Government admits to commission on diarrhea deaths: ଝାଡ଼ାବାନ୍ତି ମୃତ୍ୟୁକୁ କମିସନଙ୍କ ପାଖରେ ମାନିଲେ ସରକାର, ପ୍ରାଣ ନେଇଥିଲା ଦୟାର ଦୂଷିତ ପାଣି

Advertisment

ଝାଡ଼ାବାନ୍ତି ମୃତ୍ୟୁକୁ ଆରମ୍ଭରୁ ଫାଙ୍କି ଆସୁଥିବା  ସରକାର ଶେଷରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଝାଡ଼ାବାନ୍ତି ମୃତ୍ୟୁ କଥା ସ୍ବୀକାର କରିଛନ୍ତି। ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା କମିସନ୍‌ଙ୍କ ନିକଟରେ ଅଭିଯୋଗ ହୋଇଥିବା....

ଝାଡ଼ାବାନ୍ତି ମୃତ୍ୟୁକୁ ଆରମ୍ଭରୁ ଫାଙ୍କି ଆସୁଥିବା  ସରକାର ଶେଷରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଝାଡ଼ାବାନ୍ତି ମୃତ୍ୟୁ କଥା ସ୍ବୀକାର କରିଛନ୍ତି। ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା କମିସନ୍‌ଙ୍କ ନିକଟରେ ଅଭିଯୋଗ ହୋଇଥିବା....

death

A person detained in young woman death case Photograph: (sambad.in)

ଭୁବନେଶ୍ୱର: ଝାଡ଼ାବାନ୍ତି ମୃତ୍ୟୁକୁ ଆରମ୍ଭରୁ ଫାଙ୍କି ଆସୁଥିବା  ସରକାର ଶେଷରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଝାଡ଼ାବାନ୍ତି ମୃତ୍ୟୁ କଥା ସ୍ବୀକାର କରିଛନ୍ତି। ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା କମିସନ୍‌ଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଝାଡ଼ାବାନ୍ତିରେ ୪ଜଣ ଓ ହୃଦ୍‌ଘାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ଦୟାର ଦୂଷିତ ପାଣି ପିଇ ୭ଜଣଙ୍କ ମୃତ୍ୟୁ ହୋଇଥିବାରୁ କମିସନ୍‌ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ୩ ମାସ ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୪ଲକ୍ଷ ଓ ଅନ୍ୟ ୩ଜଣ ମୃତକ ପରିବାରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

କେବଳ ଏତିକି ନୁହେଁ, ଗଙ୍ଗୁଆର ଦୂଷିତ ଜଳ ଯେଭଳି ଦୟାକୁ ଆଉ ପ୍ରଦୂଷିତ ନ କରିବ, ସେ ଦୃଷ୍ଟି ଦେବାକୁ କହିଛନ୍ତି। ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବସାଇ ଗଙ୍ଗୁଆର ଜଳକୁ ବିଶୋଧନ କରିବା ସହ ପ୍ରଭାବିତ ଅଞ୍ଚଳକୁ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରିବାକୁ କହିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ଏହି ଅଞ୍ଚଳକୁ ମେଗା ପ୍ରକଳ୍ପ ଜରିଆରେ ପାନୀୟ ଜଳଯୋଗାଣ ହେବାର ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ସରକାର ସଫେଇ ଦେଇଥିଲେ। ଯେ ପର୍ଯ୍ୟନ୍ତ ପ୍ରକଳ୍ପ କାମ ନ ସରିଛି, ସେ ପର୍ଯ୍ୟନ୍ତ ଟ୍ୟାଙ୍କର ଜରିଆରେ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିବାକୁ କମିସନ୍‌ କହିଛନ୍ତି। ପଞ୍ଚାୟତିରାଜ ବିଭାଗ ସଚିବ, ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶର କାର୍ଯ୍ୟକାରିତ ଉପରେ ୮ ସପ୍ତାହ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଯେଭଳି ଗଙ୍ଗୁଆ ଜଳ କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳବାସୀଙ୍କୁ ବି ପ୍ରଭାବିତ ନ କରେ, ସେ ଉପରେ ତୀକ୍ଷ୍ନ ନଜର ଓ ଆଶୁ ପଦକ୍ଷେପ ନେବାକୁ କହିଛନ୍ତି। ଯଦି ଆଦେଶ ଅନୁପାଳନ ନହୁଏ, ଏହାକୁ ଗୁରୁତ୍ବର ସହ କମିସନ୍‌ ବିଚାର କରିବେ ଓ ସେହି ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ପ୍ରାଣ ନେଇଥିଲା ଦୟାର ଦୂଷିତ ପାଣି
୭ ମୃତକଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ଗଙ୍ଗୁଆର ଦୂଷିତ ପାଣିକୁ ବିଶୋଧନ କରି ଛାଡ଼ିବେ ସରକାର
୨୦୨୬ ମାର୍ଚ୍ଚ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ରାଜଧାନୀର ବର୍ଜ୍ୟଜଳ ସିଧାସଳଖ ଗଙ୍ଗୁଆ ଦେଇ ନିୟମିତ ଦୟାରେ ମିଶୁଛି। ଗଙ୍ଗୁଆର ଏହି ବର୍ଜ୍ୟଜଳ କାରଣରୁ ଦୟାନଦୀ ସଂପୂର୍ଣ୍ଣ ପ୍ରଦୂଷିତ ହୋଇଗଲାଣି। ଗତବର୍ଷ ଦୟାନଦୀ କୂଳରେ ଥିବା ପୁରୀ ଜିଲ୍ଲା କଣାସ ବ୍ଲକ୍‌ର ଗଡ଼ିଶାଗୋଦା, ଗୋପୀନାଥପୁର ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏ ନେଇ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଗଙ୍ଗୁଆ ଓ ଦୟାର ଏହି ପ୍ରଦୂଷିତ ଜଳ କାରଣରୁ ଝାଡ଼ାବାନ୍ତିରେ ଗଡ଼ିଶାଗୋଦା, ଗୋପୀନାଥପୁରର ୭ଜଣଙ୍କ ମୃତ୍ୟୁ ଓ ବହୁ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ କମିସନ୍‌ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ବିଏମ୍‌ସି କମିସନର୍‌, ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଦେଇଥିଲେ। ଏହି ଅଧିକାରୀମାନେ ବ୍ୟକ୍ତିଗତ ହାଜର ହୋଇ ନିଜ ଜବାବ ରଖିଥିଲେ।

Hockey: ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ର ଭାରତ ପର୍ଯ୍ୟାୟ ଆଜିଠୁ; ଯାଦୁ ଦେଖାଇବେ ୫ ଓଡ଼ିଆ

ଜବାବରେ କମିସନ୍‌ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଏ ଦିଗରେ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଝାଡ଼ାବାନ୍ତି ମୃତକଙ୍କ ପାଇଁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନ ଥିବା ଦର୍ଶାଇଥିଲେ। କମିସନ୍‌ କିନ୍ତୁ ସ୍ବଚ୍ଛ ପାଣି ପିଇବା ଭଳି ଅନେକ ମାନବାଧିକାର ଏହା କ୍ଷୁଣ୍ଣ କରୁଥିବା ଦର୍ଶାଇ ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ାବାନ୍ତିରେ ମୃତ ସଚଳା ସାହୁ, ସପନୀ ବେହେରା, ଜହ୍ନି ବେହେରା ଓ ଗୁରେଇ ସେଠୀଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ଅନ୍ୟ ୩ ମୃତକ ସାରଥ ପ୍ରଧାନ, ମାଗି ଦଳେଇ ଓ ଭରତ ଭୋଇଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ କ୍ଷତିପୂରଣ ଅର୍ଥ ମୃତକଙ୍କ ପରିବାର ନାମରେ ଏକ ଜାତୀୟ ବ୍ୟାଙ୍କରେ ୩ ବର୍ଷ ପାଇଁ ଜମା ରଖିବା ସହ ଏହାର ୩ ମାସିଆ ସୁଧ ସଂପୃକ୍ତ ପରିବାରକୁ ପ୍ରଦାନ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe