ଜଗତସିଂହପୁର: ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇବା ପାଇଁ ଜଗତସିଂହପୁର ପୁଲିସ ପକ୍ଷରୁ ଆଜି ବିଳମ୍ବିତ ରାତିରେ ଜୋର୍ଦାର ଚଢ଼ଉ ଜାରି ରହିଛି। ରାତିରେ ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତିରେ ପୁଲିସ ଚଢ଼ଉ କରି ୨୧ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି। ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ପ୍ରାୟ ୨ ପ୍ଲାଟୁନ୍ ଫୋର୍ସ ଓ ବରିଷ୍ଠ ପୁଲିସ ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ପ୍ରାୟ ୨୦ଟି ଘରେ ଚଢ଼ଉ କରାଯାଇଥିବା ବେଳେ ସେଠାରୁ ୧୫ ଜଣ ପୁରୁଷ ଓ ମହିଳା, ୬ ଜଣ ଛୋଟପିଲାଙ୍କୁ ସନ୍ଦେହରେ ଉଠାଇ ନେଇ ଯାଞ୍ଚ କରାଯାଉଛି। ସେମାନଙ୍କୁ ବିରିଡ଼ି ବାଗଲପୁରଠାରେ ଖୋଲା ଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସୂଚନା ଅନୁଯାୟୀ କିଛି ବର୍ଷ ହେଲା ସେଠାରେ ପଶ୍ଚିମବଙ୍ଗ ପରିଚୟପତ୍ରଧାରୀ ଲୋକମାନେ ରହୁଥିଲେ। ସେମାନେ ଫେରି ବେପାର ସହ ବିଭିନ୍ନ ବ୍ୟବସାୟ କରି ଆସୁଥିଲେ।
Archery : କଳାହାଣ୍ଡିର ଆଦିବାସୀ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ
ସୂଚନାଯୋଗ୍ୟ ପୂର୍ବରୁ ଧନୀପୁର ବେହେରାମପୁର ବସ୍ତି ଓ ତରିକୁନ୍ଦ କଲେଜ ପଛ ପାଖରେ ଥିବା ବସ୍ତିରେ ବି ଯାଞ୍ଚ କରାଯାଇଥିଲା। ବେହେରାମପୁରରେ ଚଢ଼ଉ ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସିକନ୍ଦର ଆଲାମ୍ ଓରଫ୍ ସିକୋ ସେମାନଙ୍କୁ ଆଣି ଆଶ୍ରୟ ଦେଇଥିବା ଜଣାପଡ଼ିଥିଲା। ଦୁଇ ବସ୍ତିର ପ୍ରାୟ ୩୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ଯାଞ୍ଚ ପରେ ୨୦ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି। ଆଜି ପାରାଦୀପରେ ମଧ୍ୟ ଯାଞ୍ଚ ବେଳେ ୩ ଜଣଙ୍କୁ ସନ୍ଦେହରେ ଆଣି ଯାଞ୍ଚ କରାଯାଇଥିଲା। କିନ୍ତୁ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀ ବୋଲି ଜଣାପଡ଼ିବା ପରେ ଛାଡ଼ି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/bangladesi-2025-12-03-02-44-24.jpg)