Vishwanathpur Model School: ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ: ୨୦ ଛାତ୍ରଛାତ୍ରୀ ଆକ୍ରାନ୍ତ

Advertisment

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ବିଶ୍ୱନାଥପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ବିଶ୍ୱନାଥପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

school-1563454309

Photograph: (google)

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ବିଶ୍ୱନାଥପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି। 

KIIT Chess Tournament 2026: ୧୪ରୁ କିଟ୍‌ରେ ଚେସ୍‍ ମହାକୁମ୍ଭ: ସାମାଜିକ ଓ ଶିକ୍ଷାଗତ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

୨୦ ଛାତ୍ରଛାତ୍ରୀ ଆକ୍ରାନ୍ତ
ଦୂଷିତ ପାନୀୟ ଜଳ ଓ ଅସୁରକ୍ଷିତ ଶୌଚାଳୟ ଯୋଗୁଁ ବ୍ୟାପୁଛି ରୋଗ

ଶ୍ରୀ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବିଦ୍ୟାଳୟରେ ଦୂଷିତ ପାନୀୟ ଜଳ ଏବଂ ଅସୁରକ୍ଷିତ ଶୌଚାଳୟ ଜଣ୍ଡିସ୍‌ ବ୍ୟାପିବାର ମୂଳ କାରଣ ବୋଲି ଅଭିଭାବକମାନେ କହିଛନ୍ତି। ବିଦ୍ୟାଳୟ ନିକଟରେ ଥିବା ଘରୋଇ ହଷ୍ଟେଲ୍‌ର ୪ ଜଣ ଛାତ୍ରଛାତ୍ରୀଙ୍କ ସହ ହଷ୍ଟେଲ୍‌ ପରିଚାଳକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ନିୟମିତ ବିଦ୍ୟାଳୟ ଯାଉଥିବା ଅନ୍ୟ କେତେକ ଛାତ୍ରଛାତ୍ରୀ ଜଣ୍ଡିସ୍‌ରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଖବରପାଇ ବରପଦାରୁ ଏକ ଡାକ୍ତରୀ ଦଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର କହିଛନ୍ତି, ବିଦ୍ୟାଳୟରେ ଜଣ୍ଡିସ୍‌ ବ୍ୟାପିବା ଜଣାପଡ଼ିବା ପରେ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଜଣ୍ଡିସ୍‌ ହୋଇଥିଲା। ସମ୍ପୃକ୍ତ ଛାତ୍ର ନୂଆବର୍ଷ ପରଠାରୁ ବିଦ୍ୟାଳୟକୁ ଆସି ନଥିଲେ। ବିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ ଆଉ କେତେଜଣ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡ଼ିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe