Encounter with 12 Naxals: ୧୨ ନକ୍ସଲଙ୍କୁ ଏନ୍‌କାଉଣ୍ଟର: ୩ ଯବାନ ସହିଦ, ୨ ଗୁରୁତରଙ୍କୁ ରାୟପୁର ଏୟାର୍‌ଲିଫ୍ଟ

ପିପୁଲ୍‌ସ ଲିବରେସନ୍ ଗରିଲା ଆର୍ମି (ପିଏଲ୍‌ଜିଏ) ସପ୍ତାହର ଦ୍ବିତୀୟ ଦିନରେ ଛତିଶଗଡ଼ ଦାନ୍ତେଵାଡ଼ା-ବିଜାପୁର ଜିଲ୍ଲା ସୀମାନ୍ତରେ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ୧୨ ନକ୍ସଲ ନିହତ ହୋଇଛନ୍ତି।

fshfsfhsxvb

ମାଲକାନଗିରି: ପିପୁଲ୍‌ସ ଲିବରେସନ୍ ଗରିଲା ଆର୍ମି (ପିଏଲ୍‌ଜିଏ) ସପ୍ତାହର ଦ୍ବିତୀୟ ଦିନରେ ଛତିଶଗଡ଼ ଦାନ୍ତେଵାଡ଼ା-ବିଜାପୁର ଜିଲ୍ଲା ସୀମାନ୍ତରେ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ୧୨ ନକ୍ସଲ ନିହତ ହୋଇଛନ୍ତି। ସେହିପରି ନକ୍ସଲଙ୍କ ଗୁଳିରେ ୩ ଡିଆର୍‌ଜି ଯବାନ ହେଡ୍‌ କନେଷ୍ଟବଳ ମୋନୁ ବଡାଡି, କନେଷ୍ଟବଳ ଦୁକାରୁ ଗୋଣ୍ଡେ ଓ ରମେଶ ସୋଡି ସହିଦ ହୋଇଥିବାବେଳେ ୨ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ସହିଦ ଯବାନଙ୍କ ମରଶରୀରକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଛି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏନ୍‌କାଉଣ୍ଟର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ପିଏଲଜିଏ ସପ୍ତାହରେ ଆନ୍ଧ୍ର-ଓଡ଼ିଶା-ତେଲେଙ୍ଗାନା ସୀମା ସିଲ୍‌ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ। ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ ଅହରହ ନଜର ରଖିଥିବା ବେଳେ ଦାନ୍ତେଵାଡା-ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୬୦ରୁ ଊର୍ଦ୍ଧ୍ବ ନକ୍ସଲ ସହିଦ ସପ୍ତାହ ପାଳନ ନେଇ ସଜବାଜ ହେଉଥିବା ସଂପର୍କରେ ସୂଚନା ମିଳିଥିଲା। ତୁରନ୍ତ ଡିଆର୍‌ଜି ଯବାନ, ସିଆର୍‌ପିଏଫ୍‌ର କୋବ୍ରା କମାଣ୍ଡୋ ୟୁନିଟ୍‌, ଏସ୍‌ଟିଏଫ୍‌ ଓ ଜିଲ୍ଲା ପୁଲିସ ପକ୍ଷରୁ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। ମଙ୍ଗଳବାରରୁ ଅପରେସନ୍‌ ଆରମ୍ଭ ହୋଇଥିବା ବେଳେ ବୁଧବାର ଭୋରରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଏନ୍‌କାଉଣ୍ଟରକୁ ସାମନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା

ଜଙ୍ଗଲରେ ତଲାସି କରାଯିବାବେଳେ ୧୨ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ନକ୍ସଲମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ଏସ୍‌ଏଲ୍‌ଆର, ଇନ୍‌ସାସ୍‌, ୩୦୩ ରାଇଫଲ୍‌ ସହ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ। ଏନ୍‌କାଉଣ୍ଟରରେ ବହୁ ନକ୍ସଲ ଆହତ ହୋଇଥିବା ବିଜାପୁର ଜିଲ୍ଲା ଏସ୍‌ପି ଜିତେନ୍ଦ୍ର କୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୃତ ନକ୍ସଲଙ୍କ ଶବକୁ ପୁଲିସ ମୁଖ୍ୟାଳୟକୁ ଅଣାଯାଇଛି। ସନ୍ଧ୍ୟା ହୋଇଯିବାରୁ ସର୍ଚ୍ଚ ଅପରେସନ୍‌ରେ ବାଧା ସୃଷ୍ଟି ହୋଇଛି। ଗୁରୁବାର ସର୍ଚ୍ଚ ଅପରେସନ୍‌ ଶେଷ ହେବା ପରେ ଅଧିକ ସୂଚନା ମିଳିବ 
ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe