Gas Tanker Overturned: ରାସ୍ତାରେ ଓଲଟିପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର: ଡ୍ରାଇଭର ଗୁରୁତର

Advertisment

ଭବାନୀପାଟଣାରୁ ଭାୟା ଛତିକୁଡା ଛକ ଦେଇ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ଗୋଟିଏ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ରାସ୍ତା ଉପରେ ସଂପୂର୍ଣ୍ଣ ଓଲଟି ପଡ଼ିଛି...

ଭବାନୀପାଟଣାରୁ ଭାୟା ଛତିକୁଡା ଛକ ଦେଇ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ଗୋଟିଏ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ରାସ୍ତା ଉପରେ ସଂପୂର୍ଣ୍ଣ ଓଲଟି ପଡ଼ିଛି...

Gas tanker overturns on road

Gas tanker overturns on road Photograph: (sambad.in)

ରୁପ୍ରା: ଭବାନୀପାଟଣାରୁ ଭାୟା ଛତିକୁଡା ଛକ ଦେଇ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ଗୋଟିଏ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ରାସ୍ତା ଉପରେ ସଂପୂର୍ଣ୍ଣ ଓଲଟି ପଡ଼ିଛି।

ଦୁର୍ଘଟଣା ଏତେ ଜୋର ଥିଲା ଯେ, ଗ୍ୟାସ୍ ଟ୍ୟାଙ୍କର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୁରମାର ହୋଇ ରାସ୍ତା ଜାମ୍ ହେବାସହ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ରାସ୍ତା ବନ୍ଦ କରିଛନ୍ତି ।

ଆହୁରି ପଢ଼ନ୍ତୁ:Cold Wave Intensified: ଶୀତରେ ହାତଗୋଡ଼ କୋଲ ମାରିଲା: ରାଜ୍ୟର ୧୬ ସହର ୧୦ ଡିଗ୍ରି ତଳେ, ସେମିଲିଗୁଡ଼ା ୩.୫ ଡିଗ୍ରି, ଭୁବନେଶ୍ବର ୧୩ ଡିଗ୍ରି

ବଲାଙ୍ଗୀର ଯାଉଥିଲା

ସେହିପରି ଗୁରୁତର ଡ୍ରାଇଭରକୁ ଉଦ୍ଧାରକରି ଏକ ପିକ୍ଅପ୍ ଯୋଗେ ଡାକ୍ତରଖାନା ପଠାଯାଇଛି। ବୁଧବାର ସନ୍ଧ୍ୟା ସମୟରେ ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଗ୍ୟାସ ବୋଝେଇ କରି ବଲାଙ୍ଗୀର ଯାଉଥିଲା। 

ତେବେ ଟ୍ୟାଙ୍କର ଓଲଟି ପଡ଼ିଥିବାବେଳେ ଗ୍ୟାସ୍ ନିର୍ଗତ ହେବା ଆଶଙ୍କା ସୃଷ୍ଟି ହେବାରୁ ନର୍ଲା ଅଗ୍ନିଶମ ବିଭାଗ, ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ବେଦନଶୀଳ ଥିବାରୁ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଛତିକୁଡ଼ାରୁ-ସିକେରକୁପା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ୍

ସେହିପରି ନର୍ଲା ଅତିରିକ୍ତ ତହସିଲଦାର ଅମର ପରାସେଠ,ଫାୟାର୍ ଅଫିସର ତ୍ରିନାଥ ଭୋଇଙ୍କ ସମେତ ଗ୍ୟାସ ସେଫଟି ବିଭାଗ ଓ ଜିଲ୍ଲା ପରିବହନ ବିଭାଗ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ସେହିପରି ଟ୍ୟାଙ୍କରରେ ଅତି ଦହନଶୀଳ ଏଲପିଜି ଗ୍ୟାସ ଥିବା ଓ ଏହା ନିର୍ଗତ ହେବା ଆଶଙ୍କା ଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଛି ପ୍ରଶାସନ। ଫଳରେ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ-ସିକେରକୁପା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

ଆହୁରି ପଢ଼ନ୍ତୁ:Humayun Kabir On Babri Masjid: ବାବ୍ରି ନିର୍ମାଣ ପାଇଁ ମୋ ମୁସଲମାନ ଭାଇ କୋଟି କୋଟି ଟଙ୍କା ଦେଉଛନ୍ତି: ହୁମାୟୁନ କବୀର

ଘଟଣା ସମ୍ପର୍କରେ ପୁଲିସ ଓ ପ୍ରଶାସନ ତୀକ୍ଷଣ ନଜର ରଖିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ: ଅଜୟ ସେନାପତି, ରୁପ୍ରା, ନର୍ଲାବ୍ଲକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe