ଭୁବନେଶ୍ବର: ଜୁନ ୧୩, ୨୦୨୫। ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରାଣୀ କଲ୍ୟାଣ ସମାଜ (ଆନିମଲ୍ ୱେଲ୍ଫେୟାର ସୋସାଇଟିଜ୍) ପ୍ରତିଷ୍ଠା କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠି ଆଧାରରେ ୟୁଜିସି ଏଭଳି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଓଡ଼ିଶାରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ୬ ମାସ ହେଲା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏ ଦିଗରେ ପଦକ୍ଷେପ ନେଇ ନ ଥିବା ବେଳେ ଏବେ କ୍ୟାମ୍ପସ୍କୁ ବୁଲା ଗାଈଗୋରୁ ଓ କୁକୁରଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ବୁଲା ଗାଈଗୋରୁ କିମ୍ବା କୁକୁର ଯେପରି କ୍ୟାମ୍ପସ୍କୁ ପ୍ରବେଶ କରି ନ ପାରିବେ ସେଥିପାଇଁ କଲେଜ ଚାରିପାଖକୁ ତାରଜାଲି, ପାଚେରି ଓ ଗେଟ୍ ମାଧ୍ୟମରେ ଆବଦ୍ଧ କରାଯିବ। ଏଥିସହ ପ୍ରାଣୀଙ୍କ ବ୍ୟବହାର ଓ ବୁଲା କୁକୁର କାମୁଡ଼ିଲେ କିଭଳି ତୁରନ୍ତ ଚିକିତ୍ସା ଯୋଗାଇ ହେବ ସେ ନେଇ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରାଇବେ। ଖାଦ୍ୟ ଦ୍ବାରା ପ୍ରାଣୀମାନେ ଆକୃଷ୍ଟ ହେଉଥିବାରୁ କ୍ୟାମ୍ପସ୍ରେ ବର୍ଜ୍ୟ ପରିଚାଳନା ଯେପରି ଠିକ୍ ଭାବେ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।
Accident: ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର
ପ୍ରତିଷ୍ଠା ହେଲାନି ପ୍ରାଣୀ କଲ୍ୟାଣ ସମାଜ
୬ ମାସ ହେଲା ଚିଠି ପାଇ ସମସ୍ତେ ଚୁପ୍
କଲେଜ କ୍ୟାମ୍ପସ୍ ଆବଦ୍ଧ କରିବାକୁ ନିର୍ଦ୍ଦେଶ
ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଅଧୀନରେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦ୍ୟାର୍ଥୀଙ୍କ ମଧ୍ୟରେ ସହାନୁଭୂତି, କରୁଣା, ସହଯୋଗ ଓ ଦୃଢ଼ ଦାୟିତ୍ୱବୋଧ ଭଳି ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଉଚିତ। ଏଥିସହ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଯଥା ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା, ବୈଜ୍ଞାନିକ ମନୋଭାବ, ନାଗରିକତା ମୂଲ୍ୟବୋଧ ଓ ଜୀବନ କୌଶଳର ମାନବୀୟ, ନୈତିକ, ସାମ୍ବିଧାନିକ ଓ ସାର୍ବଜନୀନ ମାନବିକ ମୂଲ୍ୟବୋଧର ବିକାଶ ଅନ୍ତର୍ଭୁକ୍ତ ରହିଛି। ଭାରତୀୟ ସମ୍ବିଧାନର ଧାରା ୫୧ ଏ(ଜି)ରେ ସମସ୍ତ ଜୀବଜନ୍ତୁଙ୍କ ପ୍ରତି କରୁଣା ପ୍ରଦର୍ଶନ କରିବାକୁ ନାଗରିକମାନଙ୍କୁ କୁହାଯାଇଛି। ସେହି ଦୃଷ୍ଟିରୁ ପ୍ରାଣୀ କଲ୍ୟାଣ ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରାଣୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ସେମାନଙ୍କ ପ୍ରତିଷ୍ଠାନରେ ପ୍ରାଣୀ କଲ୍ୟାଣ ସମାଜ ପ୍ରତିଷ୍ଠା କରିବେ। ପ୍ରାଣୀ କଲ୍ୟାଣ ପଦକ୍ଷେପରେ ଯୁବଗୋଷ୍ଠୀଙ୍କୁ ନିୟୋଜିତ କରିବା ଦ୍ୱାରା ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧି ହେବ। ଶୈକ୍ଷିକ ବିକାଶ ବୃଦ୍ଧି ହେବ ଏବଂ ସାମଗ୍ରିକ ଶିକ୍ଷାରେ ଅବଦାନ ରହିପାରିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା।
Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ
ବିଦ୍ୟାର୍ଥୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରାଣୀ ସୁରକ୍ଷା ଆଇନ, ପରିବେଶଗତ ନୀତି, ରୋଗ ଓ ପ୍ରାଣୀ ଯତ୍ନରେ ସର୍ବୋତ୍ତମ ଅଭ୍ୟାସ ଉପରେ ବକ୍ତୃତା, କର୍ମଶାଳା ଓ ଫିଲ୍ମ ପ୍ରଦର୍ଶିତ ହେବ। କ୍ୟାମ୍ପସ୍ ଆଧାରିତ ପଦକ୍ଷେପ ସ୍ବରୂପ ସ୍ଥାନୀୟ ପଶୁଚିକିତ୍ସା ଡାକ୍ତରଖାନା କିମ୍ବା ଆଶ୍ରୟସ୍ଥଳ ସହଯୋଗରେ ସୁରକ୍ଷିତ ପ୍ରାଣୀ ଖାଦ୍ୟ କ୍ଷେତ୍ର ସୃଷ୍ଟି, ସଙ୍କଟରେ ଥିବା ପ୍ରାଣୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଦଳ ପ୍ରତିଷ୍ଠା,
ପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ ତଥା ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ କାର୍ଯ୍ୟକାରୀ ଉପରେ ଆଇନଗତ ସହାୟତା ଶିବିର ଓ ଜନହିତକର ଗବେଷଣା କରାଯିବ। କ୍ୟାମ୍ପସ୍ରେ ପ୍ଲାଷ୍ଟିକ୍ ବ୍ୟବହାର ଓ ପ୍ରାଣୀ ଶୋଷଣ ବିରୋଧରେ ଅଭିଯାନକୁ ପ୍ରୋତ୍ସାହନ, ମଣିଷ-ପ୍ରାଣୀ ସଂଘର୍ଷ ହେଉଥିବା ଅଞ୍ଚଳରେ କର୍ମଶାଳା, ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତା ନିବାରଣ ପାଇଁ ଜିଲ୍ଲା ସୋସାଇଟି, ସ୍ଥାନୀୟ ପ୍ରାଣୀଚିକିତ୍ସା କେନ୍ଦ୍ର, ବନ ବିଭାଗ, ଉଦ୍ଧାର ଓ ବିପର୍ଯ୍ୟୟ ପରିଚାଳନାରେ ଜଡ଼ିତ ସଙ୍ଗଠନଙ୍କ ସହ ମିଶି ଇଣ୍ଟର୍ନସିପ୍ ସୁବିଧା ପ୍ରଦାନ କରିବାକୁ କୁହାଯାଇଥିଲା। ଗବେଷଣା ଫେଲୋସିପ୍ କିମ୍ବା ଏସମ୍ପର୍କିତ ପ୍ରକଳ୍ପକୁ ଉତ୍ସାହିତ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।
Follow Us