ଭୁବନେଶ୍ୱର: ଛଳଛଳ ଆଖିପତାରୁ ଲୁହକୁ ଚିପୁଡ଼ିଦେବା କାମ କରେ ନାଟକ। ଯାହା ପଥରକୁ ମଣିଷ କରିବାକୁ ଚେଷ୍ଟା କରେ ତାହା ନାଟକ ବୋଲି ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କହିଛନ୍ତି। ଆଜି ‘ନାଟକ ସାହିତ୍ୟ’ ପ୍ରସଙ୍ଗରେ ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଚତୁର୍ଥ ସଂଧ୍ୟାକୁ ଉଦ୍ଘାଟନ କରି ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି। ନିଜ ଆଶୀର୍ବଚନରେ ସେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ସାହିତ୍ୟର କୁମ୍ଭମେଳା ବୋଲି ମଧ୍ୟ କହିଥିଲେ । ଆଧୁନିକ ଓଡ଼ିଆ ନାଟ୍ୟ ଆକାଶର ଉଜ୍ଜ୍ବଳ ତାରା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କୁ ଆଜିର ମଞ୍ଚ ସମର୍ପିତ ହୋଇଥିଲା। ଆଳାପ ଅଧିବେଶନରେ ‘ନାଟକ ଓ ପାଠକ’ ପ୍ରସଙ୍ଗରେ ସୁପ୍ରସିଦ୍ଧ ଲେଖିକା ସଂଘମିତ୍ରା ମିଶ୍ର କହିଥିଲେ, ନାଟକର ପାଠକ ହେଲେ ଦର୍ଶକ। ତାଙ୍କ ସହ ଆଳାପରେ ଥିଲେ ଶତ୍ରୁଜିତ୍।
‘ସମ୍ବାଦ ସାହିତ୍ୟ ପକ୍ଷ’ ସାହିତ୍ୟର କୁମ୍ଭମେଳା
ଦର୍ଶକ ନାଟକର ପାଠକ ସଂଳାପରେ କମ୍ପିଲା ମଞ୍ଚ
ଦର୍ଶକ ସୃଷ୍ଟି ପାଇଁ ନାଟକ ଲୋକଙ୍କ ପାଖକୁ ଯିବା ଦରକାର। ନାଟକ କରୁଥିବା କର୍ମୀଙ୍କର ସମାଜ ପ୍ରତି ଅନେକ କର୍ତ୍ତବ୍ୟ ରହିଛି। ଦର୍ଶକ ଅଛନ୍ତି ବୋଲି ନାଟକ ଚାଲିଛି। ଯାହା ଅଟକି ଯାଏନି ତାହା ନାଟକ ବୋଲି ଆଲୋଚନା ଅଧିବେଶନରେ ନାଟ୍ୟକର୍ମୀ ବିପ୍ଳବ ଶତପଥୀ, ସୋମନାଥ ବେହେରା ଓ ପ୍ରଦ୍ୟୁମ୍ନ କୁମାର ସାହୁ ମତ ପ୍ରକାଶ କରିଥିଲେ । ‘ନାଟକରେ ଦର୍ଶକଙ୍କ ଅଭାବ କାହିଁକି?’ ପ୍ରସଙ୍ଗରେ ଆଜିର ନାଟକ ସାମନା କରୁଥିବା ସମସ୍ୟା ଓ ସଂଘର୍ଷ ଦିଗରେ ଏହି ଆଲୋଚନା ହୋଇଥିଲା। ଏହାର ସଂଯୋଜନା ଭାର ସମ୍ଭାଳିଥିଲେ ଆଶିଷ ସୋନାର। ବିଗତ ସଞ୍ଜ ପରି ଚତୁର୍ଥ ସଞ୍ଜର ମଞ୍ଚରେ ମନଛୁଆଁ କବିତା ଆବୃତ୍ତି କରିଥିଲେ କବି ନୃସିଂହ ତରାଇ, କବି ନିରୁପମା ବେହେରା ଏବଂ କ୍ଷୁଦ୍ରଗଳ୍ପ ପଠନ କରିଥିଲେ ଗାଳ୍ପିକା ରୋଜାଲିନ ମିଶ୍ର।
Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ନେଇ ଭକ୍ତି-ଭାବର ନାଟ୍ୟାଂଶ ‘ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ’ ପରିବେଷିତ ହୋଇଥିଲା। ଏହା ପରିବେଶକୁ ଭାବ ବିହ୍ବଳ କରିଥିଲା। ଆର୍ତ୍ତତ୍ରାଣ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଲାଲା ବୀରେନ ରାୟ। ଗୋବିନ୍ଦ, ବିପ୍ରଞ୍ଜୟ ଓ କଳ୍ପନା ଏଥିରେ ଅଭିନୟ କରିଥିଲେ। ଆଜିର ମଞ୍ଚରେ ‘ଓଡ଼ିଶା ଲେଖକ ସମବାୟ ସମିତି’ ଓ ‘ଧଉଳି ସାହିତ୍ୟ ସଂସଦ’ର ସଦସ୍ୟମାନଙ୍କ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ। ନାଟକ ସାହିତ୍ୟକୁ ନେଇ ପ୍ରଶ୍ନୋତ୍ତର ପେଡ଼ି ଖୋଲିବା ସହ ମଞ୍ଚ ସଂଯୋଜନା ବି କରିଥିଲେ ଆର୍.ଜେ ଅନିଲ। ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ପ୍ରଗତି ସାହୁ।
Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା
Follow Us