Government will provide Rs 1.5 lakh: ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଦେଢ଼ ଲକ୍ଷ: ପିଏମ୍‌-ରାହତ ଯୋଜନା ଲାଗୁ ହେବ

Advertisment

ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖ‌ାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି କରିବେନି।

ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖ‌ାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି କରିବେନି।

accident

accident andhra death Photograph: (Sambad.in)

ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖ‌ାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି କରିବେନି। ଆହତ ବ୍ୟକ୍ତିଙ୍କୁ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ଯୋଗାଇ ଦିଆଯିବ। ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହା ଲାଗୁ କରିବାକୁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ନୂଆଦିଲ୍ଲୀରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ ବୈଠକରେ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମତୀ ପାଢ଼ୀ ଓଡ଼ିଶାର ସାମଗ୍ରିକ ପରିବହନ ଓ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ। ସଡ଼କ ସୁରକ୍ଷା, ଡିଜିଟାଲ୍‌ ପରିବହନ ଶାସନ, ଚାଳକ ପ୍ରଶିକ୍ଷଣ ଓ ପ୍ରଯୁକ୍ତିଭିତ୍ତିକ ପ୍ରବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ପୁଲିସ, ସ୍ୱାସ୍ଥ୍ୟ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଇ-ଡାର୍ ଏବଂ ସିସିଟିଏନ୍‌ଏସ୍‌ର ଦ୍ୱିମୁଖୀ ଏକୀକରଣ ହାସଲ କରିବାରେ ଓଡ଼ିଶା କିପରି ଦେଶର ପ୍ରଥମ ରାଜ୍ୟ ହୋଇଛି ସେନେଇ ସୂଚନା ଦେଇଥିଲେ। 

Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ

ପିଏମ୍‌-ରାହତ ଯୋଜନା ଲାଗୁ ହେବ 
କେନ୍ଦ୍ର ସରକାର ବି କରିବେ ‘ସଡ଼କ ସୁରକ୍ଷା ମିତ୍ର’

ସଡ଼କ ପରିବହନ ମନ୍ତ୍ରଣାଳୟ ମଧ୍ୟ ଓଡ଼ିଶାର ପ୍ରମୁଖ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଯଥା- ସୁବାହକ, ଆମ ସୁବାହକ, ସୁବାହକ ସୁବିଧା, ରକ୍ଷକ ଓ ଜୁନିଅର ରକ୍ଷକକୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ସଫଳ ଗୋଷ୍ଠୀଭିତ୍ତିକ ପଦକ୍ଷେପଗୁଡ଼ିକରୁ ଅନୁପ୍ରାଣିତ ହୋଇ ଜାତୀୟ ସ୍ତରରେ ‘ସଡ଼କ ସୁରକ୍ଷା ମିତ୍ର’ କାର୍ଯ୍ୟକ୍ରମ ପ୍ରସ୍ତାବ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ସେହିପରି ଓଡ଼ିଶାର ବୈଷୟିକ ଦକ୍ଷତା ଏବଂ ସଂସ୍କାରଭିତ୍ତିକ ଶାସନ ପ୍ରଣାଳୀକୁ ସ୍ୱୀକୃତି ଦେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ସଚିବ କମିଟିରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି କମିଟି ସମଗ୍ର ଦେଶ ପାଇଁ ପରିବହନ ନିୟମ ଓ ସଂଶୋଧନ ପ୍ରସ୍ତୁତ କରିବ। ଏଥିରେ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍‌, ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌, ପିୟୁସିସି, ପରମିଟ୍ ସଂସ୍କାର, ଲାଇସେନ୍ସ ଡି-ଡୁପ୍ଲିକେସନ୍‌ ଏବଂ ମୋଟର ଯାନ ଆଇନ ଓ କେନ୍ଦ୍ରୀୟ ମୋଟର ଯାନ ଆଇନର ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସାମିଲ ରହିଛି। ଆଗାମୀ ଦିନରେ ରାଜ୍ୟରେ ଭିଏଲ୍‌ଟିଡି ଏବଂ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି) କାର୍ଯ୍ୟକାରିତାକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହି ବୈଠକରେ ପରିବହନ କମିସନର ଅମିତାଭ ଠାକୁର ଯୋଗଦେଇଥିଲେ। ଅନ୍ୟ ରାଜ୍ୟର ପରିବହନ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe