Elephant Attack: ସହରରେ ବୁଲୁଛି ନରହନ୍ତା ହାତୀ...ରାତି ଅଧରେ ଫୁଲ ତୋଳିବାକୁ ବାହାରକୁ ଯାଉଥିଲେ ସାବଧାନ !

ରାତି ଅଧରେ ଘର ସାମ୍ନାରେ ଥିବା ଗଛରୁ ଫୁଲ ତୋଳିବାକୁ ବାହାରିଥିବା ବୃଦ୍ଧଙ୍କୁ ପାଦରେ ଦଳି ଶୁଣ୍ଢରେ କଚାଡ଼ି ମାରିଦେଲା ହାତୀ। ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି କୋକୁଆଭୟ।

New Project

Elephants trample Rourkela city Photograph: (@sambad.in)

ରାଉରକେଲା: ମଣିଷର ଜନ୍ମ ଓ ମୃତ୍ୟୁ କେଉଁ ସମୟରେ କେଉଁଠି ହେବ ସବୁକିଛି ସେ ବିଧାତାଙ୍କୁ ହିଁ ଜଣା। ଏପରି କହିବାର କାରଣ ହେଉଛି... ରାଉରକେଲା ସହରର କଏଲନଗରରେ ବସବାସ କରୁଥିବା ଜଣେ ବୃଦ୍ଧା ରାତି ଅଧରେ ଫୁଲ ତୋଳିବାକୁ ବାହାରିଥିଲେ।  ଏହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଦଳି ଦେଇ ମାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ଥରେ ଭାବି ଦେଖନ୍ତୁ ତ ଏ ବୃଦ୍ଧା ଜଣକ କେବେ କ’ଣ ଭାବିଥିବେ କି ସହର ଭିତରକୁ ରାତି ଅଧରେ ଏମିତି ହାତୀ ପ୍ରବେଶ କରି ଆସିବ। ଆଉ ସେ ହାତୀ ପାଦ ତଳେ ତାଙ୍କ ଜୀବନ ଚାଲିଯିବ....।ବାସ୍ତବରେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି।

ଅଧିକପଢ଼ନ୍ତୁ:କେବେ ଆତଙ୍କୀ ଆକ୍ରମଣ ତ କେବେ ବଡ଼ ବିସ୍ଫୋରଣ, ଦେଶ ପାଇଁ ଅଶୁଭ ‘ନଭେମ୍ବର’… ଜାଣନ୍ତୁ କେବେ ହୋଇଛି କଣ ?

ଫୁଲ ତୋଳିବାକୁ ବାହାରିଥିବା ବୃଦ୍ଧାଙ୍କୁ ମାରିଦେଲା ହାତୀ

ଘଟଣାଟି ହେଉଛି ଏପରି... ସୋମବାର-ମଙ୍ଗଳବାର ରାତି ପ୍ରାୟ ୨.୩୦ଟା ସମୟ ହେବ। ରାଉରକେଲା ସହରର କଏଲନଗରସ୍ଥିତ ସି-୮୩ ଘରେ ରହୁଥିବା  ୭୯ବର୍ଷ ପୂର୍ଣ୍ଣିମା ଦାସ୍ତିଆ ପ୍ରତିଦନ ପରି ଘର ସାମ୍ନାରେ ଲାଗିଥିବା ଗଛରୁ ଫୁଲ ତୋଳିବାକୁ ବାହାରିଥିଲେ। ଦାସ୍ତିଆ ଫୁଲ ତୋଳିବାରେ ବ୍ୟସ୍ତ ଥିବା ବେଳେ ଅନ୍ଧାର ଭିତରୁ  ଏକ ଦନ୍ତା ହାତୀ ବାହାରି ଆସି ବୃଦ୍ଧାଙ୍କୁ ପାଦ ତଳେ ଚାପି ଦେଇ ମାରି ଦେଇଥିଲା।

ଏହି ସମୟରେ ଫୁଲ ତୋଳିବାକୁ ବାହାରିଥିବା ଅନ୍ୟଲୋକମାନଙ୍କୁ ବି ହାତୀ ଦୌଡ଼ାଇଥିଲା। ସେମାନେ ଜୀବନ ବିକଳରେ ଦୌଡ଼ି ପଳାଇ ଯିବାରୁ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ରକ୍ଷା ପାଇ ଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପିସିଆର ଭ୍ୟାନ ପହଞ୍ଚିବା ପରେ ପୂର୍ଣ୍ଣିମା ଦାସ୍ତିଆଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବବ୍ୟବଚ୍ଛେଦ ପରେ ପୂର୍ଣ୍ଣିମା ଦାସ୍ତିଆଙ୍କ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ।

ଅନ୍ଧାର ରାତିରେ ଗଳିଗଳି କିପରି ହାତୀ ବୁଲିଛି ତାହାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଉକ୍ତ ହାତୀଟି ରାଉଲକେଲା ଦୁର୍ଗାପୁର ରାସ୍ତା ଦେଇ ଏନ.ଆଇ.ଟି ମୁଖ୍ୟ ଦ୍ୱାର ହୋଇ କୋଏଲନଗର ସି-ବ୍ଲକକୁ ପଶି ଆସିଥିବା ଅନୁମାନ କରାଯାଉଛି।

ସାବଧାନ! ସହରରେ ବୁଲୁଛି ନରହନ୍ତା ହାତୀ

ତେବେ ଏହି ଘଟଣା ନିଶ୍ଚିତ ଭାବେ ସତର୍କ କରାଇ ଦେଇଛି। କାରଣ ଲୋକେ କେବେ ଚିନ୍ତା ବି କରି ନଥିବେ ସହର ଭିତରକୁ ଏପରି ଭାବେ ହାତୀ ପ୍ରବେଶ କରି ଆସିବ। ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ। ଅଯଥାରେ ରାତିରେ ବାହାରି ଫୁଲ ତୋଳନ୍ତୁ ନାହିଁ। କାରଣ ପୂର୍ବରୁ ରାତି ଅଧରେ ଫୁଲ ତୋଳୁଥିବା ଲୋକଙ୍କ ଉପରେ କିଛି ଅସାମାଜିକଲୋକ ଆକ୍ରମଣ କରି ସେମାନେ ପିନ୍ଧିଥିବା ଅଳଙ୍କାର ଲୁଟ କରି ନେଇଯାଉଥିବା ଅନେକ ଅଭିଯୋଗ ଆସିଛି। ଏବେ ବନ୍ୟଜନ୍ତୁଙ୍କ ଆକ୍ରମଣ ବି ଏହି ତାଲିକାରେ ସାମିଲ ହୋଇଯାଇଛି। ତେଣୁ ସାବଧାନ ରୁହନ୍ତୁ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ।

ଅଧିକପଢ଼ନ୍ତୁ:ଛନଛନ ଫସଲ ଯିଏ ଦିଏ, ସିଏ ବି ବିସ୍ଫୋରଣ କରିପାରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe