କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଜି ସକାଳେ ହାତୀପଲ ଦେଖାଦେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଥିଲା। କେତେକ ହାତୀ ରାସ୍ତା ପାର୍ ହୋଇ ଆରପଟକୁ ଯାଇଥିବାବେଳେ ଆଉ କିଛି ଲୋକଙ୍କ ଭିଡ଼ ଯୋଗୁ ରାସ୍ତା ପାଖରେ ଅଟକି ଯାଇଥିଲେ। ହାତୀ ଯୋଗୁ ରାଜପଥରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। ତେବେ ଆଜି ଭାରତବନ୍ଦ ଥିବାରୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇନଥିଲା। ବନ ବିଭାଗ ସେମାନଙ୍କୁ ଘଉଡ଼ାଇବା ପରେ ସ୍ଥିତି ସ୍ବାଭାବିକ ହୋଇଛି।
Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି
ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ୨୨ଟି ହାତୀ ପଞ୍ଚଧାର ପଟୁ ଆସି ୧୦ ନମ୍ବର ରାଜ୍ୟ ରାଜପଥ ଅତିକ୍ରମ କରୁଥିଲେ। ୧୬ଟି ହାତୀ ରାସ୍ତା ପାର୍ କରି ଯାଇଥିବାବେଳେ ଦିନ ହୋଇଯିବାରୁ ୬ଟି ହାତୀ ଥାନା ନିକଟରେ ରହି ଯାଇଥିଲେ। ହାତୀଙ୍କୁ ଦେଖିବା ପାଇଁ ସେଠାରେ ଭିଡ଼ ହୋଇଥିଲା। କିଏ ଘର ଛାତ ଉପରେ ତ କିଏ ଡମ୍ପର ଉପରେ ଚଢ଼ି ଦେଖଣାହାରୀ ସାଜିଥିଲେ। ଏହି ଗହଳି ଯୋଗୁ ହାତୀମାନେ ଭୟଭୀତ ହୋଇ ଆଉ ରାସ୍ତା ଅତିକ୍ରମ କରି ପାରିନଥିଲେ। ବନ କର୍ମଚାରୀମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ଗହଳି ଭାଙ୍ଗିବା ପରେ ଦିନ ପ୍ରାୟ ୧୨ଟା ବେଳେ ବନ କର୍ମଚାରୀଙ୍କ ଉଦ୍ୟମରେ ଅଟକିଥିବା ୬ଟି ହାତୀ ରାଜ୍ୟ ରାଜପଥ ପାର୍ ହୋଇ ଚୁନିପଡ଼ା ନିକଟ ଜଙ୍ଗଲକୁ ଚାଲିଯାଇଥିଲେ। ଏହି ହାତୀପଲ ମଧ୍ୟରେ ଗୋଟିଏ ଛୁଆହାତୀ ରହିଥିଲା। ଶେଷ ଖବର ମୁତାବକ ପଛରେ ରାସ୍ତା ପାର୍ ହୋଇଥିବା ୬ ହାତୀଙ୍କ ମଧ୍ୟରୁ ୨ଟି ପୁଣି ରାସ୍ତା ପାଖକୁ ଫେରି ଆସିବା ଫଳରେ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଛି। ପୁଲିସ ଓ ବନ ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି।
Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍: ଫାଇନାଲ୍ରେ ବୋର୍ଡ ଅଫ୍ ରେଭିନ୍ୟୁ-ଭୁବନେଶ୍ବର ବାର୍
ରାଉରକେଲା-ରାଞ୍ଚି ରେଳମାର୍ଗରେ ହାତୀପଲ
ବିଶ୍ରା: ରାଉରକେଲା-ରାଞ୍ଚି ମୁଖ୍ୟ ରେଳମାର୍ଗରେ ବୁଧବାର ମଧ୍ୟରାତ୍ରିରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଙ୍ଗୁରକେଲା ଓ ନୂଆଗାଁ ରେଳଷ୍ଟେସନ୍ ମଧ୍ୟସ୍ଥ ଖୁଣ୍ଟଗାଁ ରେଳଫାଟକ ନିକଟରେ ହଠାତ୍ ୨୮ଟି ହାତୀ ଆସି ପହଞ୍ଚିଥିଲେ। ଏତେସଂଖ୍ୟକ ହାତୀକୁ ଦେଖି ରେଳ ଫାଟକରେ କାର୍ଯ୍ୟରତ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ। ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ରେଳ ପ୍ରଶାସନ ସତର୍କ ହୋଇଯାଇଥିଲା। ଏହି ମାର୍ଗରେ ପ୍ରାୟ ଘଣ୍ଟାଏ ଧରି ଟ୍ରେନ୍ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ହାତୀପଲ ପଳାଇବା ପରେ ରେଳ ଚଳାଚଳ ପୁନର୍ବାର ଆରମ୍ଭ ହୋଇ ସୁରକ୍ଷା ନିମନ୍ତେ ଗତିକୁ ୨୦ କିମି ଭିତରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ଦୁଇମାସ ଧରି ଏହି ରେଳଖଣ୍ଡରେ ହାତୀଙ୍କ ଚଳାଚଳ ବଢ଼ିଥିବାରୁ ଟ୍ରେନ୍ ପରିଚାଳନାରେ ବାଧା ସୃଷ୍ଟି ହେଉଛି।
Follow Us