ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ରେ ମାମଲା ଚାଲିଥିବାବେଳେ ବିଭିନ୍ନ ସମୟରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ବିଭିନ୍ନ ଦିଗରେ ଆଲୋଚନା ହେଉଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର  ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ସ୍ଥାନିତ କରାଯାଇଛି। ଓଡ଼ିଶାରେ ଯେଉଁ ଜିଲ୍ଲାଗୁଡ଼ିକ ଦେଇ ମହାନଦୀ ବହିଛି ସେଥିରୁ କେତେକ ଜିଲ୍ଲାର ବିଧାୟକମାନଙ୍କୁ ଏଥିରେ ସାମିଲ୍ କରାଯାଇଛି। ଏହି ୮ଜଣିଆ କମିଟିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସଦସ୍ୟ ଅଛନ୍ତି। ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ, ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ବୋଲି କୁହାଯାଇଛି।

Advertisment

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

କନକବର୍ଦ୍ଧନଙ୍କ ନେତୃତ୍ବରେ ଗଠିତ କମିଟିରେ ରହିଲେ ତିନି ଦଳର ସଦସ୍ୟ
ଟ୍ରିବ୍ୟୁନାଲ୍‌ ଯିବାର ନଥିଲା, ରାଜନୈତିକ ସମାଧାନ ଆବଶ୍ୟକ: ଜୟନାରାୟଣ

କମିଟି ଘୋଷଣା ହେବା ପରେ କମିଟିର ସଦସ୍ୟ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବ ସରକାର ଟ୍ରିବ୍ୟୁନାଲ୍‌କୁ ଯିବା ଏକ ଭୁଲ ନିଷ୍ପତ୍ତି। ଏହାର ରାଜନୈତିକ ସମାଧାନ ଆବଶ୍ୟକ। ପୂର୍ବରୁ ନୀତିନ ଗଡ଼କରୀ ଆପୋସ ସମାଧାନ ପାଇଁ ଡାକିଥିବା ବେଳେ ସେତେବେଳେ ରାଜ୍ୟ ସରକାର ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବୁନାଲ୍‌ ଗଲେ ଜାଣିନାହିଁ। ଟ୍ରିବୁନାଲ୍‌କୁ ଯିବା ଦ୍ବାରା ପ୍ରକ୍ରିୟା ବିଳମ୍ବ ହୋଇଛି। ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ବାଗତଯୋଗ୍ୟ। ମହାନଦୀ ବିବାଦର ସମାଧାନ ପାଇଁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। ଏହାସହ ସେ କହିଛନ୍ତି ଯେ ଛତିଶଗଡ଼ ଯେମିତି ମହାନଦୀରେ ବ୍ୟାରେଜ କଲା, ଓଡ଼ିଶା ସରକାର ମଧ୍ୟ ସେହିପରି ବ୍ୟାରେଜ କରିବା ଆବଶ୍ୟକତା ଥିଲା। ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା। ଏବେ ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି କମିଟିର ଅନ୍ୟତମ ସଦସ୍ୟ ସୋଫିଆ ଫିର୍‌ଦୋସ୍ କହିଛନ୍ତି ଯେ ଉଚ୍ଚସ୍ତରୀୟ କମିଟିରେ ‌େମାତେ ସ୍ଥାନିତ କରିଥିବାରୁ ସରକାରଙ୍କୁ ଧନ୍ୟବାଦ। ୯ବର୍ଷ ପରେ ମହାନଦୀ ବିବାଦ ସମାଧାନ ପାଇଁ ଏଭଳି କମିଟି ଗଠନ ହୋଇଛି। ଏବେ ବିଜେପିର ଟ୍ରିପଲ ଇଞ୍ଜିନ୍ ସରକାର ଅଛି। ମୁଖ୍ୟମନ୍ତ୍ରୀ ତଳସ୍ତରର ସମସ୍ୟା ବୁଝନ୍ତି। ନ୍ୟାୟିକ ପ୍ରକ୍ରିୟା ସବୁବେଳେ ବିଳମ୍ବିତ ହୁଏ। ଆଶା କରିବୁ ଯେ ଏ କମିଟି ମହାନଦୀ ବିବାଦର ସମାଧାନ କରିପାରିବ।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ