Young man died in accident Photograph: (sambad.in)
କଟକ: ଷଷ୍ଠ ବାଟାଲିୟନ୍ର ଜଣେ ପୁଲିସ ଏଏସ୍ଆଇ (ଆର୍ମଡ ପୁଲିସ)ଙ୍କ ଆତ୍ମହତ୍ୟା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ରାଉରକେଲାରୁ ତାଙ୍କ ପତ୍ନୀ ଗୁରୁବାର ରାତିରେ ଏସ୍ସିବିରେ ପହଞ୍ଚିଲା ବେଳକୁ ଶବ ନଥିଲା। ଦ୍ବିତୀୟ ପତ୍ନୀ ବୋଲି ଦାବି କରୁଥିବା ଆଉ ଜଣେ ମହିଳା ଏହି ଶବକୁ ନେଇ ସଂସ୍କାର କରିଦେଇଛନ୍ତି। ଏହାକୁ ନେଇ ପ୍ରଥମ ପତ୍ନୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଥିଲା।
Horoscope 2026 February 13 : ଜାଣନ୍ତୁ ଆଜିର ରାଶିଫଳ
ସୂଚନା ଅନୁଯାୟୀ, ବଲାଙ୍ଗୀର ପାଟଣାଗଡ଼ର ବିଶ୍ବଜିତ ସେଠୀ (୪୭) ଓଏମ୍ପି ଷଷ୍ଠ ବାଟାଲିୟନ୍ରେ ଏଏସ୍ଆଇ (ଆର୍ମଡ ପୁଲିସ) ଭାବେ ଚାକିରି କରିଥିବା ବେଳେ ୨୦୧୩ ଏପ୍ରିଲ ୨୮ରେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଥାନା ରିଉଁ ଅଞ୍ଚଳର ଜ୍ୟୋତ୍ସ୍ନା ସେଠୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ୧୫ ବର୍ଷର ଝିଅ ଅଛି। କୌଣସି କାରଣରୁ ୨୦୨୨ ପରଠାରୁ ଏହି ଦମ୍ପତି ଅଲଗା ରହୁଥିଲେ। ବିଶ୍ବଜିତ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳରେ ଭଡ଼ାରେ ରହୁଥିବା ବେଳେ ଜ୍ୟୋତ୍ସ୍ନା ରାଉରକେଲାରେ ଭଡ଼ାଘରେ ରହୁଥିଲେ। ଜ୍ୟୋତ୍ସ୍ନା ଏକ ଘରୋଇ ହସ୍ପିଟାଲରେ ଚାକିରି କରନ୍ତି। ଗୁରୁବାର ଦିନ ପ୍ରାୟ ୧ଟା୧୫ରେ ବାଟାଲିୟନ୍ ପକ୍ଷରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ତାଙ୍କୁ ଫୋନ୍ କରି ଅବଗତ କରାଯାଇଥିଲା। ରାଉରକେଲାରୁ ଜ୍ୟୋତ୍ସ୍ନା, ଝିଅ ଓ ପରିବାର ଲୋକଙ୍କ ସହିତ ଏସ୍ସିବି
ମେଡିକାଲରେ ପହଞ୍ଚିଲା ବେଳକୁ ସ୍ବାମୀଙ୍କ ଶବ ଅନ୍ୟ ଜଣେ ମହିଳାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଥିଲା। କଟକରେ ରହୁଥିବା ସମ୍ପୃକ୍ତ ମହିଳା ଜଣକ ବିଶ୍ବଜିତଙ୍କ ପତ୍ନୀ ବୋଲି ପରିଚୟ ଦେଇ ଶବ ନେଇଯାଇଥିଲେ। ଶବକୁ ସଂସ୍କାର ବି କରି ସାରିଥିଲେ।
Khelo India: ଖେଲୋ ଇଣ୍ଡିଆରୁ ୩ ବର୍ଷରେ ୧୩୪୨ ଆଥ୍ଲେଟ୍ ବିଦା
ସୂଚନାଯୋଗ୍ୟଯେ ପ୍ରତାପନଗରୀରେ ଘର ଭଡ଼ା ନେଇ ରହୁଥିବା ବିଶ୍ବଜିତ ବୁଧବାର ଦିନ ଘାସମରା ଔଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାର ମେଡିସିନ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ୧୨ଟା ୧୫ରେ ତାଙ୍କର ମୃତ୍ୟୁ ହେବା ପରେ ଶବ ବ୍ୟବଚ୍ଛେଦ କରାଯାଇ ଦ୍ବିତୀୟ ପତ୍ନୀ ଦାବି କରୁଥିବା ମହିଳାଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ପ୍ରଥମ ପତ୍ନୀ ଜ୍ୟୋତ୍ସ୍ନାଙ୍କ କହିବା ଅନୁଯାୟୀ, ବିଶ୍ବଜିତଙ୍କ ଦ୍ବିତୀୟ ପତ୍ନୀ ଥିବା ସମ୍ପର୍କରେ ଜଣାନାହିଁ। ମୃତ ସ୍ବାମୀଙ୍କୁ ଶେଷ ଥର ଦେଖିବା ପାଇଁ ଝିଅ ସହିତ ସେ କଟକ ଆସିଥିଲେ ବୋଲି କହିଛନ୍ତି।
Follow Us