Impact of cyclone montha: 6 gates of 2 reservoirs opened in view of rains at the upper reaches Photograph: (sambad.in)
ଲମତାପୁଟ : ବଙ୍ଗୋପସାଗରରେ ସୃଷ୍ଟି ହୋଉଥିବା ବାତ୍ୟା 'ମୋନ୍ଥା'କୁ ନେଇ ମାଛକୁଣ୍ଡ ବିଦ୍ୟୁତ ବିଭାଗ ମଧ୍ୟ ସଜାଗ ହୋଇଛନ୍ତି । ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଉପରେ ମୁଣ୍ଡରେ ଲଗାଣ ବର୍ଷ ହେବା ଫଳରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଲେ ଜଳଭଣ୍ଡାର ପ୍ରତି ବିପଦ ରହିଥାଏ ଏ ନେଇ ବିଭାଗୀୟ ଅଧିକାରୀ ୨ ଜଳ ଭଣ୍ଡାରର ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଗୋଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଥିବା ଜଣାଯାଇଛି।
ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା
ପ୍ରକାଶ ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଉଥିବା ବାତ୍ୟା 'ମୋନ୍ଥା'କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ବାତ୍ୟାରେ ଯେପରି କୌଣସି କ୍ଷୟକ୍ଷତି ନ ହେବ ସେ ନେଇ ଲୋକଙ୍କୁ ମଧ୍ୟ ସତର୍କ କରାଯାଉଛି। ମାଛକୁଣ୍ଡ ବିଦ୍ୟୁତ ବିଭାଗ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ ପାଇବା ପରେ ଜଳ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳ ଭଣ୍ଡାର ଜଳାପୁଟ ଜଳ ଭଣ୍ଡାରର ୪ ଗୋଟି ଗେଟ୍ ଖୋଲା ଯାଇ ୧୬ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଇଛି।
ଆହୁରି ପଢ଼ନ୍ତୁ:Farmers worried about cyclone Montha: ମୋନ୍ଥା ପାଇଁ ଚିନ୍ତାରେ ଚାଷୀ, ଜମିରେ ରହିଛି ପାଚିଲା ଧାନ
ଜଳଭଣ୍ଡାର ବିପଦ ସଂକେତ ୨୭୫୦ ଫୁଟ ରହିଥିବା ବେଳେ ସେଥିରେ ୨୭୪୭.୭୫ ଫୁଟ ଜଳ ରହିଥିବା ଜଣାଯାଇଛି। ବିପଦ ସଂକେତ ଅତି ନିକଟତର ହୋଇଥିବାରୁ ଗେଟ୍ ଖୋଲା ଯାଇଥିବା ଜଣାଯାଇଛି।
ଠିକ ସେହି ପରି ମାଛକୁଣ୍ଡ ଡି.ଡ୍ୟାମର ମଧ୍ୟ ୨ଟି ଗେଟ୍ ଖୋଲାଯାଇ ୧୨ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ ଛଡା ଯାଉଥିବା ଜଣାଯାଇଛି। ଡି.ଡ୍ୟାମର ବିପଦସଂକେତ ୨୫୯୦ ଫୁଟ ରହିଥିବା ବେଳେ ତାହା ୨୫୮୩ ଫୁଟ ରହିଛି। ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ଜଳାପୁଟ ଜଳ ଭଣ୍ଡାରରେ ଜଳ ପତନ ବୃଦ୍ଧି ପାଇଥାଏ।
୨ ଦିନ ଧରି ବଙ୍ଗୋପସାଗରରେ ସୃଷ୍ଟି ହୋଉଥିବା ବାତ୍ୟା 'ମୋନ୍ଥା' ଯୋଗୁ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଏହାକୁ ନେଇ ୨ ଜଳ ଭଣ୍ଡାରର ୬ଟି ଗେଟ୍ ଖଲା ଯାଇ ପ୍ରତି ସେକେଣ୍ଡରେ ୨୮ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
ନବୀନ ପାଲ୍କା
Follow Us