ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏହି ସମୟ ମଧ୍ୟରେ ରାଜ୍ୟଗୁଡ଼ିକ ଘର ତାଲିକା ଓ ଗୃହ ଗଣନା କରିବେ। ଏହି ୬ମାସ ମଧ୍ୟରୁ ଓଡ଼ିଶାରେ ଏପ୍ରିଲରୁ ମେ’ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି େନଇଛନ୍ତି। ଏ ନେଇ ଆଜି ଲୋକସେବା ଭବନରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ୬ ମାସ ସମୟ ଦେଇଥିବାବେଳେ ଏଥିରୁ ଯେକୌଣସି ୩୦ ଦିନ ଗୃହ ଗଣନା କରିବାକୁ କୁହାଯାଇଛି। ଶିକ୍ଷକ, ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାର ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜନଗଣନାକାରୀ (ଏନ୍ୟୁମେରେଟର୍) ଏବଂ ସୁପରଭାଇଜର ଦାୟିତ୍ୱ ତୁଲାଇବେ। କିନ୍ତୁ ଶିକ୍ଷକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମେ’ ମାସରୁ ସ୍କୁଲରେ ଖରା ଛୁଟି ହେବାକୁ ଥିବାବେଳେ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାକୁ ଥିବାରୁ ଏହାକୁ ନଜରରେ ରଖି ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। େସହିପରି ଆସନ୍ତା ୨୦୨୭ ଫେବ୍ରୁଆରି ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନା ଅନୁଷ୍ଠିତ ହେବ। ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ପୁନଃ ଅବଲୋକନ (ରିଭିଜନାଲ୍ ରାଉଣ୍ଡ) ଅନୁଷ୍ଠିତ ହେବ। ପ୍ରତି ୨୦୦ ଘର ପାଇଁ ଜଣେ ଜନଗଣନାକାରୀ ନିୟୋଜିତ ହେବେ। ୬ ଜଣ ଜନଗଣନାକାରୀଙ୍କ ପାଇଁ ଜଣେ ସୁପରଭାଇଜର ରହିବେ।
Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ ନିଯୁକ୍ତି ହେଲେ ୪
ଏବେ ଘର ଗଣତି ହେବ, ୨୦୨୭ ଫେବ୍ରୁଆରି ୯ରୁ ୨୮ ପର୍ଯ୍ୟନ୍ତ ଜନଗଣନା
ସାମିଲ ହେବେ ୧ ଲକ୍ଷ ଜନଗଣନାକାରୀ
ଆଲୋଚନା ଅନୁସାରେ ଡିସେମ୍ବର ୩୧, ୨୦୨୫ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ନିର୍ଦ୍ଦେଶିତ ଅଞ୍ଚଳ ବ୍ୟତୀତ ଏହି ଜନଗଣନା ସମୟରେ ନୂଆ ଗାଁ, ନୂଆ ସହର, ଗାଁ ସହରରେ ମିଶିବା ଭଳି ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ହେବନାହିଁ। ଜନଗଣନା କାର୍ଯ୍ୟର ସୁସମ୍ପାଦନ ପାଇଁ ଜାତୀୟ ସ୍ତରରେ ରେଜିଷ୍ଟ୍ରାର ଜେନେରାଲ୍ ଓ ଜନଗଣନା ଆୟୁକ୍ତ ଥିବାବେଳେ ରାଜ୍ୟସ୍ତରରେ ମୁଖ୍ୟ ସଚିବ ରାଜ୍ୟ ନୋଡାଲ୍ ଅଧିକାରୀ, ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଏବଂ ମହାନଗର ନିଗମ ଅଞ୍ଚଳରେ ମ୍ୟୁନିସିପାଲ୍ କମିସନରମାନେ ପ୍ରମୁଖ ଜନଗଣନା ଅଧିକାରୀ ଭାବେ ନିୟୋଜିତ ରହିବେ। ଉପଖଣ୍ଡ ବା ସହରାଞ୍ଚଳରେ ତହସିଲଦାର ଓ ଡେପୁଟି କମିସନରମାନେ ଚାର୍ଜ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ଜନଗଣନାକାରୀ, ସୁପରଭାଇଜର, ରାଜ୍ୟ, ଜିଲ୍ଲା, ମହାନଗର ନିଗମ ଓ ଚାର୍ଜ ଅଧିକାରୀଙ୍କ ପାଇଁ ପାରିତୋଷିକ, ଜନ ଗଣନା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟା ସହାୟତା ପାଇଁ ଆର୍ଥିକ ବ୍ୟବସ୍ଥା ରହିଛି। ପ୍ରତି ଜନଗଣନାକାରୀଙ୍କୁ ୨୫ ହଜାର ଟଙ୍କାର ପାରିତୋଷିକ ଦେବାକୁ ଆଲୋଚନା ହୋଇଛି।
ସେହିପରି ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶନ ନେଇ ରାଜସ୍ୱ ବିଭାଗ ସମନ୍ୱୟ କାର୍ଯ୍ୟ କରିବ। ଜନଗଣନାକାରୀ ଓ ସୁପରଭାଇଜର ତାଲିକା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସହରାଞ୍ଚଳ ସଂପର୍କିତ ବିଜ୍ଞପ୍ତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟ ବିଭାଗମାନେ ସହଯୋଗ କରିବେ। ଓଡ଼ିଆ ବା ଇଂରାଜୀ ଭାଷାରେ ଜନଗଣନାକାରୀମାନେ ଜନସାଧାରଣଙ୍କର ସୁବିଧା ଅନୁସାରେ ତଥ୍ୟ ଅନ୍ତର୍ଭୁକ୍ତ କରିବେ। ଜନଗଣନା ପାଇଁ ପୂର୍ବରୁ ମାଷ୍ଟର ଟ୍ରେନର୍ ଏବଂ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷକଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ। ଜନଗଣନାରେ କାଗଜପତ୍ରରେ ଫର୍ମ ପୂରଣ କରି ତଥ୍ୟ ନିଆଯିବା ବଦଳରେ ମୋବାଇଲ ଆପ୍ ତଥା କମ୍ପ୍ୟୁଟରୀକରଣ ବା ଡିଜିଟାଲ୍ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଗିରୀଶ ଏସ୍.ଏନଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ଓଡ଼ିଶାରେ ଜନଗଣନା ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/07/census-2026-01-07-14-13-32.png)