New Year Photograph: (sambad.in)
ଭୁବନେଶ୍ବର: ବର୍ଷ ବଦଳିଗଲେ କଣ ସତରେ ବଦଳେ ଭାଗ୍ୟ ? ନା ବଦଳିଯାଏ ମଣିଷର ତମାମ ଜଞ୍ଜାଳ ? ଅଭାବ, ଅସୁବିଧା ଓ ଗରିବୀପଣ ? ବର୍ଷଟେ ବଦଳିଲେ ଦୁଃଖରେ ଲାଗେନି ବ୍ରେକ୍… ସେଇ ନିତିଦିନିଆ କାମଧନ୍ଦା କରି ଶ୍ରମିକଟେ ପୋଷେ ପେଟ । ଟ୍ରଲି ଟାଣେ ଦିନ ମଜୁରିଆ, କୋଦାଳ ନେଇ ମାଟିହାଣେ ପୁରୁଷ, ପରର ଘର ପୋଛେ ମାଆଟେ । ମୁଣ୍ଡରେ ପୁଣି ପ୍ଲାଷ୍ଟିକ ବସ୍ତା ବୋହି ମେହନତି ବାବାଦରୁ ଯାହା ପାଏ ସେଥିରେ ଚଳେ ତା ସଂସାର । ଦୋକାନରୁ ତା ପୁଅ ପାଇଁ ନିଏ ବରା-ଗୁଲୁଗୁଲା… କାହାର ଖଟିଖଟି ଦିନ ସରିଯାଏ ତ କାହାର ନାଚି ନାଚି ଭୋଜି ଭାତ ଖାଇ ଦିନ ସରିଯାଏ । ତେଣୁ ସମସ୍ତଙ୍କ ପାଇଁ ନୂଆବର୍ଷ ସମାନ ନୁହେଁ କି ସମସ୍ତଙ୍କ ଭାଗ୍ୟ ନୂଆବର୍ଷ ବଦଳାଇପାରେନି…
ଆହୁରି ପଢନ୍ତୁ- Liquor Consumption in Bhubaneswar: ରାଜଧାନୀବାସୀ ନିଶାରେ ଚୁର୍… ୭ ଦିନରେ ୩୨ କୋଟି ଟଙ୍କା ମଦରେ ଫୁର୍…
/filters:format(webp)/sambad/media/media_files/2026/01/01/new-project-4-2026-01-01-19-44-49.jpg)
ରାଜଧାନୀର ଦୁଇଟି ଚିତ୍ର ଦିନମଜୁରିଆଙ୍କ ପାଇଁ ନୂଆବର୍ଷ, ଭୋଜିଭାତ ମାଇନେ ରଖେନି ବୋଲି ସ୍ପଷ୍ଟ ବୁଝାଇ ଦେଇଛି । ଜଣେ ମାଆ ତା ମୁଣ୍ଡରେ ପ୍ଲାଷ୍ଟିକ ବୋତଲ ବୋହି ତା ଗୁଜୁରାଣ ମେଣ୍ଟାଉଛି ତ ଆଉ ଜଣେ ସେହି ଦିନ ମଜୁରିଆ କାମରେ ତା ନୂଆବର୍ଷର ଦିନ ସାରିଦେଉଛି । ଗରିବ ପାଇଁ ନୂଆ ବର୍ଷ କଣ ନା ନୂଆ ସକାଳ କଣ ଆଜ୍ଞା… ସିଏ ଖଟିଲେ ଖାଇବ… ନହେଲେ ପେଟରେ ଓଦା କନା ପକେଇ ଶୋଇବ…
ଆହୁରି ପଢନ୍ତୁ- Nandankan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ଦର୍ଶକ
ନୂଆବର୍ଷର ସଂଜ୍ଞା କଣ ?
ନୂଆବର୍ଷ ଓ ପୁରୁଣା ବର୍ଷ ଭିତରେ ବେଶି କିଛି ଫରକ ନଥାଏ । ନଥାଏ ବି ବେଶି ସାମଞ୍ଜସ୍ୟ । ନୂଆବର୍ଷ ନୂଆବର୍ଷ କହି ଗୋଟେ ସେଲିବ୍ରେସନ ମୁଡରେ ରହୁଥିବା ମଣିଷମାନେ ହିଁ ଜାଣିଥାନ୍ତି ନୂଆବର୍ଷ କିଛି ନୁହେଁ ବୋଲି, ବାସ୍ ଗୋଟେ କ୍ୟାଲେଣ୍ଡରର ପରିବର୍ତ୍ତନ, ତାରିଖର ଭିଡ, ସଂଖ୍ୟାମାନଙ୍କର ସାପଶିଢି ଖେଳ । ପୁରୁଣା ବର୍ଷରେ ଜୀବନ ଓ ଜୀବନଶୈଳୀ ଯେମିତି ଥାଏ ନୂଆବର୍ଷରେ ବି ସେମିତି ରୁହେ, ଯଦି ବଦଳେ କିଛି ଲୋକଙ୍କର ବଦଳେ, କିଛି କର୍ମରେ ବଦଳେ ନହେଲେ କ୍ୟାଲେଣ୍ଡରଟା ଛଡା ଆଉ କିଛି ବଦଳେନି ମ... ଖାଲି ନୂଆବର୍ଷ ଆଳରେ ଭୋଜିଭାତର ବାହାନା ଆଉ ଖୁସି ମଜା କରିବାର ଏକ ଅବସର ମିଳିଯାଏ ।
ବିଦାୟୀ ବର୍ଷର ଶେଷ ମାସର ଶେଷ ତାରିଖ ମଣିଷକୁ ସଚେତନ କରେ, ଭୁଲ ଠିକ ଦେଖାଏ, ଜୀବନର ଚିରନ୍ତନ ବାସ୍ତବତା ଡିସେମ୍ୱର ମାସ ଦେଖାଉଥିବା ବେଳେ ନୂଆବର୍ଷ ଏକ ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସେ । ପୁରୁଣା ବର୍ଷରେ ଯେଉଁ କାମ ଯେଉଁ ସ୍ୱପ୍ନ ଅଧୁରା ରହିଛି ସେହି କାମକୁ ପୂରା କରିବାକୁ ନୂଆବର୍ଷ ନୂଆ ପ୍ରେରଣା ଦିଏ । ୨୦୨୫ର ସ୍ମୃତିରୁ ଶିକ୍ଷା ଗ୍ରହଣ କରି ୨୦୨୬ ରେ କାମରେ ଲଗାଇବାକୁ ଏବଂ ଜୀବନକୁ ସରଳ ଓ ସହଜ କରିବାକୁ ଅନେକ ଭାବି ସାରିଥିବା ବେଳେ... କିଛି ଲୋକଙ୍କ ପାଇଁ ନୂଆବର୍ଷ ନୂଆ ପରି ନୁହେଁ…
Follow Us