Encounter: ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର: ପାଞ୍ଚ ଗିରଫ, ତିନି ପିସ୍ତଲ ଓ ବାଇକ ଜବତ

ରବିବାର ଭୋର ସମୟରେ ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମା ଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲା। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି....

Encounter to three notorious criminals: Five arrested, three pistols and bike seized

Encounter to three notorious criminals: Five arrested, three pistols and bike seized Photograph: (sambad.in)

ରାଉରକେଲା : ରବିବାର ଭୋର ସମୟରେ ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମାଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲା। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅନ୍ୟ ପାଞ୍ଚ ଜଣଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି।

ପୁଲିସକୁ ଚକମା ଦେଇ ପଳାଉଥିଲେ

ଏହି ଅପରାଧୀମାନେ କୋଇଡା ଓ ଅନ୍ୟାନ୍ୟ ଅଞ୍ଚଳରେ ଡକାୟତି କରି ଫେରାର ହୋଇ ଯାଉଥିଲେ। ନିକଟରେ ଲହୁଣୀପଡ଼ା ବରସୁଆଁ ଟ୍ରାନ୍ସପୋର୍ଟ ଅଫିସ ଓ କୋଇଡାର ଅନ୍ୟ ଏକ ଟ୍ରାନ୍ସପୋର୍ଟରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ସେମିତି ବଣାଇରେ ଜଣେ ବ୍ୟବସୟୀଙ୍କ ପରିବାରଙ୍କୁ ବାନ୍ଧି ଲୁଟପାଟ ଘଟଣାରେ ଏମାନଙ୍କ ଜଡିତ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ:Ajit Pawar Threatens Voters: ତୁମ ପାଖରେ ଭୋଟ ଅଛି ତ ମୋ ପାଖରେ ଟଙ୍କା: ଭୋଟରଙ୍କୁ ଅଜିତ ପାୱାରଙ୍କ ଧମକ ଭରା ମନ୍ତବ୍ୟ ନେଇ ବିବାଦ ସୃଷ୍ଟି

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ସାଇଡିଂ ନିକଟସ୍ଥ ବିଏନ୍‌ଆର୍‌ ଟ୍ରାନ୍ସପୋର୍ଟ ଅଫିସ୍‌ରେ ୮ରୁ ୧୦ ଜଣ ମୁଖାପିନ୍ଧା ଯୁବକ ହାତରେ ମାରଣାସ୍ତ୍ର ଧରି ପଶିଥିଲେ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ଲୁଟ୍‌ପାଟ୍‌ କଲେ। ୩ ଲକ୍ଷ ୫୯ ହଜାର ଧରି ଫେରାର ହୋଇଯାଇଥିଲେ। ଗତ ୧୯ ତାରିଖ ରାତିରେ ସମାନଢଙ୍ଗରେ ଡକାୟତମାନେ କୋଇଡ଼ା ବଜାରର ମା’ ତାରିଣୀ ଟ୍ରାନ୍ସପୋର୍ଟରୁ ଲୁଟ୍‌ପାଟ୍‌ କରିଥିଲେ। ବନ୍ଧୁକ ଦେଖାଇ ଲୁଟି‌ ନେଇଥିଲେ ସାଢ଼େ ୩ ଲକ୍ଷ ଟଙ୍କା।  

ବେଧଡ଼କ ଲୁଟ୍ କରୁଥିଲେ

କୋଇଡ଼ା ରେଙ୍ଗାଲବେଡ଼ାରେ ଦୁଇ ଗାଡ଼ିମାଲିକଙ୍କୁ ବନ୍ଧୁକ ଦେଖାଇ ଦୁଇଲକ୍ଷ ଲେଖାଏଁ, ମୋଟ ୪ ଲକ୍ଷ ଲୁଟିନେଇ ଚମ୍ପଟ ମାରିଥିଲେ। ସେମାନେ ପୁଲିସକୁ ଖାତିର ନକରି ବେଧଡ଼କ ଲୁଟ୍ କରୁଥିଲେ। ଖଣି ଅଞ୍ଚଳରେ ଏମିତି ଗୋଟିଏ ପରେ ଗୋଟିଏ ଟ୍ରାନ୍ସପୋର୍ଟ ଅଫିସକୁ ଟାର୍ଗେଟ୍‌ କରୁଥିଲେ ଅପରାଧୀ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି‌ ହେଉଥିବାରୁ ଭୟରେ ଥିଲେ ଉଭୟ ମାଲିକ ଓ କର୍ମଚାରୀ।

ବାଙ୍କୋର ବରସୁଆଁ ଡକାୟତି ଏବଂ କୋଇଡାରେ ଦୁଇଟି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କୁଖ୍ୟାତ ଚାଣ୍ଡେ (ଚନ୍ଦା ନାୟକ) ଗ୍ୟାଙ୍ଗ ଗିରଫ ହୋଇଛି ।

ଆହୁରି ପଢ଼ନ୍ତୁ:Congress Leader Questions PM Modi: ଯୁବ ଡାକ୍ତର ବୋମା ସହିତ କାହିଁକି ଖେଳୁଛନ୍ତି: ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ

ଲହୁଣୀପଡ଼ା ଓ ଚାନ୍ଦିପୋଷ ପିଏସରେ ପୁଲିସ ସହ ଗୁଳିବିନିମୟ ପରେ ଗ୍ୟାଙ୍ଗର 3 ସଦସ୍ୟ ଖସିଯିବା ସମୟରେ ଆହତ ହୋଇଛନ୍ତି।ଘଟଣାସ୍ଥଳରୁ ବ୍ୟବହୃତ ୩ଟି ବନ୍ଧୁକ, ଗୁଳି, ସ୍କୋର୍ପିଓ ଗାଡ଼ି ଏବଂ ନଗଦ ଜବତ କରାଯାଇଛି। ଏହି ଗ୍ୟାଙ୍ଗ ବିରୋଧରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉଭୟରେ ବହୁ ମାମଲା ରହିଛି।

ମଳୟ ରଞ୍ଜନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe