ବିଦ୍ୟୁତ୍ ସୁରକ୍ଷା ଜମାରାଶି ପ୍ରସଙ୍ଗ: ପଞ୍ଜାବଠାରୁ ଅଧିକ ଦେଉଛି ଓଡ଼ିଶା, ନିୟମ ସୁଲଭ ଓ ସରଳ ପାଇଁ ଦାବି

Advertisment

ରାଜ୍ୟର ବିଦ୍ୟୁତ୍‌ସେବା ଯୋଗାଣରେ ନିୟୋଜିତ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାରାଶି ଆଦାୟ ପାଇଁ ନୋଟିସ୍ ଦେବା ପରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ସହିତ ଉପଭୋକ୍ତା ମହାସଂଘ ଓ ବୁଦ୍ଧିଜୀବୀ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ରାଜ୍ୟର ବିଦ୍ୟୁତ୍‌ସେବା ଯୋଗାଣରେ ନିୟୋଜିତ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାରାଶି ଆଦାୟ ପାଇଁ ନୋଟିସ୍ ଦେବା ପରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ସହିତ ଉପଭୋକ୍ତା ମହାସଂଘ ଓ ବୁଦ୍ଧିଜୀବୀ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

electriccity

Photograph: (Resources for the Future)

ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ୍‌ସେବା ଯୋଗାଣରେ ନିୟୋଜିତ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାରାଶି ଆଦାୟ ପାଇଁ ନୋଟିସ୍ ଦେବା ପରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ସହିତ ଉପଭୋକ୍ତା ମହାସଂଘ ଓ ବୁଦ୍ଧିଜୀବୀ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଅତିରିକ୍ତ ସୁରକ୍ଷା ଜମାରାଶି ପ୍ରତ୍ୟାହାର ପାଇଁ ଓଇଆର୍‌ସି ନିକଟରେ ଦାବି କରାଯାଇଛି। ଠିକ୍ ଏମିତି ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଅନେକ ରାଜ୍ୟ ଆଦାୟ କରୁଥିବା ଜମାରାଶି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଆଗୁଆ ଥିବା ଓଡ଼ିଶାଠାରୁ ଯଥେଷ୍ଟ କମ୍। ଅର୍ଥାତ୍ ଓଡ଼ିଶାରେ ଅଧିକ ଜମାରାଶି ଆଦାୟ ହେଉଛି। 

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ତଥ୍ୟ ଅନୁସାରେ, ଓଡ଼ିଶାର ଘରୋଇ ଉପଭୋକ୍ତା ୨ କିଲୋୱାଟ୍‌  ବିଦ୍ୟୁତ୍ ସଂଯୋଗ ପାଇଁ ସୁରକ୍ଷା ଜମା ବାବଦକୁ ୧୨୫୪ ଟଙ୍କା ପୈଠ କରୁଛନ୍ତି। ହେଲେ ପଞ୍ଜାବରେ ଏହା ୧୨୦୦ ଟଙ୍କା ରହିଛି। ସେହିପରି ୧୦ କିଲୋୱାଟ୍‌ ବିଦ୍ୟୁତ୍‌ ସଂଯୋଗ ପାଇଁ ପଞ୍ଜାବର ଘରୋଇ ଉପଭୋକ୍ତା ୩୦୦୦ ଟଙ୍କା ଦେଉଥିବା ବେଳେ ଓଡ଼ିଶାରେ ପ୍ରାୟ ୩ଗୁଣରୁ ଅଧିକ ଅର୍ଥ ଆଦାୟ କରାଯାଉଛି। ବାଣିଜ୍ୟିକ କ୍ଷେତ୍ରରେ ୨ କିଲୋୱାଟ୍‌ ସଂଯୋଗ ନେଲେ ଓଡ଼ିଶାର ଉପଭୋକ୍ତା ପଞ୍ଜାବଠାରୁ ସାଢ଼େ ତିନିଗୁଣ ଅଧିକ ସୁରକ୍ଷା ଜମା ପୈଠ କରୁଛନ୍ତି। ସେହିପରି ବାଣିଜ୍ୟିକ ପ୍ରତିଷ୍ଠାନ ୧୦ କିଲୋୱାଟ୍‌ ବିଦ୍ୟୁତ୍‌ ସଂଯୋଗ ନେଲେ ଓଡ଼ିଶାରେ ପଞ୍ଜାବଠାରୁ ୭ ଗୁଣ ଅଧିକ ପୈଠ କରିବାକୁ ହେଉଛି। ୯୦ କିଲୋୱାଟ୍‌ କ୍ଷମତାର କୃଷିଭିତ୍ତିକ ଉଦ୍ୟୋଗ ପାଇଁ ଓଡ଼ିଶାବାସୀ ୧ ଲକ୍ଷ ୪୫ ହଜାର ଟଙ୍କା ଦେଉଥିବା ବେଳେ ପଞ୍ଜାବରେ ମାତ୍ର ୩୬ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ରାସ୍ତା ଆଲୋକୀକରଣ ଓ ପାନୀୟଜଳ ପ୍ରକଳ୍ପ ପାଇଁ ଓଡ଼ିଶାବାସୀ ଶୋଷିତ ହେଉଛନ୍ତି।  କ୍ଷୁଦ୍ର, ମଧ୍ୟମ ଓ ବଡ଼ ଉଦ୍ୟୋଗକୁ ବିଦ୍ୟୁତ୍‌ ସଂଯୋଗ ନେବାପାଇଁ ଓଡ଼ିଶାବାସୀ ପଞ୍ଜାବଠାରୁ ପ୍ରାୟ ୩ ଗୁଣ ଅଧିକ ସୁରକ୍ଷା ଜମା ପୈଠ କରୁଛନ୍ତି। ଯାହାକି ଶିଳ୍ପାୟନରେ ନକାରାତ୍ମକ ପ୍ରଭାବ ପକାଉଛି। 

dgdazcvvvcz

Subhadra Art Gallery:ଲଣ୍ଡନରେ ମୋଦୀ@୩.୦ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ, ଚିତ୍ରକଳା ମାଧ୍ୟମରେ ବିକାଶ ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଭିନବ ପ୍ରୟାସ

ବିଦ୍ୟୁତ୍‌ ଆଇନ୍‌ ୨୦୦୩ ଧାରା ୪୭ ଅନୁସାରେ ବିତରଣ କମ୍ପାନିଗୁଡିକ ଉପଭୋକ୍ତାଙ୍କଠାରୁ ସୁରକ୍ଷା ଜମା ଆଦାୟ କରିପାରିବେ। ସେଥିପାଇଁ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗଗୁଡିକ ଆବଶ୍ୟକ ସପ୍ଲାଇ କୋଡ୍‌ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ରହିଛି। ପଞ୍ଜାବ ଆୟୋଗ ପ୍ରଣୟନ କରିଥିବା ନିୟମ ଅନୁସାରେ, ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବ୍ୟବହାର ପାଇଁ ଘରୋଇ ଉପଭୋକ୍ତାଙ୍କୁ କିଲୋୱାଟ୍‌ ପିଛା ୬୦୦ ଟଙ୍କା ଦେବାକୁ ପଡୁଥିବାବେଳେ ୨ ରୁ ୫ କିଲୋୱାଟ୍‌ ପର୍ଯ୍ୟନ୍ତ ୯୦୦ ଟଙ୍କା ଓ ୫ କିଲୋୱାଟ୍‌ରୁ ଅଧିକ ହେଲେ କିଲୋୱାଟ୍‌ ପିଛା ୧୨୦୦ ଟଙ୍କା ହିସାବରେ ବିତରଣ କମ୍ପାନିକୁ ଦେଉଛନ୍ତି। ବାଣିଜ୍ୟିକ ଅନୁଷ୍ଠାନ, କୃଷି ଓ କୃଷିଭିତ୍ତିକ ଉଦ୍ୟୋଗ, ରାସ୍ତା ଆଲୋକୀକରଣ, ଜଳଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବଡ଼ ଉଦ୍ୟୋଗ ପାଇଁ କିଲୋୱାଟ୍‌ ପିଛା ୩୦୦ ଟଙ୍କାରୁ ଆରମ୍ଭ କରି ୨୮୦୦ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରିଛନ୍ତି। ପଞ୍ଜାବର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ଓଡ଼ିଶା ନିୟମଠାରୁ ଅଧିକ ସୁଲଭ, ସରଳ ଓ ସହଜ ହୋଇଛି। ଏପରିକି ପଞ୍ଜାବର ସୁଲଭ ଓ ସରଳ ନିୟମ ଆନ୍ଧ୍ର ଓ ଦିଲ୍ଲୀ ଭଳି ରାଜ୍ୟମାନେ ଆପଣାଇଛନ୍ତି।  ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କ ମତରେ ଓଡ଼ିଶାରେ ଲାଗୁ ନିୟମକୁ ଉପଭୋକ୍ତା ବୁଝିବା ଜଟିଳ ହୋଇପଡ଼ିଛି।  ଓଡ଼ିଶା ବ୍ୟବସ୍ଥାରେ ପରିବର୍ତ୍ତନ କରି ପଞ୍ଜାବ ଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe