କଟକ: ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଡିସେମ୍ବର ୧୮ରେ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଓଡ଼ିଶା ସହିତ, ଉତ୍ତରାଖଣ୍ଡ, ମେଘାଳୟ, ଝାଡ଼ଖଣ୍ଡ ଓ ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ନାମ ସୁପାରିସ କରିଛନ୍ତି।
Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ
ଜଷ୍ଟିସ୍ ସଙ୍ଗମ କୁମାର ସାହୁ ୧୯୬୪ ଜୁନ ୫ରେ ଜନ୍ମଗ୍ରହଣ କରିଥିଲେ। କଟକ ନୂଆବଜାର ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ସେ ଷ୍ଟିୱାର୍ଟ ବିଜ୍ଞାନ କଲେଜରୁ ଆଇଏସ୍ସି ଓ ବିଏସ୍ସି ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ଇଂରାଜୀ ଓ ଓଡ଼ିଆରେ ଏମ୍ଏ ପାସ କରିଥିଲେ। କଟକ ଦି’ ଲ କଲେଜରୁ ଏଲ୍ଏଲ୍ବି ଡିଗ୍ରି ହାସଲ କରିବା ପରେ ୧୯୮୯, ନଭେମ୍ବର ୨୬ରେ ଆଇନଜୀବୀ ଭାବେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜୀକୃତ ହୋଇଥିଲେ।
Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ
ସେ ତାଙ୍କ ବାପା ତଥା ବିଶିଷ୍ଟ ଆଇନଜୀବୀ ସ୍ବର୍ଗତ ଶରତ ଚନ୍ଦ୍ର ସାହୁଙ୍କ ଅଧୀନରେ ଓକିଲାତି ପେସା ଆରମ୍ଭ କରିଥିଲେ। ବିଶିଷ୍ଟ ଆଇନଜୀବୀ ଡକ୍ଟର ମନୋରଂଜନ ପଣ୍ଡାଙ୍କ ସହଯୋଗୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ହାଇକୋର୍ଟ ସହିତ ବିଭିନ୍ନ ଜିଲ୍ଲା ଅଦାଲତ, ଖାଉଟି କମିସନ, ସ୍ୟାଟ୍, କ୍ୟାଟ୍ରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ। ଚାକିରି ସଂପର୍କିତ ଓ ଫୌଜଦାରୀ ଆଇନରେ ସେ ବିଶେଷ ପାରଦର୍ଶିତା ହାସଲ କରିଥିଲେ। ୨୦୧୪ ଜୁଲାଇ ୨ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
Follow Us