଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ନଥିବାରୁ, ତାଙ୍କ ଇସ୍ତଫା ପଛର କାରଣ ଏବଂ ବିଜେଡିର ସଂଖ୍ୟାଲଘୁ ପ୍ରଚାର ଉପରେ ଏହାର କି ପ୍ରଭାବ ପଡ଼ିପାରେ ସେ ବିଷୟରେ ପ୍ରଶ୍ନ ଉଠିଛି।

ଏହାକୁ ନେଇ ପୁଣି ବିଜେଡିରେ ହଲଚଲ ଆରମ୍ଭ ହୋଇଛି । ନବୀନଙ୍କ ନିଷ୍ପତ୍ତିକୁ ନେତା ମାନୁ ନଥିବା ଚର୍ଚ୍ଚା ହେଉଛି। 

ନିଜ ଦାୟିତ୍ୱକୁ ନେଇ ମୁନ୍ନା ଖୁସି ନଥିବା କୁହାଯାଉଛି । ଯେଉଁ କାରଣରୁ ସିଧା ନବୀନ ନିବାସ ଯାଇ, ସେ ନିଜର ଅସନ୍ତୋଷ ଜାହିର କରିବା ସହିତ, ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ଧୈର୍ଯ୍ୟ ଧରନ୍ତୁ: ଗଣତନ୍ତ୍ରରେ ସଭିଙ୍କୁ ଆଲୋଚନା ପାଇଁ ସୁଯୋଗ ମିଳିବ

ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ମୁନ୍ନା ଚର୍ଚ୍ଚାକୁ ଆସିଥିଲେ। ଦଳର କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବା ବେଳେ, ମୁନ୍ନା ଏହି ବିଲକୁ ଖୋଲା ବିରୋଧ କରିଥିଲେ। ଫଳରେ ବିଜେଡି ଭିତରେ ଥିବା ଫାଟ ବାହାରକୁ ନଜର ଆସିଥିଲା । 

ଅଧିକ ପଢ଼ନ୍ତୁ: ଯବାନଙ୍କୁ ବନ୍ଦୀ ବେଳେ ଗାଳି ଦେଉଥିଲା ପାକିସ୍ତାନ, ଦାନ୍ତ ବି ଘସୁନଥିଲେ ପୂର୍ଣ୍ଣମ କୁମାର

BJD | MunnaKhan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe