କେତେ ଚାଷୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି: ସରକାର ଦେଲେ ସୂଚନା

ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ସୁଦ୍ଧା ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି...

How many farmers have benefited from the  issan samman nidhi Scheme:  Information given by Govt

How many farmers have benefited from the issan samman nidhi Scheme: Information given by Govt Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ରହିଛନ୍ତି।

ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ସୁଦ୍ଧା ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ  ଲିଖିତ ଉତ୍ତର ରଖିଛନ୍ତି ।

ସେହିଭଳି ସିଏମ୍‌ କିସାନ ମାଧ୍ୟମରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ଶିରାଗୁଡା ପ୍ରାଥମିକ ବିଦ୍ୟାଳୟ

ପ୍ରଧାନମନ୍ତ୍ରୀ ଫସଲ  ବୀମା ଯୋଜନାରେ ୧୫ ଲକ୍ଷ ୧୭ ହଜାର ଚାଷୀ ଖରିଫ ଋତୁରେ ଓ ୧ ଲକ୍ଷ ୮୩ ହଜାର ଚାଷୀ ରବି ଋତୁରେ ପଞ୍ଜିକରଣ କରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ନୂଆ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe