କଟକ: ନୂଆବର୍ଷ ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଟକ ତେଲଙ୍ଗାପେଣ୍ଠସ୍ଥିତ ଫାର୍ମହାଉସ୍ରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏଥିରେ ସହର ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ଜିଲ୍ଲା ବିଜେଡି ସଭାପତି ବି ଅନୁପସ୍ଥିତ ରହିଥିଲେ। ଦେବାଶିଷଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସହରର ବହୁ ବିଜେଡି ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାବେଳେ ଜିଲ୍ଲା ବାହାରର ଏକାଧିକ ନେତାଙ୍କ ଉପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ବିଜେଡିର ବହୁ ନେତା ଉପସ୍ଥିତ ଥିଲେ। ଯୁବ ଓ ଛାତ୍ର ସଂଗଠନରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର କିଛି ପୂର୍ବତନ କର୍ମକର୍ତ୍ତାଙ୍କୁ ଏଥର ସ୍ଥାନ ଦିଆ ନ ଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବନ୍ଧୁମିଳନ ସମ୍ପର୍କରେ ସାଂସଦ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଏକାଠି ହୋଇଥିଲେ।
Body of missing: ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ ଶବ
Bangladesh: ଭାରତ ବିରୋଧରେ ବିଭ୍ରାନ୍ତି ବଢ଼ାଉଛି ବାଂଲାଦେଶ
ଦଳ ବିରୋଧରେ କୌଣସି କାର୍ଯ୍ୟ ନ କରି ଭବିଷ୍ୟତରେ ଦଳ କିପରି ଅଧିକ ମଜଭୁତ ହେବ ସେନେଇ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି। ରାଜନୀତିରୁ ସନ୍ନ୍ୟାସ ନେଇଥିବା ବ୍ୟକ୍ତି ବିଜେଡିକୁ ପରିଚାଳନା କରିବା ଠିକ୍ ନୁହେଁ ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି। ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକ ଦେବୀରଂଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ସମ୍ବିତ ରାଉତରାୟ, ଅଂଶୁମାନ ମହାନ୍ତି, ରୁଦ୍ରପ୍ରସାଦ ମହାରଥୀ, ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ନେତାଙ୍କୁ ଦେଖିବାକୁ ମିଳିଥିଲା। ସୂଚନା ଥାଉ କି, କିଛିଦିନ ତଳେ ଚନ୍ଦକା ଓ ପୁରୁଣାଭୁବନେଶ୍ବର ଅଞ୍ଚଳରେ ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଥିବା ବେଳେ ଆଜି ସାଂସଦ ଦେବାଶିଷଙ୍କ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଯୋଗୁ ବିଜେଡିରେ କିଛି ଠିକ୍ ନ ଥିବା ସ୍ପଷ୍ଟ ବାରି ହୋଇପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/29/untitled-22-2025-12-29-08-26-17.jpg)