Intra-state: ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ, ବାସନ୍ତୀ କଲୋନିରୁ କିଙ୍ଗପିନ୍‌ ରତନ ସ’ ଗିରଫ

Advertisment

ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର...

ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର...

Untitled-27

ରାଉରକେଲା: ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ। ଏହି ମାମଲାର କିଙ୍ଗ୍‌ପିନ୍‌ ବାସନ୍ତୀ କଲୋନି ଡିଏଲ୍‌/୩୦୪ର ରତନ କୁମାର ସ’ (୫୮)କୁ ଗିିରଫ କରାଯାଇଥିବାବେଳେ ଏକାଧିକ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତଠାରୁ ଗୋଟିଏ ୩୨ ବୋର୍‌ ପିସ୍ତଲ (ୱେବ୍‌ଲି ଆଣ୍ଡ ସ୍କଟ୍‌), ୨୫ଟି ଗୁଳି ଓ ୨ଟି ନକଲି ବନ୍ଧୁକ ଲାଇସେନ୍ସ ସହ ମୋବାଇଲ୍‌ ଜବତ କରାଯାଇଛି। ସେହିଭଳି ଲାଇସେନ୍ସ ଅବଧି ‌ଶେଷ ହୋଇଯିବା ପରେ ବନ୍ଧୁକ ରଖିଥିବା ୨ ଭାଇଙ୍କୁ ପଚରାଉଚରା କରାଯିବା ସହ ଉଭୟଙ୍କଠାରୁ ୨ଟି ରିଭଲଭର୍‌, ୧୦ଟି ଗୁଳି ଜବତ କରାଯାଇଛି। ଏ ସଂପର୍କରେ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି।

The audience: ଶ୍ରୀରାଧାଙ୍କ ଠାଣି ଓ ବାଣୀ ସହ ବିରହ ଭାବନାରେ ବିଭୋର ଦର୍ଶକ

New centra: ଉତ୍କଳ ସମ୍ମିଳନୀର ନୂଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ


ଇସ୍ପାତ ସହରରେ ବେଆଇନ ଅସ୍ତ୍ରଶସ୍ତ୍ର ରୢାକେଟ୍ ଚାଲିଥିବା ସଂପର୍କରେ ପୁଲିସକୁ ଖବର ମିଳିବା ପରେ ୨୮ ତାରିଖ ବିଳମ୍ବିତ ରାତିରେ କିଙ୍ଗ୍‌ପିନ୍‌ ରତନ କୁମାର ସ’ର ଘର ସହିତ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ପ୍ରାୟ ୧୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅଭିଯୁକ୍ତ ଘରେ ଯାଞ୍ଚ ହୋଇଥିବାବେଳେ ସେଠାରୁ ବନ୍ଧୁକ, ଗୁଳି ସହ ବହୁ ନକଲି କାଗଜପତ୍ର ମିଳିଥିଲା।ପୁଲିସର କହିବା ମୁତାବକ, ରତନ ରାଉରକେଲାର ଗ୍ରାହକଙ୍କୁ ବନ୍ଧୁକ ଓ ଲାଇସେନ୍ସ ଯୋଗାଇ ଦେଉଥିଲା। ଏଥିପାଇଁ ‌ସେ ନାଗାଲାଣ୍ଡର ଜାଲ୍‌ ଠିକଣା ଦେଇ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିଲା ଏବଂ ଉତ୍ତରପ୍ରଦେଶ, କୋଲକାତାରୁ ବନ୍ଧୁକ ଆଣି ରାଉରକେଲାରେ‌ ଲୋକଙ୍କୁ ଦେଉଥିଲା। ଏ ପର୍ଯ୍ୟନ୍ତ ୯ ଜଣଙ୍କଠାରୁ ଲାଇସେନ୍ସ ତିଆରି ପାଇଁ ସେ କାଗଜପତ୍ର ନେଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩ ଜଣଙ୍କୁ ନକଲି କାଗଜପତ୍ର ଯୋଗାଇ ଦେଇଛି। ଆଉ ୪ ଜଣ ଗ୍ରାହକଙ୍କ ପାଇଁ ଲାଇସେନ୍ସ ପ୍ରସ୍ତୁତ ହୋଇସାରିଥିଲା। ଗୋଟିଏ ଲାଇସେନ୍ସ ପିଛା ସେ ୫ରୁ ୧୦ ଲକ୍ଷ ଟଙ୍କା ନେଉଥିଲା। ଏମିତିକି ରତନ ନିଜ ପାଇଁ ନାଗାଲାଣ୍ଡର ନକଲି ଠିକଣା ଦେଇ ଅସ୍ତ୍ରଶସ୍ତ୍ର ଲାଇସେନ୍ସ କରିଥିଲା ଏବଂ ଏହାକୁ ଦେଖାଇ ଲୋକଙ୍କୁ ପ୍ରଲୋଭିତ କରି ବେଆଇନ ଲାଇସେନ୍ସ କରିବାକୁ କହୁଥିଲା। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଏହି ରୢାକେଟ୍‌ର ଚେର ରାଉରକେଲା-କୋଲକାତା ଓ ନାଗାଲାଣ୍ଡକୁ ବ୍ୟାପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe