Student: ୯ମ ଶ୍ରେଣୀ ଛାତ୍ର ପକେଟ୍‌ରେ ବନ୍ଧୁକ

Advertisment

୯ମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଜବତ ହୋଇଛି ବନ୍ଧୁକ। ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତ କ୍ଲାସ୍‌ ଚାଲିଥିବାବେଳେ ଜଣେ ଛାତ୍ରଙ୍କ ହାବଭାବକୁ ନେଇ ଶିକ୍ଷକଙ୍କର ସନ୍ଦେହ ହୋଇଥିଲା।

୯ମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଜବତ ହୋଇଛି ବନ୍ଧୁକ। ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତ କ୍ଲାସ୍‌ ଚାଲିଥିବାବେଳେ ଜଣେ ଛାତ୍ରଙ୍କ ହାବଭାବକୁ ନେଇ ଶିକ୍ଷକଙ୍କର ସନ୍ଦେହ ହୋଇଥିଲା।

hsfhsxvbv

ଗରଦପୁର: ୯ମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଜବତ ହୋଇଛି ବନ୍ଧୁକ। ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତ କ୍ଲାସ୍‌ ଚାଲିଥିବାବେଳେ ଜଣେ ଛାତ୍ରଙ୍କ ହାବଭାବକୁ ନେଇ ଶିକ୍ଷକଙ୍କର ସନ୍ଦେହ ହୋଇଥିଲା। ଯାଞ୍ଚ କରିବାବେଳେ ଛାତ୍ରଙ୍କ ପକେଟ୍‌ରୁ ବନ୍ଧୁକ ବାହାରିବା ଦେଖି ଶିକ୍ଷକଜଣକ ତାଜୁବ ହୋଇ ଯାଇଥିଲେ। ସ୍କୁଲ ସାରା ଚହଳ ପଡ଼ିଯାଇଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଛାତ୍ରକୁ ପଚରାଉଚରା ପରେ ବି କେଉଁ ଉଦ୍ଦେଶ୍ୟରେ ସେ ବନ୍ଧୁକ ରଖିଥିଲା ତାହା ଜଣାପଡ଼ିନାହିଁ। ଖବର ପାଇ କୁଦାନଗରୀ ଥାନା ପୁଲିସ ସ୍କୁଲରେ ପହଞ୍ଚି ବନ୍ଧୁକକୁ ଜବତ କରିଛି। ସମ୍ପୃକ୍ତ ଛାତ୍ରକୁ ଅଟକ ରଖି ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ

ବନ୍ଧୁକଟିକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ପୁଲିସ ଆଜି ବିଲହାଟ ବଜାରର ଏକ ଦୋକାନରେ ଚଢ଼ଉ କରିଛି। ତଦନ୍ତ ପରେ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ସ୍ପଷ୍ଟ ହେବ ବୋଲି କୁଦାନଗରୀ ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି କହିଛନ୍ତି। ଅନ୍ୟପଟେ ଏଭଳି ଘଟଣା ବେଆଇନ ବନ୍ଧୁକ କାରବାର ଓ ଚୋରାଚାଲାଣକୁ ନେଇ ସନ୍ଦେହ ବଢ଼ାଇଛି। ଛାତ୍ରର ପରିବାର ଲୋକଙ୍କୁ ପଚରାଉଚରା କରାଯିବା ସହିତ ବନ୍ଧୁକ କେଉଁଠୁ ଆସିଲା, ତାହାର ମୂଳ ଖୋଜିବାକୁ ପୁଲିସ ଉଦ୍ୟମ କରୁଛି।

Messi : ରାହୁଲ ଗାନ୍ଧିଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe