ରେଳ ଧାରଣାରୁ ଖସିଲା ମାଲଗାଡ଼ି: ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ଆନ୍ଧ୍ରର ଆରୁକୁ- କୋତୱାଲାସା ମଧ୍ୟରେ ଥିବା ଚିମିଡିପାଲି ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଯାଇଛି। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି....

goods train derails: More than 30 bogies derail

goods train derails: More than 30 bogies derail Photograph: (sambad.in )

କୋରାପୁଟ: ଆନ୍ଧ୍ରର ଆରୁକୁ- କୋତୱାଲାସା ମଧ୍ୟରେ ଥିବା  ଚିମିଡିପାଲି ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲଗାଡ଼ି  ଲାଇନଚ୍ୟୁତ ହୋଇଯାଇଛି। ପ୍ରାୟ  ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ଯୋଗୁ କୋଟବାଲସା-କୋରାପୁଟ ରେଳପଥ ଚଳାଚଳକୁ ବନ୍ଦ ରଖାଯାଇଛି। ଯାହା ଫଳରେ କିରାଣ୍ଡୁଲ ରୁ ବିଶାଖାପାଟନା ଯାଉଥିବା ପାସେଞ୍ଜେର ଟ୍ରେନର ଗତି ପଥ ବଦଳାଇ ଟ୍ରେନ କୋରାପୁଟ, ରାୟଗଡା ଓ ବିଜୟନଗରମ ଦେଇ ବିଶାଖାପାଟନା ଅଭିମୁଖେ ବଦଳାଯାଇଛି।  

ଅଧିକ ପଢ଼ନ୍ତୁ: ସମ୍ବଲପୁର ଚିଡ଼ିଆଖାନା ବିକାଶ ଯୋଜନା: ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର କିରଣ୍ଡୁଲୁରୁ  ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଏହି ଡବଲ ଇଞ୍ଜିନ ମାଲଗାଡ଼ି ଯାତ୍ରା କରୁଥିଲା। କେଓକେଜି  ନାମକ ଏହି ମାଲଗାଡ଼ିରେ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା।

ଅପରାହ୍ନ ଗୋଟାଏ ବେଳେ ମାଲଗାଡ଼ିର ବଗି ଗୁଡିକ ଲାଇନଚ୍ୟୁତ ହେବା ଫଳରେ ସୁଡ଼ଙ୍ଗ ମଧ୍ୟରେ ପ୍ରାୟ ଅଧା ବଗି ଅଟକି ରହିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପଥ ଦେଇ ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବାର ଆଶଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ସ୍ତ୍ରୀ ପ୍ରେମରେ ପଡ଼ିଥିବା ଜାଣିବା ପରେ ପ୍ରେମିକ ସହ ବିବାହ କରାଇଲା ସ୍ବାମୀ

 Koraput | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe