Fog Alert: କୁହୁଡ଼ି ନେଇ ସତର୍କ ସୂଚନା ଜାରି କଲା ଆଇଏମଡି

Advertisment

ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ପକ୍ଷରୁ କୁହାଯାଇଛି,ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଘନ କୁହୁଡ଼ି ଏବଂ ଥଣ୍ଡା ଅନୁଭୂତ ହେବା ଜାରି ରହିଛି...

ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ପକ୍ଷରୁ କୁହାଯାଇଛି,ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଘନ କୁହୁଡ଼ି ଏବଂ ଥଣ୍ଡା ଅନୁଭୂତ ହେବା ଜାରି ରହିଛି...

IMD issues fog warning

IMD issues fog warning Photograph: (sambad.in)

ଭୁବନେଶ୍ବର: ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ପକ୍ଷରୁ କୁହାଯାଇଛି,ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଘନ କୁହୁଡ଼ି ଏବଂ ଥଣ୍ଡା ଅନୁଭୂତ ହେବା ଜାରି ରହିଛି। ରାଜ୍ୟର  ସାତଟି ସହରରେ ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି।

ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବରଗଡ଼ରେ ତାପମାତ୍ରା ସର୍ବାଧିକ ୨୯.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୨୭.୮° ସେଲସିୟସ୍ ଏବଂ ସର୍ବନିମ୍ନ ୧୬.୮° ସେଲସିୟସ୍ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ:CM Grievance Cell: ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି

ସେହିପରି କଟକରେ ସର୍ବାଧିକ ତାପମାତ୍ରା ୨୫.୬° ସେଲସିୟସ୍ ଏବଂ ସର୍ବନିମ୍ନ ୧୩.୮° ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ପବନ ବହିବା ଫଳରେ ଥଣ୍ଡା ପ୍ରକୋପ ବୃଦ୍ଧି ପାଇଛି।

ରାଜ୍ୟର ପାହାଡିଆ ଅଞ୍ଚଳଗୁଡ଼ିକ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଦାରିଙ୍ଗବାଡିରେ ରାତିର ତାପମାତ୍ରା ୮.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ବୌଦ୍ଧରେ ଘନ କୁହୁଡ଼ି ଦେଖାଯାଇଥିଲା ଯାହା ଦୃଶ୍ୟମାନତାକୁ ୫୦ ମିଟରରୁ କମ୍ କରିଦେଇଥିଲା।

ଏହା ବ୍ୟତୀତ, ବଲାଙ୍ଗୀର, କୋରାପୁଟ ଏବଂ ଫୁଲବାଣୀରେ ୫୦-୨୦୦ ମିଟର ଦୃଶ୍ୟମାନ୍ୟତା ଥିବା  ଘନ କୁହୁଡ଼ି ଦେଖାଯାଇଥିଲା। ଅପରପକ୍ଷରେ ସୋନପୁର, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଜୟପୁରରେ ୨୦୦-୫୦୦ମିଟର ଦୃଶ୍ୟମାନ୍ୟତା ଥିବା ମଧ୍ୟମ କୁହୁଡ଼ି ଦେଖାଯାଇଥିଲା। ସେହିପରି ଗୋପାଳପୁର, ବାରିପଦା, ସମ୍ବଲପୁର, ହୀରାକୁଦ ଏବଂ ରାଉରକେଲାରେ  ୫୦୦ ରୁ ୧୦୦୦ ମିଟର ଦୃଶ୍ୟମାନ୍ୟତା ଥିବା ହାଲୁକା କୁହୁଡ଼ି ଦେଖାଯାଇଥିଲା।

ଭାରତୀୟ ପାଣିପାଗ ବିଭାଗ  ପକ୍ଷରୁ ପାଞ୍ଚ ଦିନିଆ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ପୂର୍ବାନୁମାନ ଅନୁଯାୟୀ, ହାଲୁକା ରୁ ମଧ୍ୟମ କୁହୁଡ଼ି କନ୍ଧମାଳ, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର,, ସୁନ୍ଦରଗଡ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକରେ ଅନୂଭୂତ ହେବ।

ଜାନୁୟାରି ୬-୭ ରୁ ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ଏବଂ ସୁନ୍ଦରଗଡରେ କୁହୁଡ଼ିର ପ୍ରଭାବ ରହିବ। ସେହିପରି ଜାନୁୟାରି ୭-୧୦ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଏବଂ ଖୋର୍ଦ୍ଧାରେ କୁହୁଡ଼ି ଅନୁଭୁତ ହେବ। 

ଆହୁରି ପଢ଼ନ୍ତୁ:IndiGo Travel Advisory: କାଳ ସାଜୁଛି କୁହୁଡ଼ି: ଅନେକ ସ୍ଥାନରେ ବିମାନ ଯାତ୍ରା ବିଳମ୍ବ, ତୁଷାରପାତ ପାଇଁ ଲେହକୁ ଇଣ୍ଡିଗୋ ବିମାନ ବନ୍ଦ...

ଫଗ୍ ଲାଇଟ୍ ବ୍ୟବହାର କରିବାକୁ ପରାମର୍ଶ

ସକାଳ ଏବଂ ସନ୍ଧ୍ୟା ସମୟରେ ଦୃଶ୍ୟମାନତା କମ୍ ରହିବାର ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଦୁର୍ଘଟଣା ଏଡାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ଫଗ୍ ଲାଇଟ୍ ବ୍ୟବହାର କରିବାକୁ ଏବଂ ଧୀର ଗତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe