Photograph: (The New Indian Express)
ଜଗନ୍ନାଥପ୍ରସାଦ:ସୁରତ ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକ୍ ସୋରିଷମୂଳି ଗ୍ରାମର ସମ୍ବରା ସ୍ବାଇଁ (୪୪)ଙ୍କର ଅକାଳ ବିୟୋଗ ଘଟିଛି। ହେଲେ ଅନ୍ୟକୁ ନୂଆ ଜୀବନ ଦେବା ପାଇଁ ନିଜ କିଡ୍ନି ଓ ଫୁସଫୁସ ଦାନ କରି ସେ ଅମର ହୋଇଯାଇଛନ୍ତି। ଆସନ୍ତାକାଲି ତାଙ୍କ ଶବ ପହଞ୍ଚିବ ବୋଲି ବିଡ଼ିପୁର ଗାଁ’ର ବିପ୍ରଚରଣ ବାରିକ ସୂଚନା ଦେଇଛନ୍ତି। ସମ୍ବରା ୧୫ ବର୍ଷ ହେଲା ଗୁଜରାଟ ସୁରତର ଓଲପାହାଡ଼ ଅଞ୍ଚଳରେ କାମ କରୁଥିଲେ। ଗତକାଲି ଛାତ ଉପରୁ ଖସି ପଡ଼ି ଗୁରୁତର ହୋଇଥିଲେ।
/filters:format(webp)/sambad/media/media_files/2025/12/31/dagdgazcvcv-2025-12-31-02-24-24.jpg)
Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
ସହଯୋଗୀମାନେ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିବାବେଳେ ରାତିରେ ତାଙ୍କୁ ଡାକ୍ତର ବ୍ରେନ୍ଡେଡ୍ ଘୋଷଣା କରିଥିଲେ। ପରିବାରବର୍ଗଙ୍କ ସମ୍ମତିକ୍ରମେ ତାଙ୍କ କିଡ୍ନି ଓ ଫୁସଫୁସ ବାହାର କରାଯାଇ ମେଡିକାଲକୁ ଦାନ କରାଯାଇଛି। ଆସନ୍ତାକାଲି ସାମୂହିକ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସମ୍ବରାଙ୍କୁ ଶେଷ ବିଦାୟ ଦିଆଯିବ ବୋଲି ସରପଞ୍ଚ ରଶ୍ମିତା ସାହୁ, ସମିତିସଭ୍ୟ ଗୀତାରାଣୀ ବାରିକ, ଶିଶିର କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।
Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
Follow Us