ସରକାରୀ ସ୍କୁଲ ରଙ୍ଗ ଗେରୁଆ ହେବ: ନିର୍ଦ୍ଦେଶ ଜାରି

ଓଡ଼ିଶାର ସରକାରୀ ସ୍କୁଲ କୋଠାଗୁଡ଼ିକୁ ନୂତନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି....

ଅଦ୍ୟତନ ହୋଇଛି
Government school buildings in Odisha to be painted saffron: Orders issued

Government school buildings in Odisha to be painted saffron: Orders issued Photograph: (sambad.in)

ଭୁବନେଶ୍ୱର: ଓଡ଼ିଶାର ସରକାରୀ ସ୍କୁଲ କୋଠାଗୁଡ଼ିକୁ ନୂତନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି।

ସରକାରୀ ଚିଠିରେ ଲେଖାଯାଇଛି, ସରକାର ନୂତନ ରଙ୍ଗ କୋଡ୍ ଅନୁମୋଦନ କରିବାକୁ କହିଛନ୍ତି। ଏଥିରେ ରଙ୍ଗ କୋଡର କପି ସଂଲଗ୍ନ କରାଯାଇଛି।

ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ଅନୁମୋଦିତ ରଙ୍ଗ କୋଡ୍ ଗ୍ରହଣ କରିବା ପାଇଁ ସମ୍ପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଉଛି। ଏହି ନିର୍ଦ୍ଦେଶ ସ୍କୁଲ କୋଠାଗୁଡ଼ିକର ରଙ୍ଗ କୋଡ୍ ସମ୍ବନ୍ଧୀୟ ସମସ୍ତ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିବ।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍

ଚିଠିରେ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକର ରଙ୍ଗ କୋଡ୍ ଗେରୁଆ ରଙ୍ଗର ହେବ ବୋଲି ଜଣାପଡ଼ିଛି।  ଏହା ସ୍କୁଲଗୁଡ଼ିକର ନିର୍ମାଣ, ମରାମତି ଏବଂ ନବୀକରଣ ସମୟରେ କାର୍ଯ୍ୟକାରୀ ହେବ।

ଅଧିକ ପଢ଼ନ୍ତୁ: ଏତେ କୋଟିର ମାଲିକ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟିଭ୍ ସ୍ମିଥ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe