Elephant terror: ମଢପ ଗାଁରେ ହାତୀ ଆତଙ୍କ: ଦୁଇ ଘର ଧ୍ଵସ୍ତ, ରାତିସାରା ଭୟରେ ଅନିଦ୍ରା ଗ୍ରାମବାସୀ

ସୁନ୍ଦରଗଡ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ମଢପ ଗାଁରେ ଶନିବାର-ରବିବାର ରାତିରେ ନିକଟସ୍ଥ ବାଗଡେଗା ଜଙ୍ଗଲରୁ ଆସିଥିବା ୨୭ଟିକିଆ ହାତୀ ପଲ ଗାଁରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲେ...

Elephant terror in Madhup village: Two houses destroyed, villagers sleepless all night in fear

Elephant terror in Madhup village: Two houses destroyed, villagers sleepless all night in fear Photograph: (sambad.in)

ସୁନ୍ଦରଗଡ଼/ବିଶ୍ରା: ସୁନ୍ଦରଗଡ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ମଢପ ଗାଁରେ ଶନିବାର-ରବିବାର ରାତିରେ ନିକଟସ୍ଥ ବାଗଡେଗା ଜଙ୍ଗଲରୁ ଆସିଥିବା ୨୭ଟିକିଆ ହାତୀ ପଲ ଗାଁରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲେ।

ହାତୀଙ୍କ ଆକ୍ରମଣରେ ଦୁଇ ଗ୍ରାମବାସୀଙ୍କର ଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଗାଁର ବରତୁ ଗୋଡାଇତ ଓ ରାଧାଶ୍ୟାମ ଓରାମଙ୍କ ଘରକୁ ହାତୀମାନେ ଭାଙ୍ଗି ଦେଇଛନ୍ତି। 

ଆହୁରି ପଢ଼ନ୍ତୁ:Terrible Fire: ଅଗ୍ନିକାଣ୍ଡରେ ୩ ପରିବାର ସର୍ବସ୍ୱାନ୍ତ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ପ୍ରବଳ ଥଣ୍ଡାରେ ଘର ବାହାରେ ରାତି ବିତିଲା

ବାହାରେ ପ୍ରବଳ ଥଣ୍ଡା ଥିବା ସତ୍ତ୍ୱେ ଗ୍ରାମବାସୀମାନେ ରାତି ସାରା ହାତୀ ଭୟରେ ଅନିଦ୍ରା ରହିଥିଲେ। ସମସ୍ତେ ଏକତ୍ରିତ ହୋଇ ବନ ବିଭାଗ କର୍ମଚାରୀଙ୍କ ସହ ମିଶି ହାତୀମାନଙ୍କୁ ଗାଁରୁ ଘଉଡ଼େଇବାରେ  ଲାଗି ରହିଥିଲେ। ବହୁ ଚେଷ୍ଟା ପରେ ରବିବାର  ଭୋର ପ୍ରାୟ ଚାରିଟା ବେଳେ ହାତୀ ପଲ  ବାଗଡେଗା ଜଙ୍ଗଲ ମୁହାଁ ହୋଇଥିଲେ।  

ଉଲ୍ଲେନୀୟ, ଗତ କିଛିଦିନ ତଳେ ଏହି ୨୭ ଟିକିଆ ହାତୀ ପଲ ଝାଡଖଣ୍ଡ ସ୍ଥିତ ସରଣ୍ଡା ଜଙ୍ଗଲରୁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରିଥିଲେ।

ସନ୍ଧ୍ୟା ହେବା ମାତ୍ର ବିଭିନ୍ନ ଗାଁରେ ପ୍ରବେଶ କରି ଘର ଓ ଫସଲକୁ ନଷ୍ଟ କରି ଦେଉଛନ୍ତି। ଫଳରେ ଅଞ୍ଚଳର ଲୋକମାନଙ୍କର ରାତିର ନିଦ ହଜି ଯାଇଛି।  ସେମାନେ ରାତିସାରା ପହରା ଦେଇ ନିଜ ନିଜ ଫସଲ ଏବଂ ଘର ତଥା ପରିବାର ସଦସ୍ୟଙ୍କ ସୁରକ୍ଷା କରୁଛନ୍ତି। 

ଝାଡଖଣ୍ଡୀ ହାତୀ ପଲ ସରଣ୍ଡା ଜଙ୍ଗଲକୁ ଫେରିବାକୁ ଅମଙ୍ଗ

ବନ ବିଭାଗର ଟିମ୍ ହାତୀ ପଲକୁ ପୁଣି ଥରେ ସରଣ୍ଡା ଜଙ୍ଗଲକୁ ଫେରାଇବା ପାଇଁ ଯୋଜନା କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବନ ବିଭାଗର କୌଣସି ପ୍ରୟାସ ସଫଳ ହୋଇ ପାରୁ ନାହିଁ। ଝାଡଖଣ୍ଡୀ ହାତୀ ପଲ ସରଣ୍ଡା ଜଙ୍ଗଲକୁ ଫେରିବାକୁ ଅମଙ୍ଗ ହେଉଥିବା ମନେ ହେଉଛି। ଫଳରେ ହାତୀ ପଲ ଲଗାତାର ଜନବସତି ଅଞ୍ଚଳରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି।

ଆହୁରି ପଢ଼ନ୍ତୁ:Order To Teacher: ବୁଲା କୁକୁରଙ୍କ ଉପରେ ନଜର ରଖିବେ ଶିକ୍ଷକ! ଅଜବ ନିର୍ଦ୍ଦେଶନାମାକୁ ଜୋରଦାର ଚର୍ଚ୍ଚା

ଗ୍ରାମବାସୀମାନେ ପ୍ରଶାସନଙ୍କୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା, କ୍ଷତିଗ୍ରସ୍ତ ପାରିବାରଙ୍କ କ୍ଷତିପୂରଣ ପ୍ରଦାନ କରିବା ଏବଂ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି।

ଦେବ କୁମାର ଦେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe