High Court gives full verdict: ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ: ଚାଲାଣ ପୈଠ ନ କଲେ ଗାଡ଼ିକୁ ମିଳିବନି ପ୍ରଦୂଷଣ ପ୍ରମାଣପତ୍ର

Advertisment

ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍‌ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍‌) ମିଳିବ ନାହିଁ। ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ....

ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍‌ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍‌) ମିଳିବ ନାହିଁ। ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ....

high court22

କଟକ: ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍‌ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍‌) ମିଳିବ ନାହିଁ। ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ବକେୟା ଚାଲାଣ ଥିଲେ ପିୟୁସିସି ପାଇଁ ମନା କରାଯିବା ପ୍ରସଙ୍ଗ ସଂଶୋଧିତ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁସାରେ ବୈଧ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଥି ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସ୍ନିଗ୍ଧା ପାତ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Paddy: ଟୋକନ୍ ଥାଇ ଉଠୁନି ଧାନ, ଚାଷୀ ନିରାଶ

ସରକାରଙ୍କ ନିଷ୍ପତ୍ତି କାଏମ
ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ପିୟୁସିସି ନ ଥିବା ଗାଡ଼ିକୁ ଟାଙ୍କିରେ ତେଲ ପକାଇବାକୁ ଅନୁମତି ନ ଦେବା ପାଇଁ ପୂର୍ବରୁ ତୈଳ କମ୍ପାନିଗୁଡ଼ିକୁ ଚିଠି ଲେଖାଯାଇଥିବା ବେଳେ ଏ ସଂପର୍କିତ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରିଛନ୍ତି। ଅନ୍ୟପକ୍ଷରେ ସଂଶୋଧିତ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁସାରେ ଚାଲାଣ ଥିବା ଗାଡ଼ିକୁ ପିୟୁସିସି ନ ଦେବାକୁ ନିଆଯାଇଥିବା ନିଷ୍ପତ୍ତି ବୈଧ। କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସଂଶୋଧିତ) ସଂପର୍କିତ ବିଜ୍ଞପ୍ତି ୨୦୨୬ ଜାନୁଆରି ୨୦ରେ ପ୍ରକାଶ ପାଇଥିଲା। ସଂଶୋଧିତ ନିୟମାବଳୀର ନିୟମ ୧୬୭ ଅନୁସାରେ ଯଦି କୌଣସି ଗାଡ଼ି ବିରୋଧରେ ଚାଲାଣ ଜାରି ହୁଏ ତେବେ ତାକୁ ୪୫ ଦିନ ଭିତରେ କର୍ତ୍ତୃପକ୍ଷଙ୍କ ନିକଟରେ ଚ୍ୟାଲେଞ୍ଜ କରାଯାଇ ପାରିବ।

Horoscope 2026 February 11 : ଜାଣନ୍ତୁ ଆଜିର ରାଶିଫଳ

ଯଦି ଗାଡ଼ି ମାଲିକ କର୍ତ୍ତୃପକ୍ଷଙ୍କ ରାୟରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଏହା ବିରୋଧରେ ଅପିଲ୍‌ କରି ପାରିବେ। ଏଭଳି ଭାବେ ନିୟମ ଉଲ୍ଲଂଘନ ପାଇଁ ଜାରି ଚାଲାଣକୁ ଚ୍ୟାଲେଞ୍ଜ କରିବା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି। ବ‌କେୟା ଚାଲାଣ କାରଣରୁ ଗାଡ଼ିକୁ ପିୟୁସିସି ଦେବାକୁ ମନା କରିବାକୁ ନିୟମ ୧୬୭ କର୍ତ୍ତୃପକ୍ଷଙ୍କୁ କ୍ଷମତା ଦେଇଛି ବୋଲି ଆଡଭୋକେଟ୍‌ ଜେନେରାଲ୍‌ ଦର୍ଶାଇଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ‌ଶେଷ ହେବା ପରେ ପରିବହନ ବିଭାଗ ତରଫରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ପିୟୁସିସି କରିବା ପୂର୍ବରୁ ୯୦ ଦିନର ପୁରୁଣା ବକେୟା ଚାଲାଣ ପଇଠ କରିବା ବାଧ୍ୟତାମୂଳକ। ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ିକୁ ଟାଙ୍କିରେ ତେଲ ମନା ଏବଂ ପିୟୁସିସି ପାଇଁ ବକେୟା ଚାଲାଣ ପୈଠ ବାଧ୍ୟ ପ୍ରସଙ୍ଗ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe