Photograph: (MyCityLinks)
ବିଶ୍ବଜିତ ଦାଶ
ଭୁବନେଶ୍ବର: କନ୍ଦରପୁର ଅଞ୍ଚଳର ସୁଶୀଲକାନ୍ତ ମିଶ୍ର। ଶ୍ବାସକ୍ରିୟା ସଂକ୍ରମଣ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ।ଏସ୍ସିବିରେ ଶଯ୍ୟା ନଥିବାରୁ ଏବଂ ପାଖରେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ଥିବାରୁ ସେ ଘରୋଇ ହସ୍ପିଟାଲକୁ ଯାଇଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ବିଭିନ୍ନ ପରୀକ୍ଷା ପାଇଁ ଆଗ ୧୦ ହଜାର ଟଙ୍କା ଜମା କରନ୍ତୁ। ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର କହିଲେ ଅମୁକ ଇଞ୍ଜେକ୍ସନ୍, ସମୁକ ଔଷଧ କିଣିକି ଆଣ। ଘର ଲୋକ କହିଲେ କାର୍ଡରେ କାଟୁନାହାନ୍ତି। ଉତ୍ତର ଥିଲା କାର୍ଡରେ ଏହି ରୋଗ ପାଇଁ ଯେତିକି ପ୍ୟାକେଜ୍ ଅଛି ସେଥିରେ ଯେଉଁ ଔଷଧ ମିଳିବ ରୋଗୀ ଭଲ ହୋଇ ପାରିବନି। ବାହାରୁ କିଣିକି ଆଣ। ଭଲ ହୋଇ ଘରକୁ ଫେରିବା ବେଳକୁ ବୟୋବନ୍ଦନା କାର୍ଡରୁ ୮୦ ହଜାର ଟଙ୍କା କଟିଲା, ସୁଶୀଲଙ୍କ ପୁଅମାନେ ଧାରଉଧାର କରି ୪୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଯଦି ବୟୋବନ୍ଦନା କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବାର ନିୟମ ଅଛି ତେବେ କାହିଁକି ସୁଶୀଲଙ୍କ ପରିବାର ୪୫ ହଜାର ଟଙ୍କା ଖର୍ଚ୍ଚ କରିବେ ତା’ର ଉତ୍ତର କେହି ଦେଇ ପାରିଲେନି।
Forest: ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ
ସେମିତି ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯାହାର କିଛି ନାହିଁ, ଏପରିକି ଭୂମିହୀନ ସେମାନଙ୍କୁ ପକ୍କା ଘର ନିର୍ମାଣ କରିବାକୁ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ଦେଉଛନ୍ତି। ଏତିକି ଟଙ୍କାରେ ୨୫ ବର୍ଗମିଟର ଅର୍ଥାତ୍ ୨୬୯ ବର୍ଗଫୁଟର ଘର କରିବାକୁ ପଡ଼ିବ। ବଜାର ଦର ଦେଖିଲେ ପ୍ରତି ବର୍ଗଫୁଟ ପିଛା ଅତି କମ୍ରେ ୧୫୦୦ ଟଙ୍କା ଖର୍ଚ୍ଚ ହେଲେ ୨୬୯ ବର୍ଗଫୁଟର ଘର ପାଇଁ ୪,୦୩,୫୦୦ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ସରକାର ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ବାଦ୍ ପୂର୍ବର ମନରେଗା ଏବଂ ବର୍ତ୍ତମାନର ଭିବି-ଜି-ରାମ ଜି ହିସାବରେ ୯୦ ଦିନର ମଜୁରି ଅର୍ଥାତ୍ ୩୧୨ ଟଙ୍କା ହିସାବରେ ମୋଟ୍ ୨୮,୦୮୦ ଟଙ୍କା ଦେବେ। ଏହିପରି କେବଳ ଘର ପାଇଁ ୧,୪୮,୦୮୦ ଟଙ୍କା ଦେବେ। ଘର ବାବଦକୁ ଆଉ ୨,୫୫,୪୨୦ ଟଙ୍କା ଯୋଗାଡ଼ କରିବା ଦାୟିତ୍ବ ଅସହାୟ ଲୋକଟିର।
Horoscope 2026 February 12 : ଜାଣନ୍ତୁ ଆଜିର ରାଶିଫଳ
ଏପଟେ ରାଜ୍ୟ ସରକାର ବିଭିନ୍ନ ସାମାଜିକ ସୁରକ୍ଷା ସହାୟତା ବାବଦରେ ମାସକୁ ୧ ହଜାର ଟଙ୍କା ଦେଉଛନ୍ତି। ଉଦ୍ଦେଶ୍ୟ ଯାହାର କିଛି ନାହିଁ ସେମାନଙ୍କୁ ବୃଦ୍ଧାବସ୍ଥାରେ (୬୦ ବର୍ଷରୁ ଅଧିକ) ଏକ ସ୍ବାଭିମାନର ସହ ବଞ୍ଚିବାର ଅଧିକାର ମିଳିବ। ରାଜ୍ୟ ସରକାର ପ୍ରାୟ ୩୬ ଲକ୍ଷ ଏବଂ କେନ୍ଦ୍ର ସରକାର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ଏହି ଭତ୍ତା ଦେଉଛନ୍ତି। ୮୦ ବର୍ଷରୁ ଅଧିକ କିମ୍ବା ୮୦%ରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ମାସିକ ୩୫୦୦ ଟଙ୍କା ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି ଜଣେ ଲୋକ କିପରି ହଜାରେ ଟଙ୍କାରେ ମାସକ ଯାକ ଚଳିବ? ସରକାର ସିନା ମୁଣ୍ଡ ପିଛା ୫ କେଜି ଚାଉଳ ଦେଉଛନ୍ତି, ହେଲେ ବର୍ତ୍ତମାନର ବଜାର ଦର ଦେଖିଲେ ବାକି ସାମଗ୍ରୀ କିଣି କ’ଣ ମାସକ ଯାକ ଚଳି ହେବ? ଜଣେ ଲୋକ ଯଦି କେବଳ ଭାତ, ଡାଲି, ଆଳୁ ଚକଟା କିମ୍ବା ପରିବା ତରକାରୀ କିଛି ଖାଇବ ତେବେ ସଉଦାକୁ ପଇସା ଅଣ୍ଟୁନି। କାରଣ ମାସକ ପାଇଁ ଜଣେ ସଉଦା ଓ ପରିବା କିଣିଲେ ବଜାର ଦର ଅନୁସାରେ ଡାଲି କେଜି ୧୨୦ ଟଙ୍କା, ଆଳୁ ୫ କେଜିକୁ ୧୦୦ ଟଙ୍କା, ଅଦା ଓ ରସୁଣ ବାବଦକୁ ୧୦୦ ଟଙ୍କା, ଲୁଣ କେଜି ୩୦ ଟଙ୍କା, ହଳଦୀ ଓ ମସଲା ବାବଦକୁ ୧୦୦ ଟଙ୍କା, ସୋରିଷ ତେଲ ଲିଟରକୁ ୧୮୦ ଟଙ୍କା, ପିଆଜ ଦୁଇ କେଜି ୬୦ ଟଙ୍କା, ପନିପରିବା ଅତି କମ୍ରେ ୨୦୦ ଟଙ୍କାର କିଣିଲେ ମାସକୁ ପ୍ରାୟ ୮୯୦ ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ବିଦ୍ୟୁତ୍ ବିଲ୍ ହିସାବ କଲେ ମାସକୁ ୨୦୦ ଟଙ୍କା, ଗ୍ୟାସ୍, ଜାଳେଣି କିଣିଲେ ମାସକୁ ଅତି କମ୍ରେ ୪୫୦ ଟଙ୍କା ଖର୍ଚ୍ଚ ହେବ। ଏତିକିରେ ତ ୧୪୪୦ ଟଙ୍କା ଖର୍ଚ୍ଚ। ଏଥିରେ କିଏ ଚା’ ପିଇବ ନା ରାତିରେ ରୁଟି ଖାଇବା କଥା ଚିନ୍ତା କରିବ?
ଖାଇବାକୁ ବି ଅଣ୍ଟୁନି ହଜାରେ ଟଙ୍କାର ଭତ୍ତା
ରୋଗ ହେଲେ ହସ୍ପିଟାଲ ଯିବାକୁ ସାହସ ପାଉନିି
ଘର ଟଙ୍କା ପାଇଲେ ବି ନିର୍ମାଣ ସରୁନି
ସଚିବଙ୍କ ଜିଲ୍ଲା ଗସ୍ତ ରିପୋର୍ଟରେ ତଥ୍ୟ ରହୁନି
ସରକାରଙ୍କ ସହାୟତା ଖାଇବାକୁ ଅଣ୍ଟୁ ନଥିବାବେଳେ ଜଣଙ୍କର ଯଦି କିଛି ରୋଗ ହେଉଛି ତେବେ ହସ୍ପିଟାଲକୁ ବୟୋବନ୍ଦନା କାର୍ଡ ନେଇକି ବି ଯିବାକୁ ସାହସ ଜୁଟୁନି। କାରଣ କାର୍ଡରେ ଯେତିକି ଟଙ୍କା କଟୁଛି ତା’ର ପ୍ରାୟ ଅଧା ଅର୍ଥ ହସ୍ପିଟାଲରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହିଭଳି ଲୋକ ଯାହାର କିଛି ନାହିଁ ସେମାନଙ୍କୁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ଯୋଜନାରେ ଘର କରିବାକୁ ବି ନିଅଣ୍ଟିଆ ଟଙ୍କା ଦିଆଯାଉଛି। ହଜାରେ ଟଙ୍କା ଭତ୍ତା ସହ ଆଉ କାହାକୁ ସାହାଯ୍ୟ ମାଗିଲେ ଯିଏ ମାସକ ଯାକ ଚଳିବା କଥା ଚିନ୍ତା କରିବ ସେ ଲୋକ କିପରି ଘର ଶେଷ କରିବାକୁ ଅଢ଼େଇ ଲକ୍ଷ ଟଙ୍କା ଯୋଗାଡ଼ କରିବ? କିଏ ଏତେ ଟଙ୍କା ସାହାଯ୍ୟ କରିବ? ଯେଉଁଥିପାଇଁ ଏବେ ରାଜ୍ୟରେ ହଜାର ହଜାର ଘର ଅଧପନ୍ତରିଆ ହୋଇ ବର୍ଷବର୍ଷ ଧରି ପଡ଼ିରହୁଛି।
Electricity: ତାପଜ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ନେଇ ଆଶଙ୍କା
ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ସଚିବ ବିଭିନ୍ନ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଯୋଜନାରେ ମିଳୁଥିବା ସହାୟତାର ସର୍ଭେ କରି ଲୋକ କେତେ ଉପକୃତ ହେଉଛନ୍ତି ତା’ର ରିପୋର୍ଟ ଦେବେ। ବିଡ଼ମ୍ବନାର ବିଷୟ ଆଇଏଏସ୍ ଅଧିକାରୀମାନଙ୍କୁ ଏହି ନିଅଣ୍ଟିଆ ସହାୟତା ବିଷୟରେ ଜଣାପଡ଼ୁନି କି ସେମାନେ ତାଙ୍କ ଜିଲ୍ଲା ଗସ୍ତ ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ କରୁନାହାନ୍ତି। ଆଉ ହିତାଧିକାରୀ ଯେଉଁ ଅସହାୟକୁ ସେହି ଅସହାୟ ହୋଇ ରହୁଛନ୍ତି।
Follow Us