ମହାନଦୀ ଅବବାହିକାରେ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଉଛି: ମନ୍ତ୍ରୀ

ରାଜ୍ୟରେ ୨୦୧୮-୧୯ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମହାନଦୀ ଓ ତାହାର ଶାଖା ନଦୀର ଅବବାହିକାରେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ନିମନ୍ତେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୯୯୪୯.୯୪ ହେକ୍ଟର ସଘନ ବନୀକରଣ କରାଯାଇଛି...

Emphasis is being placed on creating new forests in the Mahanadi basin: Minister

Emphasis is being placed on creating new forests in the Mahanadi basin: Minister Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ୨୦୧୮-୧୯ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମହାନଦୀ ଓ ତାହାର ଶାଖା ନଦୀର ଅବବାହିକାରେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ନିମନ୍ତେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୯୯୪୯.୯୪ ହେକ୍ଟର ସଘନ ବନୀକରଣ କରାଯାଇଛି।

ସେହିପରି ୮୬୫୫୩.୮୭ ହେକ୍ଟର ଉଜୁଡା ଜଙ୍ଗଲକୁ ପୁଣି ପୂର୍ବ ରୂପକୁ ଫେରାଇବାର କାର୍ଯ୍ୟ କରାଯାଇଛି। ୩୮୪୦.୦୭ କିଲୋମିଟର  ରାସ୍ତାର ପାର୍ଶ୍ବରେ ବନୀକରଣ କରାଯାଇଛି ୧୧.୭୬ ଲକ୍ଷ ବୃକ୍ଷଚାରା ସହରାଞ୍ଚଳ ବନୀକରଣ କରାଯାଇଛି।

ସେହିପରି  ୩୬୫.୦୯ ଲକ୍ଷ ବୃକ୍ଷଚାରା ରୋପଣ କରାଯାଇଥିବାବେଳେ ୨୭୩.୫୧ ଲକ୍ଷ ବୃକ୍ଷଚାରା ହିତାଧିକାରୀ ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକୁ ବଣ୍ଟନ କରାଯାଇଛି ବୋଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ
ଜଙ୍ଗଲ , ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି।

ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ପଚାରିଥିଲେ ଯେ, ମହାନଦୀ ଅବବାହିକାରେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ସକାଶେ ଏପର୍ଯ୍ୟନ୍ତ କେତେ ହେକ୍ଟର ଜମିରେ ନୂଆ ବୃକ୍ଷରୋପଣ କରାଯାଇ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି ସରକାର ଏହାର ସଠିକ ତଥ୍ୟ ଉପସ୍ଥାପନ କରିବେ କି ?

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ଘଟଣାରେ ହେବ ସାନି ତଦନ୍ତ

ଏହାର ଉତ୍ତରରେ ଉତ୍ତରରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୯୩.୨୭ ହେକ୍ଟର ସଘନ ବନୀକରଣ କରାଯିବାର ଯୋଜନା ରହିଛି। ସେହିପରି ୨୭୮୪.୨୬ ହେକ୍ଟର ଉଜୁଡା ଚଙ୍ଗର ପୁନର୍ରୁଦ୍ଧାର କରାଯିବାର ଲକ୍ଷ୍ୟ ରଖାଯାଇଛି। ୦.୨୭ ଲକ୍ଷ ବୃକ୍ଷଚାରା ସହରାଞ୍ଚଳ ବନୀକରଣରେ ରୋପଣ କରାଯିବାର ଯୋଜନା ରହିଛି।

୧୨.୯୮ ଊକ୍ଷ ବୃକ୍ଷଚାରା ରୋପଣ କରାଯିବାର ଯୋଜନା ସହିତ ୧୩.୯ ଲକ୍ଷ ବୃକ୍ଷଚାରା ହିତାଧିକାରୀ ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକୁ ବଣ୍ଟନ କରାଯାଇ ନୂତନ ଜଙ୍ଗଲ ସୃଷ୍ଟିର ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ନାଗପୁର ସଂଘର୍ଷ ଯୋଜନାବଦ୍ଧ ନା ସରକାରଙ୍କ ବିଫଳତା? ତେଜିଲା ରାଜନୀତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe