Economic region: ୪ ସହରକୁ ନେଇ ଅର୍ଥନୈତିକ ଅଞ୍ଚଳ: ୬୪୫ କିଲୋମିଟରର ୩ଟି ରିଂରୋଡ୍ ନିର୍ମାଣ କରାଯିବ

Advertisment

ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଏକ ଅର୍ଥନୈତିକ ଅଞ୍ଚଳ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ୪ଟି ସହରକୁ ରେଳ ଓ ଜାତୀୟ ରାଜପଥରେ ସଂଯୋଗ କରାଯିବ।

ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଏକ ଅର୍ଥନୈତିକ ଅଞ୍ଚଳ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ୪ଟି ସହରକୁ ରେଳ ଓ ଜାତୀୟ ରାଜପଥରେ ସଂଯୋଗ କରାଯିବ।

fshsffhxbvb

ଭୁବନେଶ୍ବର: ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଏକ ଅର୍ଥନୈତିକ ଅଞ୍ଚଳ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ୪ଟି ସହରକୁ ରେଳ ଓ ଜାତୀୟ ରାଜପଥରେ ସଂଯୋଗ କରାଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମଗ୍ର ଅଞ୍ଚଳରେ ଥିବା ସହରଗୁଡ଼ିକୁ ‘ଗ୍ରୋଥ୍‌ ହବ୍’ ଭାବେ ବିକଶିତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

୬୪୫ କିଲୋମିଟରର ୩ଟି ରିଂରୋଡ୍ ନିର୍ମାଣ କରାଯିବ
ପୁରୀ-କୋଣାର୍କ-ନିମାପଡ଼ା-ଭୁବନେଶ୍ବରକୁ ସଂଯୋଗ କରିବ ୧୦୨କିମିର ରେଳପଥ
ସମଗ୍ର ଅଞ୍ଚଳର ସହରଗୁଡ଼ିକୁ ‘ଗ୍ରୋଥ୍ ହବ୍’ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ବୈଠକରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ୩ଟି ରିଂରୋଡ୍ ନିର୍ମାଣ କରାଯିବ। ଏଥିରେ କ୍ୟାପିଟାଲ ରିଂରୋଡ୍ ଅନ୍ତର୍ଗତ ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ୪୩୨ କିଲୋମିଟରର ରିଂରୋଡ୍ ନିର୍ମାଣ କରାଯିବ। ଏହାକୁ କେନ୍ଦ୍ର ସରକାରଙ୍କ କ୍ୟାପିଟାଲ୍ ରିଜିଅନ୍ ରିଂରୋଡ୍ (୧୧୧ କିଲୋମିଟର)ସହିତ ସମନ୍ୱିତ କରି ନିର୍ମାଣ କରାଯିବା ପ୍ରସ୍ତାବ ରହିଛି। କଟକ ଜିଲ୍ଲା ଜାତମୁଣ୍ଡିଆ-ତ୍ରିଶୁଳିଆ-ଉରାଳି ଦେଇ ବାଲିପାଟଣା-ପିପିଲି-ଜଟଣୀ-ଖୋର୍ଦ୍ଧା ପର୍ଯ୍ୟନ୍ତ ୧୪୮ କିଲୋମିଟରର ଏକ ଆଉଟର ରିଂରୋଡ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ତମାଣ୍ଡୋ ଠାରୁ ଚନ୍ଦକା-ପାହାଳ-ଧଉଳି ଦେଇ ୬୫ କିଲୋମିଟରର ଏକ ଇନ୍‍ର ରିଂରୋଡ୍ ନିର୍ମାଣ କରାଯିବ। ଏହିପରି ସମୁଦାୟ ୬୪୫ କିଲୋମିଟରର ୩ଟି ରିଂରୋଡ୍ ନିର୍ମାଣ କରାଯିବ। ପୁରୀରୁ କୋଣାର୍କ ୩୨ କିଲୋମିଟର ରେଳପଥ ଓ କୋଣାର୍କରୁ ଭୁବନେଶ୍ୱର ଭାୟା ନିମାପଡ଼ା ଦେଇ ୭୦ କିଲୋମିଟର ରେଳପଥ ନିର୍ମାଣ ଯୋଜନା ରହିଛି।

Horoscope 2025 December 25: ଜାଣନ୍ତୁ ଆଜିର ରାଶିଫଳ

ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ନିତି ଆୟୋଗ ସହିତ ନିୟମିତ ଯୋଗାଯୋଗରେ ରହି ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବେ। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୂଆ ନୀତି ଆଣିବା ସହିତ ଆବଶ୍ୟକସ୍ଥଳେ ପ୍ରଚଳିତ ନୀତିରେ ସଂଶୋଧନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ସବୁ ଅଞ୍ଚଳଗୁଡ଼ିକରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୌର ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe