ଭୁବନେଶ୍ବର: ରାଜ୍ୟ ସରକାର ଚାଷୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି ଯେ ସରକାର ସମସ୍ତଙ୍କ ଧାନ କିଣିବେ। ମାତ୍ର ଏ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ଉପକୂଳର ୧୮ ଜିଲ୍ଲାରେ ଧାନ ମଣ୍ଡି ଖୋଲିନାହିଁ। ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଧାନ ବିକ୍ରି ନେଇ ଯେଉଁ ବୟାନ ଦେଉଛନ୍ତି, ଏଥିରେ କୌଣସି ତାଳମେଳ ନାହିଁ। ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିବାର ୩୫ ଦିନ ପରେ ମଧ୍ୟ ୪୦% ଧାନ ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନାହିଁ। ଧାନର ଅଭାବୀ ବିକ୍ରି ପାଇଁ ଏକପ୍ରକାର ସରକାରୀ ଚକ୍ରାନ୍ତ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା କହିଲେ, ଗତବର୍ଷ ଯେଉଁ ଚାଷୀଙ୍କୁ ୧୦୦ କ୍ବିଣ୍ଟାଲ୍ ଧାନ ବିକ୍ରି କରିବା ପାଇଁ ଟୋକନ୍ ମିଳିଥିଲା, ଏବର୍ଷ ସରକାର ସେମାନଙ୍କ ପାଖରୁ ୩୦-୪୦ କ୍ବିଣ୍ଟାଲ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠାଇଛନ୍ତି। ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ୍ ମିଳିନାହିଁ, ଆଉ କିଛି ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଯାଇଛି। ମିଲରମାନେ ଧାନ ମଣ୍ଡିରୁ ଉଠାଇବେ ନାହିଁ ବୋଲି ରୋକଠୋକ ସରକାରଙ୍କୁ ଶୁଣାଇଛନ୍ତି। ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ନେଇ ବୟାନବାଜି କରିବା ଦୁଃଖର ବିଷୟ।
Donald Trump : ମୋଦୀଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି : ଟ୍ରମ୍ପ
ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ନାୟକ କହିଲେ, ମଣ୍ଡି ଖୋଲିବା, ଧାନ କେବେ ଉଠିବ, କେବେ ଚାଷୀ ଆକାଉଣ୍ଟକୁ ଟଙ୍କା ଆସିବ ଏହା ସଂପର୍କରେ ସରକାର କୌଣସି ଠୋସ୍ ଉତ୍ତର ଦେଉନାହାନ୍ତି। ଗତବର୍ଷ ତୁଳନାରେ ଉପକୂଳ ଓଡ଼ିଶାରେ ଧାନମଣ୍ଡି ଖୋଲିବାରେ ୧୫ ଦିନରୁ ଅଧିକ ସମୟ ଗଡ଼ିଗଲାଣି। ମଣ୍ଡି ଖୋଲାଯିବ କି ନାହିଁ କାହାକୁ ଜଣାନାହିଁ। ରାଜ୍ୟ ସରକାର ମିଲରଙ୍କ ସହିତ ଆଲୋଚନା କରି ୩୫୦ କୋଟି ବକେୟା ଟଙ୍କା ଦେବାର ଅସୁବିଧା କେଉଁଠି ?
Cron: ଅନ୍ଦୋଳନ ପରେ ଚେତିଲେ ପ୍ରଶାସନ, ପ୍ରଶାସନିକ କମିଟି କିଣିବ ମକା
ମୁଖପାତ୍ର ରଜନୀ ମହାନ୍ତି କହିଲେ, ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଥିଲେ, ଓଡ଼ିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବେ। ହେଲେ ରାଜ୍ୟର ୭୦ ଭାଗ କୃଷକ ଯଦି ନିଜର ଫସଲକୁ ବିକ୍ରି କରିପାରିବ ନାହିଁ ଓ ଅଭାବୀ ବିକ୍ରିରେ ଛନ୍ଦି ହେବେ ତାହା ହେଲେ ବିକାଶ କିଭଳି ହେବ? ରାଜ୍ୟ ସରକାର କେନ୍ଦ୍ରଠାରୁ ଚାଉଳ ଯୋଗାଣ ବାବଦରେ ୮ ହଜାର କୋଟି ଟଙ୍କା ପାଇବାର ଥିଲେ ମଧ୍ୟ ଏହି ଅର୍ଥ ମିଳୁନାହିଁ। ସମବାୟ ସେଲ୍ର ଉପାଧ୍ୟକ୍ଷ ଅମିୟ ପଟ୍ଟନାୟକ କହିଲେ, ସରକାର ଜାଣିଶୁଣି ଧାନ କିଣୁନାହାନ୍ତି। ମିଲରଙ୍କ ସହିତ ସଲାସୁତୁରା କରି କୋଟିକୋଟି ଟଙ୍କା ଚାନ୍ଦା ନେଇ ରାଜ୍ୟର ଚାଷୀଙ୍କୁ ସରକାର ଜାଣିଶୁଣି ହଇରାଣ କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବିନୋଦ ପାତ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/06/paddy-2025-12-06-16-14-36.jpg)