ଭୁବନେଶ୍ବର: ଚଳିତମାସ ୧୦ତାରିଖରୁ ରାଜ୍ୟର ୫ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍ଡିଏ) ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ୭.୪ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ। ଔଷଧ ପ୍ରଦାନକାରୀ ବା ଡ୍ରଗ୍ ଆଡମିନିଷ୍ଟ୍ରେଟର ପ୍ରତ୍ୟେକ ଘରକୁ ଘର ଯାଇ ଔଷଧ ସେବନ କରାଇବେ। ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧକୁ ଖାଇବାକୁ ବାରଣ କରାଯାଇଛି। ତେବେ ପୂର୍ବରୁ ବର୍ଷକୁ ୨ଥର ଏମ୍ଡିଏ ହେଉଥିବା ବେଳେ ଚଳିତବର୍ଷଠାରୁ ରାଜ୍ୟରେ କେବଳ ଫେବ୍ରୁଆରିରେ ହିଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ଯାଜପୁର ଓ ଗଞ୍ଜାମ ଜିଲାରେ ୧୦ରୁ ୧୯ ତାରିଖ ମଧ୍ୟରେ ଏମ୍ଡିଏ ସହିତ ଜାତୀୟ କୃମିନାଶକ ଦିବସ(ଏନ୍ଡିଡି) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଫାଇଲେରିଆ ନିରାକରଣ ପାଇଁ ଏହି ୫ ଜିଲ୍ଲାର ୭ଟି ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ (ବ୍ଲକ୍-ସହରାଞ୍ଚଳ)ରେ ଏହା କାର୍ଯ୍ୟକାରୀ ହେବ। ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ୨୨୦୦ ଡ୍ରଗ ଆଡ୍ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୧୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି।
Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ
୧୦ରୁ ୫ ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
୭.୪ ଲକ୍ଷଙ୍କୁ ଦିଆଯିବ ଫାଇଲେରିଆ ନିରୋଧୀ ଔଷଧ
ପୂର୍ବରୁ ଫେବ୍ରୁଆରି ଓ ଅଗଷ୍ଟ ମାସରେ ଏମ୍ଡିଏ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ୨୦୨୫ମସିହା ଫେବ୍ରୁଆରିରେ ରାଜ୍ୟର ୪୭ଟି ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ରେ ଏମ୍ଡିଏ ଅନୁଷ୍ଠିତ ହୋଇଥିଲା। ତହିଁରୁ ୪୪ଟି ୟୁନିଟ୍ ରାତ୍ରିକାଳୀନ ରକ୍ତ ନମୁନା ସର୍ଭେରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ବଲାଙ୍ଗୀର ଜିଲ୍ଲାର ୩ଟି ୟୁନିଟ୍ରେ ଏଥିରେ ବିଫଳ ହୋଇଥିଲା। ଏହି ୩ଟି ୟୁନିଟ୍ ସହ ଅନ୍ୟ ୪ଟି ଜିଲ୍ଲାରୁ ଗୋଟିଏ ଲେଖାଏ ୟୁନିଟ୍ରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ରାଜ୍ୟର ୯ଟି ଜିଲ୍ଲାର ସଂକ୍ରମଣ ମୂଲ୍ୟାଙ୍କନ ସର୍ଭେ(ଟାସ୍)ର ଲେଭଲ-୩ ଅତିକ୍ରମ କରିଛନ୍ତି। ଏହାସହ ୪ଟି ଜିଲ୍ଲା ଟାସ୍-୧ ପାର୍ କରିଛନ୍ତି। ବଳକା ୧୭ଟି ଜିଲ୍ଲା ଭିତରୁ ୪ଟି ଜିଲ୍ଲା ଟାସ୍ ପରୀକ୍ଷାରେ ସାମିଲ ହେବେ ଓ ବଳକା ୧୩ଟି ଜିଲ୍ଲାକୁ ଏମ୍ଡିଏରେ ସାମିଲ କରାଯିବ।
Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ
ବିଭାଗୀୟ ଅଧିକାରୀ କହିଛନ୍ତି, ପୂର୍ବ ବର୍ଷଗୁଡ଼ିକରେ ଯେଉଁ ଜିଲ୍ଲା ଫେବ୍ରୁଆରି ଏମ୍ଡିଏରେ ସାମିଲ ହେଉଥିଲା ଏହାର ୬ମାସ ପରେ ସେସବୁ ଜିଲ୍ଲାରେ ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ କରିବାକୁ ପଡ଼ୁଥିଲା। ମାତ୍ର କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିଛନ୍ତି। ଏଣିକି ୬ମାସ ବଦଳରେ ୯ମାସରେ ଥରେ ରାତ୍ରିକାଳୀନ ସର୍ଭେ କରାଯିବ। ଏ ଦୃଷ୍ଟିରୁ ଅଗଷ୍ଟ ମାସରେ ଆଉଥରେ ଏମ୍ଡିଏ କରିବା ସମ୍ଭବ ନୁହେଁ। ତେଣୁ ଯେଉଁ ଜିଲ୍ଲାଗୁଡ଼ିକ ଟାସ୍ରେ ବିଫଳ ହେବେ ସେମାନଙ୍କୁ ୨୦୨୭ମସିହା ଫେବ୍ରୁଆରିରେ ଏମ୍ଡିଏରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଜିତେନ୍ଦ୍ର ମୋହନ ବେବର୍ତ୍ତା, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ଗୁରୁ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟ କଲ୍ୟାଣ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଡା.କିରଣ କୁମାର ରଥ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ଶକ୍ତି ପ୍ରକାଶ ମିଶ୍ର, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିଲମ ସୋମାଲକର, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏମ୍ଡିଏ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିସନ ଶକ୍ତି, ମହିଳା ଓ ଶିଶୁ ବିକାଶ, ଶିଳ୍ପ, ଖଣି, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/daggdazvcvv-2026-02-07-03-03-21.jpg)