District Congress vice-president: ଟ୍ରକ୍‌ ଧକ୍କାରେ ଜିଲ୍ଲା କଂଗ୍ରେସ ଉପସଭାପତିଙ୍କ ମୃତ୍ୟୁ

Advertisment

କଳିଙ୍ଗନଗର ଥାନା ଡୁବୁରି ଗୋଲେଇ ଛକରେ ବୁଧବାର ଅପରାହ୍‌ଣରେ ଟ୍ରକ୍‌ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ରଞ୍ଜିତ ରାଜ (୫୧)ଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଡୁବୁରି-ଢେଙ୍କାନାଳ ଓ ଡୁବୁରି-ଚଣ୍ଡିଖୋଲ ରାସ୍ତାରେ ବହୁ ଗାଡ଼ିମୋଟର ଅଟକି ରହିଥିଲା।

କଳିଙ୍ଗନଗର ଥାନା ଡୁବୁରି ଗୋଲେଇ ଛକରେ ବୁଧବାର ଅପରାହ୍‌ଣରେ ଟ୍ରକ୍‌ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ରଞ୍ଜିତ ରାଜ (୫୧)ଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଡୁବୁରି-ଢେଙ୍କାନାଳ ଓ ଡୁବୁରି-ଚଣ୍ଡିଖୋଲ ରାସ୍ତାରେ ବହୁ ଗାଡ଼ିମୋଟର ଅଟକି ରହିଥିଲା।

fshsfhfsxvbvb

ଦାନଗଦୀ: କଳିଙ୍ଗନଗର ଥାନା ଡୁବୁରି ଗୋଲେଇ ଛକରେ ବୁଧବାର ଅପରାହ୍‌ଣରେ ଟ୍ରକ୍‌ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ରଞ୍ଜିତ ରାଜ (୫୧)ଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଡୁବୁରି-ଢେଙ୍କାନାଳ ଓ ଡୁବୁରି-ଚଣ୍ଡିଖୋଲ ରାସ୍ତାରେ ବହୁ ଗାଡ଼ିମୋଟର ଅଟକି ରହିଥିଲା। ରଞ୍ଜିତଙ୍କ ଘର ସ୍ଥାନୀୟ ବାରାଗାଡ଼ିଆ ଗ୍ରାମରେ। ସେ ଆଜି ଅପରାହ୍‌ଣରେ କଳିଙ୍ଗନଗର ଡୁବୁରି ଛକକୁ ଆସିଥି‌ଲେ। ଗୋଲେଇ ଛକରେ ଚାଲିଚାଲି ରାସ୍ତା ପାର ହେଉଥିବାବେଳେ ଏକ ଷୋହଳଚକିଆ କୋଇଲା ବୋଝେଇ ଟ୍ରକ୍‌ ତାଙ୍କ ଉପରେ ମାଡ଼ିଯିବା ସହ କିଛି ବାଟ ଘୋଷାରି ନେଇଥିଲା। ରଞ୍ଜିତ ପୂର୍ବରୁ ସୁକିନ୍ଦା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଯୁବ ବୟସରୁ ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ଥିଲେ। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ତଥା ତାଙ୍କ ସମର୍ଥକମାନେ ପହଞ୍ଚି ରାସ୍ତାରୋକ କରିଥିଲେ। 

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବାରୁ ଶତାଧିକ ଭାରୀଯାନ ଅଟକି ରହିଥିଲା। କଳିଙ୍ଗନଗର ପୁଲିସ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା। ଶେଷଦର୍ଶନ ପାଇଁ ମରଶରୀରକୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିବାବେଳେ ସେଠାରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୁଭୂଷଣ ରାଉତ, ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ଦାସ, ଦାନଗଦୀ ବ୍ଲକ୍‌ କଂଗ୍ରେସ ସଭାପତି ଦୟାନିଧି ପଲେଇ, ରାଇଚରଣ ମହାନ୍ତି, ଅଜୟ ବେହେରା, ଗୋବର୍ଦ୍ଧନପୁର ସରପଞ୍ଚ ଶୁକଦେବ ମହାନ୍ତି, ପ୍ରଭାତୀ ବଳ, ସଞ୍ଜୁଲତା ଦାସ, ଉମାକାନ୍ତ ଜେନାମଣି, ଦାମୋଦର ପୁହାଣ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଦାନଗଦୀ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରିଥିଲେ।

ନବିକରଣୀୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷମତା ବୃଦ୍ଧିକାରୀ କର୍ମଶାଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe