ଭୁବନେଶ୍ବର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ତଦନ୍ତ କମିସନ ସୁପାରିସ କରିଥିବା ଓ ଫେରସ୍ତ ପାଇ ନଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ (୧୦ହଜାର ଟଙ୍କା ପର୍ଯ୍ୟନ୍ତ), ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନି ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ (୮୦୦୦ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା) ଏବେ ରାଜ୍ୟ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ଏହି ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ। ତେଣୁ ଜମାକାରୀମାନେ ନିଜର ସମସ୍ତ ଡକୁମେଣ୍ଟ ଦେଖାଇ ଟଙ୍କା ନେବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

ଜମାକାରୀମାନେ ନିଜ ଜିଲ୍ଲାର ସରକାରୀ ୱେବ୍‌ସାଇଟ୍‌ ଏବଂ www.opid.odisha.gov.inରେ ସେମାନଙ୍କ ନାମ, ଆବେଦନ ନମ୍ବର, ସତ୍ୟପାଠ ନମ୍ବର ଦେଇ ସେମାନଙ୍କ ଆବେଦନପତ୍ରର ସ୍ଥିତି ଜାଣିପାରିବେ। ଏହାପରେ ନିଜର ପରିଚୟ ପତ୍ର, ମୂଳ ଜମା ରସିଦ୍, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆଦି ସଂପୃକ୍ତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କ ପାଖରେ ଜମାକଲେ ୧୫ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା