ରାଇରଙ୍ଗପୁର/ଗୋରୁମହିଷାଣୀ: ଚାଲାଣ ବେଳେ ଧରାପଡ଼ିଲା ୧୦୯ ଶୁଆ। ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ।  ଗୋରୁମହିଷାଣୀ ବଜାର ଅଞ୍ଚଳର ସେକ୍‌ ଜାକିର ହୁସେନ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ଚେଢ଼େଇପାହାଡ଼ି, ସୋରଗୋଡ଼ା, ପାଟପୁର, ବିଶୋଇ ଆଦି ଅଞ୍ଚଳରୁ ଶୁଆ ସଂଗ୍ରହ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଶାବକ ଥିଲେ।

Advertisment

GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍‌ଏଫ୍

ଆଜି ସେ ୧୦୯ଟି ଶୁଆ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଗୋରୁମହିଷାଣୀ ବନପାଳ କାଶୀନାଥ ହାଁସଦା, ଦେବାଶିଷ ମିଶ୍ର, ସସ୍ମିତା ଘୋଷ, ନିର୍ମଳ କୁମାର ବେହେରା, ଦୁଷ୍ମନ୍ତ ଦାସ, ସୁଭଦ୍ରା ପାଲଙ୍କ ସହ ଅନ୍ୟ ବନ କର୍ମଚାରୀ ଚଢ଼ଉ କରିଥିଲେ। ଅଭିଯୁକ୍ତ ଜାକିର ହୁସେନଙ୍କୁ ଗିରଫ କରାଯାଇଛି। ଉଦ୍ଧାର ଶୁଆମାନଙ୍କୁ ଆସନ୍ତାକାଲି ନନ୍ଦନକାନନରେ ଛଡ଼ାଯିବ ବୋଲି କୁହାଯାଇଛି। ଏନେଇ ୧୪୦/୨୬ରେ ଏକ ମାମଲା ରୁଜୁ ହୋଇଛି।  ସେ ଗୋଟିଏ ଶୁଆକୁ ୧ ହଜାରରୁ ୧୫ ଶହ ଟଙ୍କାରେ ବିକ୍ରି କରୁଥିଲେ। ଗତବର୍ଷ ଜାକିର ହୁସେନଙ୍କ ସାନଭାଇ ମଧ୍ୟ ଶୁଆ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲା।

Weekly Horoscope 2026 March 8 To 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ