Pollution certificate scam for revenue collection: ୧୩୦୦ କୋଟି ପାଇଁ... ରାଜସ୍ବ ଆଦାୟ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଫନ୍ଦି

Advertisment

ରାଜ୍ୟର ପ୍ରାୟ ୩୫ ଲକ୍ଷ ଗାଡ଼ି ଉପରେ ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ଅଛି। ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ‘ପ୍ରଦୂ‌ଷଣ ସାର୍ଟିଫିକେଟ୍’ ଫନ୍ଦି କରିଛି। ବିଭାଗର ଅଧିକାରୀଙ୍କ ମୁଣ୍ଡରେ ମାର୍ଚ୍ଚ ୩୧ ରାଜସ୍ବ ଆଦାୟ ଟାର୍ଗେଟ୍‌।

ରାଜ୍ୟର ପ୍ରାୟ ୩୫ ଲକ୍ଷ ଗାଡ଼ି ଉପରେ ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ଅଛି। ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ‘ପ୍ରଦୂ‌ଷଣ ସାର୍ଟିଫିକେଟ୍’ ଫନ୍ଦି କରିଛି। ବିଭାଗର ଅଧିକାରୀଙ୍କ ମୁଣ୍ଡରେ ମାର୍ଚ୍ଚ ୩୧ ରାଜସ୍ବ ଆଦାୟ ଟାର୍ଗେଟ୍‌।

pollucation

Photograph: (Deccan Chronicle)

ବିଶ୍ବଜିତ ଦାଶ 
ଭୁବନେଶ୍ବର: ରାଜ୍ୟର ପ୍ରାୟ ୩୫ ଲକ୍ଷ ଗାଡ଼ି ଉପରେ ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ଅଛି। ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ‘ପ୍ରଦୂ‌ଷଣ ସାର୍ଟିଫିକେଟ୍’ ଫନ୍ଦି କରିଛି। ବିଭାଗର ଅଧିକାରୀଙ୍କ ମୁଣ୍ଡରେ ମାର୍ଚ୍ଚ ୩୧ ରାଜସ୍ବ ଆଦାୟ ଟାର୍ଗେଟ୍‌। ଏଣୁ ନିୟମ କରିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ପରିବହନ ବିଭାଗର ଅଧିକାରୀମାନେ ସବୁ ନିୟମକୁ ମୋଡ଼ି ମକଚି ଦେଇଛନ୍ତି। ପ୍ରଥମତଃ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆସେ। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତା ପରିବହନ ବିଭାଗର ନାହିଁ। କୌଣସି ମେ‌ାଟର ଯାନ ଆଇନରେ ମଧ୍ୟ ଏ ନିୟମ ନାହିଁ। ପରିବହନ ବିଭାଗର ଏହି ଅଜବ ନିୟମ ସଂପର୍କରେ କିନ୍ତୁ ଯୋଗାଣ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି।

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଦ୍ବିତୀୟରେ ଏସ୍‌ଟିଏ କର୍ତ୍ତୃପକ୍ଷ ନିୟମ କରିଦେଲେ, ଗାଡ଼ିରେ ଗ୍ରିନ୍‌ ଷ୍ଟିକର୍‌ ନଥିଲେ ପେଟ୍ରୋଲ ମିଳିବନି। ହେଲେ ଏହି ଗ୍ରିନ୍‌ ଷ୍ଟିକର୍‌ କେମିତିକା ତାହା ପରିବହନ ବିଭାଗର ଅଧିକାରୀମାନେ ଏ ପର୍ଯ୍ୟନ୍ତ ଦେଖିନାହାନ୍ତି। କାରଣ ରାଜ୍ୟରେ ଗ୍ରିନ୍‌ ଷ୍ଟିକର୍‌ ନାହିଁ। ପାଖରେ ଷ୍ଟିକର୍‌ ନଥାଇ କିଭଳି ନିୟମ ହେଲା? ଏବେ ଷ୍ଟିକର୍‌ କଥା ପଚାରିବାରୁ ପରିବହନ ମନ୍ତ୍ରୀ କହୁଛନ୍ତି, ରାଜ୍ୟ ସରକାର ଫେବ୍ରୁଆରି ମାସରେ ଯୋଗାଇବେ। ହେଲେ ଲୋକଙ୍କୁ କେମିତି ଏହା ମିଳିବ, ସେ ନେଇ ଚୁପ୍‌। ଲୋକମାନେ ଏବେ ପ୍ରଦୂଷଣ ସାର୍ଟିିଫିକେଟ୍ କରିବାକୁ ସବୁ କାମଧନ୍ଦା ଛାଡ଼ି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି। ଷ୍ଟିକର୍‌ ପାଇଁ ଆଉଥରେ ଛିଡ଼ା ହେବେ? 

ପାଖରେ ଗ୍ରିନ୍‌ ଷ୍ଟିକର୍‌ ନାହିଁ, ତେଲ ନଦେବାକୁ ନିୟମ କରିଦେଲେ
ଯୋଗାଣ ବିଭାଗ ଅଧୀନରେ ପେଟ୍ରୋଲ ପମ୍ପ, ପରିବହନ ବିଭାଗ ମନା କରିବାକୁ କିଏ?
୧୫ ବର୍ଷରୁ କମ୍ କୌଣସି ଗାଡ଼ି ପ୍ରଦୂଷଣ କରୁଥିବା ଧରାପଡ଼ୁନି

ତୃତୀୟରେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଯେଉଁ ଯନ୍ତ୍ର ଅଛି, ସେଥିରେ ଯେଉଁ ଗାଡ଼ି ଯାଞ୍ଚ ହେଉଛି ତାକୁ ପ୍ରମାଣପତ୍ର ମିଳୁଛି। ଅର୍ଥାତ୍ ଯାହାର କୌଣସି ଜରିମାନା ନାହିଁ, ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଫିଟ୍‌ନେସ୍ ଅଛି ତାଙ୍କୁ ଆରାମରେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଯିବ। ପ୍ରଦୂଷଣ ସାର୍ଟିଫିକେଟ୍ ଦେଉଥିବା ଏକ ସଂସ୍ଥାର କର୍ମଚାରୀଙ୍କ କହିବାନୁଯାୟୀ, ଆମେ ଅନ୍‌ଲାଇନ୍‌ରେ ଗାଡ଼ିର ନମ୍ବର ପ୍ଲେଟ୍ ଫଟୋ ପକାଇଦେଲେ ସବୁ ତଥ୍ୟ ଆସିଯାଉଛି ଏବଂ ଜରିମାନା ନଥିଲେ, କାଗଜପତ୍ର ଠିକ୍ ଥିଲେ ସାର୍ଟିଫିକେଟ୍ ଇସ୍ୟୁ ହୋଇଯାଉଛି। ୧୫ ବର୍ଷରୁ କମ୍ କୌଣସି ଗାଡ଼ିର ପ୍ରମାଣପତ୍ର ପ୍ରଦୂଷଣ ପାଇଁ ବାତିଲ୍ ହେଉନି। ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ସେଗୁଡ଼ିକ ଯଦି ପୁନଃପଞ୍ଜୀକରଣ ହୋଇନି କିମ୍ବା ଫିଟ୍‌ନେସ୍ ସାର୍ଟିଫକେଟ୍ ନାହିଁ ତେବେ ପ୍ରଦୂଷଣ ସାର୍ଟିଫକେଟ୍ ବାହାରୁନି। ସବୁ ‘ବାହନ’ ୱେବ୍‌ସାଇଟ୍‌ ଦ୍ବ‌ାରା ଲିଙ୍କ୍‌ ହୋଇଥିବାରୁ ସରକାର ଯାହା ତଥ୍ୟ ଫିଡିଂ କରୁଛନ୍ତି ସେହି ଅନୁଯାୟୀ ସଫ୍ଟୱେୟାର ନେଉଛି। ଯେଉଁଥି ପାଇଁ ଏବେ ୩ ମାସରୁ ଅଧିକ ପୁରୁଣା ବକେୟା ଜରିମାନା ଥିବା ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ବାହାରୁନି। ଆମର ଯେଉଁ ମେସିନ୍ ଲାଗିଛି ପ୍ରଦୂଷଣ ସାର୍ଟିଫିକେଟ୍ ଦେବା ପାଇଁ ସେଥ‌ିରେ ବ୍ୟବସ୍ଥା ଅଛି। ଗାଡ଼ି ଅଧିକ ପ୍ରଦୂଷଣ କରୁଥିଲେ ତାକୁ କମାଇବା ବ୍ୟବସ୍ଥା ନାହିଁ। 

Horoscope 2025 December 29: ଜାଣନ୍ତୁ ଆଜିର ରାଶିଫଳ

ପ୍ରଶ୍ନ ଉଠୁଛି, ଯଦି ୧୫ ବର୍ଷରୁ କମ୍ କୌଣସି ଗାଡ଼ି ପ୍ରଦୂଷଣ କରୁନାହାନ୍ତି ବୋଲି ସରକାରଙ୍କ ପାଖରେ ଲକ୍ଷଲକ୍ଷ ପ୍ରମାଣ ଅଛି ତେବେ କାହିଁକି ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ୧୦ ହଜାର ଟଙ୍କା ଜରିମାନା କରାଯାଉଛି? କେନ୍ଦ୍ର ସରକାରଙ୍କ ଏହି ନିୟମ ବଦଳାଇବାକୁ କାହିଁକି ରାଜ୍ୟ ସରକାର ପ୍ରସ୍ତାବ ଦେଉନାହାନ୍ତି? ରାଜସ୍ବ ଆଦାୟ ନିଶାରେ କାହିଁକି ଲୋକଙ୍କଠାରୁ ପ୍ରତି ୬ ମାସରେ/ବର୍ଷକରେ ବାଇକ୍ ପିଛା ୭୦ ଟଙ୍କା, କାର୍ ପିଛା ୧୨୦ ଟଙ୍କା ଆଦାୟ ହେଉଛି? ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବିଭିନ୍ନ ଇ-ଚାଲାଣ ବାବଦକୁ ପ୍ରାୟ ୧୩୦୦ କୋଟି ବକେୟା ଥିବାରୁ ଏହାକୁ ଯେମିତି ହେଲେ ଆଦାୟ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ଗତ ସେପ୍ଟେମ୍ବର ମାସରେ ୱାନ୍‌ ଟାଇମ୍ ସେଟେଲମେଣ୍ଟ (ଓଟିଏସ୍) ବ୍ୟବସ୍ଥା ଆଣିଥିଲେ। ହେଲେ ବହୁ ଲୋକଙ୍କର ମନଇଚ୍ଛା ଇ-ଚାଲାଣ କଟାଯାଇଥିବାରୁ ସେମାନେ ଜରିମାନା ଦେବାକୁ ଅମଙ୍ଗ ହେଉଛନ୍ତି। ଓଟିଏସ୍ ସଫଳ ହେଉନଥିବା ଦେଖି ବିଭାଗୀୟ ଅଧିକାରୀମାନେ ଏବେ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ଜରିମାନା ଅଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe