ରାସ୍ତାକଡ଼ ଘର ଭିତରକୁ ପଶିଗଲା କାର୍‌; ଶିଶୁ ସମେତ ୪ ଜଣ ଆହତ

ଯାତ୍ରାପାର୍ଟିର କଳାକାରଙ୍କ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘରକୁ ପଶିଯାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ମୋଟ୍‌ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିଥିବାର ‌ତିନି ଜଣ ସୌଭାଗ୍ୟ ବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

car accident

ସୋର: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ମଧ୍ୟକୁ କଳାକାରଙ୍କ ଗାଡ଼ି ପଶିଯାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ମୋଟ୍‌ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିଥିବାର ‌ତିନି ଜଣ ସୌଭାଗ୍ୟ ବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରର କେଉଁ ରାସ୍ତାରେ ରହିବ କଟକଣା ଜାଣନ୍ତୁ

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୃଥ୍ୱୀରାଜ ଯାତ୍ରା ପାର୍ଟିର କଳାକାର ବୁଲୁବୁଲୁ ପଟ୍ଟନାୟକ ଏବଂ ବିଶ୍ୱଜିତ ଦାସ ଏକ କାର୍‌ (ଓଡି ୦୭ଜେ ୮୫୫୯)ରେ ବାଲେଶ୍ବର ଜିଲ୍ଲା ସୋରରୁ ବେତଡା ଅଭିମୁଖେ ଯାଉଥିଲେ। ଚପରପଦା ନିକଟରେ କାରଟି ଭାରସାମ୍ୟ ହରାଇଥିଲା। କାର୍‌ଟି ରାସ୍ତାକଡ଼ରେ ଥିବା ବାସନ୍ତି ତରେଇଙ୍କ ଘର ଭାଙ୍ଗି ଭିତରକୁ ପଶି ଯାଇଥିଲା। ଏହି ସମୟରେ ଘର ମଧ୍ୟରେ ଶୋଇଥିବା ଦେଢ଼ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରିବା ବେଳେ ବାସନ୍ତୀଙ୍କ ବୋହୁ ମାତା ତରେଇ ଆହତ ହେବା ସହିତ ଗାଡ଼ିରେ ଥିବା ୨ ଜଣ ଯାତ୍ରା କଳାକାର ମଧ୍ୟ ଆହତ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା ନେଲା ନୂଆ ମୋଡ଼

ଯାତ୍ରାପାର୍ଟିର କଳାକାରଙ୍କ କାର୍‌ଟି ସୋରରୁ  ବତଡ଼ା ଅଭିମୁଖେ ଯାଉଥିଲା। ଏହା ଚପରପଦା ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ଏକ ଘର ଭାଙ୍ଗି ଭିତରକୁ ପଶି ଯାଇଥିଲା।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଘର ଭିତରୁ କାଢ଼ିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe