ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲଘୁ ଖଣିଜ ଚୋରି ଚରମସୀମାରେ ପହଞ୍ଚିଛି। ଏ ସବୁ କାରବାର ଖଣି ବିଭାଗ ହାତକୁ ଯିବା ପରେ ମାଫିଆଙ୍କ ଉତ୍ପାତ ଆହୁରି ବଢ଼ିଛି। ବିଭାଗୀୟ ଅଧିକାରୀଙ୍କ ପ୍ରତି ଆଉ ଭୟ ନ ଥିବାରୁ ଲଘୁଖଣିଜ କାରବାର ଜୋର୍ସୋର୍ ଚାଲିଛି। ତୁଷୁରା ତହସିଲ ଅନ୍ତର୍ଗତ ଭାଲୁଡ଼ୁଙ୍ଗୁରିକୁ ଗତ ୧୦ ବର୍ଷ ହେଲା ଲୁଟ୍ ଚାଲିଛି। ଏହି ପାହାଡ଼ ପାଖାପାଖି ଗୋଟିଏ କିଲୋମିଟର ଲମ୍ବା। ଆଖପାଖରେ ଛୋଟ ପଥର ଚଟାଣ ରହିଛି। ପଥର ଚଟାଣକୁ ମଧ୍ୟ ମାଫିଆମାନେ ଛାଡ଼ି ନାହାନ୍ତି। ପାଖାପାଖି ୨୫ଟି ଚଟାଣକୁ ବିସ୍ଫୋରଣରେ ଉଡ଼ାଇ ପଥର ଚାଲାଣ ସରିଛି। ପାଖରେ ଥିବା ଭାଲୁଡୁଙ୍ଗୁରିରେ କ୍ରମାଗତ ବିସ୍ଫୋରଣ କରାଯାଉଛି। ପାହାଡ଼ର ଗୋଟିଏ ପାର୍ଶ୍ବକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଛି। ଏହି ଅଞ୍ଚଳକୁ କେବଳ ଜଙ୍ଗଲିଆ କଚ୍ଚା ରାସ୍ତା ରହିଛି। ବର୍ଷା ଦିନେ ରାସ୍ତାରେ ଯିବା ସମ୍ପୂର୍ଣ୍ଣ ଅସମ୍ଭବ।
Tokyo Paralympics: ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍: ଆଉ ଦୁଇ ବିଶ୍ବ ସ୍ବର୍ଣ୍ଣ ପଦକ ଦ୍ବାରରେ ପ୍ରମୋଦ
ତେଣୁ ପଥର ମାଫିଆମାନେ ଏହାର ଭରପୂର ସୁଯୋଗ ଉଠାଉଛନ୍ତି। ବିଭିନ୍ନ ସ୍ଥାନରୁ ପଥର ଉଠାଇ ନିଆଯାଇଥିବାରୁ କୃତ୍ରିମ ଜଳାଶୟ ସୃଷ୍ଟି ହୋଇସାରିଲାଣି। ଦୁର୍ଗମ ଅଞ୍ଚଳରେ ଏହି କାରବାର ଚାଲୁଥିବାରୁ ଖଣି ବିଭାଗ ପହଞ୍ଚିବା ମୁସ୍କିଲ। ଏଣେ, ପଥର ଖାଦାନ ପାଖରେ ଅସ୍ଥାୟୀ ଶିବିର କରି ଦଲାଲ୍ମାନେ ଦିନରାତି ପହରା ଦେଉଛନ୍ତି। ଆଖପାଖର ଗ୍ରାମବାସୀ ସେଠାକୁ ଯିବାକୁ ଭୟ କରୁଛନ୍ତି। ପଥରକୁ ଆହୁରି ଦୁର୍ଗମ ଅଞ୍ଚଳରେ ଥିବା କ୍ବାରିକୁ ନିଆଯାଉଛି।
Demand: ଭଦ୍ରକରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ?
ଏହି କ୍ବାରି ସଇନ୍ତଳା ତହସିଲ ଅଧୀନରେ ଆସୁଛି। ତେଣୁ ଦୁଇଟି ବ୍ଲକ୍ରେ ଚାଲାକି କରି ପଥର ଚୋରା ଚାଲାଣ କରାଯାଉଛି। କ୍ବାରିରୁ ପଥର ତୁଷୁରା, ଗୁଡ଼ଭେଲା ଅଞ୍ଚଳକୁ ପଠାଯାଉଛି। ବାର୍ଷିକ କୋଟି କୋଟି ଟଙ୍କାର ପଥର କାରବାର ଚାଲୁଥିଲେ ହେଁ ମାଫିଆଙ୍କ ଉପରେ କାହାରି ହାତ ନ ବାଜିବା ଆଶ୍ଚର୍ଯ୍ୟର କଥା। ଏ ସଂପର୍କରେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କୁ ପଚରାଯିବାରୁ, ତୁଷୁରା ତହସିଲ୍ ଅଧୀନରେ ଥିବା ଭାଲୁଡୁଙ୍ଗୁରି ପାହାଡ଼ ଫଟାଇବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଆରପଟେ ଖନନ ଚାଲୁଥିଲେ ତାହା ସଇନ୍ତଳା ତହସିଲ ବୁଝିବ ବୋଲି କହିଥିଲେ।
Follow Us