Kalinga Literature Festival organized: କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ: ଯୋଗଦେଲେ ୧୧ଦେଶର ୫୦୦ରୁ ଊର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି

Advertisment

ଭୁବନେଶ୍ୱର ମେ’ଫେୟାର କନ୍‌ଭେନସନ୍‌ଠାରେ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌) ୨୦୨୬ ସଫଳତାର ସହ ଶେଷ ହୋଇଛି। ରବିବାର ଉଦ୍‌ଯାପନୀ ଦିବସରେ ସାହିତ୍ୟ, ସାମ୍ବାଦିକତା, ଦର୍ଶନ, କବିତା, ସିନେମା ଓ ସାଂସ୍କୃତିକ ଆଲୋଚନାର ଏକ ସମୃଦ୍ଧ ସଙ୍ଗମ ଦେଖିବାକୁ ମିଳିଥିଲା।

ଭୁବନେଶ୍ୱର ମେ’ଫେୟାର କନ୍‌ଭେନସନ୍‌ଠାରେ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌) ୨୦୨୬ ସଫଳତାର ସହ ଶେଷ ହୋଇଛି। ରବିବାର ଉଦ୍‌ଯାପନୀ ଦିବସରେ ସାହିତ୍ୟ, ସାମ୍ବାଦିକତା, ଦର୍ଶନ, କବିତା, ସିନେମା ଓ ସାଂସ୍କୃତିକ ଆଲୋଚନାର ଏକ ସମୃଦ୍ଧ ସଙ୍ଗମ ଦେଖିବାକୁ ମିଳିଥିଲା।

fhsfshfxbvb

ଭୁବନେଶ୍ୱର: ଭୁବନେଶ୍ୱର ମେ’ଫେୟାର କନ୍‌ଭେନସନ୍‌ଠାରେ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌) ୨୦୨୬ ସଫଳତାର ସହ ଶେଷ ହୋଇଛି। ରବିବାର ଉଦ୍‌ଯାପନୀ ଦିବସରେ ସାହିତ୍ୟ, ସାମ୍ବାଦିକତା, ଦର୍ଶନ, କବିତା, ସିନେମା ଓ ସାଂସ୍କୃତିକ ଆଲୋଚନାର ଏକ ସମୃଦ୍ଧ ସଙ୍ଗମ ଦେଖିବାକୁ ମିଳିଥିଲା। ବିଭିନ୍ନ ଅଧିବେଶନରେ ପ୍ରତିଷ୍ଠିତ ଲେଖକ, ସାମ୍ବାଦିକ, କୂଟନୀତିଜ୍ଞ, କବି, ଚିନ୍ତକ, କଳାକାର ଓ ସାଂସ୍କୃତିକ ସମାଲୋଚକମାନେ ଯୋଗଦେଇ ସାହିତ୍ୟଠାରୁ ଆରମ୍ଭ କରି ଶାସନ, ଗଣମାଧ୍ୟମ, ବ୍ୟଙ୍ଗ, କବିତା, ସିନେମା ଓ ଭାରତର ସଭ୍ୟତା ସହ ଜଡ଼ିତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ

 ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା ଆଚାର୍ଯ୍ୟ ପ୍ରଶାନ୍ତ ଯୋଗଦେଇ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ। ଅମ୍ରିତ ଋତୁରାଜ, କିରଣ କୁମାର ମହାନ୍ତି, ଦେବପ୍ରସାଦ ଦାଶ ଓ ଚିତ୍ତରଞ୍ଜନ ନାୟକ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଚିନ୍ମୟ ହୋତାଙ୍କ ସହ ବିଭୁ ଆଚାର୍ଯ୍ୟଙ୍କ ‘ହ୍ୟୁମର୍‌ ଇନ୍‌ ମିଡିଆ: ରି-ଥିଙ୍କିଙ୍ଗ କାର୍ଟୁନ୍‌ସ’ ପ୍ରସଙ୍ଗରେ ଆଲୋଚନା, ‘ଲାଇଫ୍‌ ଆଣ୍ଡ୍‌ ଟାଇମ୍ସ ଅଫ୍ ଏ ଜର୍ଣ୍ଣାଲିଷ୍ଟ’ ବିଷୟବସ୍ତୁ ଉପରେ ବରିଷ୍ଠ ସାମ୍ବାଦିକ ଚିତ୍ରା ସୁବ୍ରମଣ୍ୟମ, ସତୀଶ ପଦ୍ମନାଭନଙ୍କ ସହ ଆଲୋଚନା କରିଥିଲେ। ନିତେଶ୍ୱର କୁମାରଙ୍କ ଦ୍ୱାରା ‘ହମାରା ଗୀତ ଜମାନା ଗାୟେଗା’ ନାମକ ଏକ ସ୍ୱତନ୍ତ୍ର ସଙ୍ଗୀତ-ସାହିତ୍ୟ ଅଧିବେଶନ ଆୟୋଜିତ ହୋଇଥିଲା। ଆଚାର୍ଯ୍ୟ ପ୍ରଶାନ୍ତଙ୍କ ଦ୍ୱାରା ଭାରତୀୟ ଦର୍ଶନ, ପରମ୍ପରା ଓ ଯୁବଗୋଷ୍ଠୀ ପ୍ରସଙ୍ଗରେ ଏକ ଅଧିବେଶନ ଓ ଅନ୍ତଃ ସ୍କୁଲ ତର୍କ ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା। ‘ହୃଦୟର ଶବ୍ଦ ହୃଦୟକୁ ଛୁଏଁ-ସଂଗୀତରେ ସାହିତ୍ୟର ଅବଦାନ’ ବିଷୟବସ୍ତୁ ଉପରେ ଆୟୋଜିତ ଆଲୋଚନାଚକ୍ରରେ ବିଜୟ ମଲ୍ଲ, ପଞ୍ଚାନନ ନାୟକ, ଶ୍ରୀକାନ୍ତ ଗୌତମ, ଶରତ ନାୟକ ଓ ରତିକାନ୍ତ ଶତପଥୀ ଭାଗ ନେଇଥିଲେ। ସେହିପରି ବିରାଟ ଅନୁପମଙ୍କ ସଂଯୋଜନାରେ ‘ନେପାଳୀ ଲିଟେରାରି ଜର୍ଣ୍ଣିସ୍ ଆକ୍ରସ୍‌ ସାଉଥ୍‌ ଏସିଆ’ ପ୍ରସଙ୍ଗରେ ଆୟୋଜିତ ଆଲୋଚନାଚକ୍ରରେ ଧୀରେନ୍ଦ୍ର ପ୍ରେମଋଷି, କେୱରା ଭଟ୍ଟରାୟ, ରଞ୍ଜନା ନିରୌଲା, ରୁପା ଝା ଓ ସୁମନ ବର୍ଷା ସାମିଲ ଥିଲେ। ଏଥିସହିତ ସାହିତ୍ୟ ଓ ଗଳ୍ପ ପ୍ରସଙ୍ଗରେ ପରେଶ ପଟ୍ଟନାୟକ, ଡ. ଗୌରହରି ଦାସ, ସରୋଜିନୀ ସାହୁ, ଅଜୟ ସ୍ବାଇଁ ଓ ସୁରେନ୍ଦ୍ର ମିଶ୍ର ଆଲୋଚନା କରିଥିଲେ। 

‘ପୋଏଟ୍ରି ଆଜ୍‌ ରେଜିଷ୍ଟାନ୍‌ସ, ଫିକ୍ସନ୍‌ ଆଜ୍‌ ଫ୍ରିଡମ୍‌’ ଶୀର୍ଷକ ଅଧିବେଶନରେ ପ୍ରତିଷ୍ଠିତ ଲେଖକ ଓ ଅନୁବାଦକ ଡେଜି ରକ୍‌ୱେଲ୍‌ କନିଷ୍କ ଗୁପ୍ତାଙ୍କ ସହ ଆଲୋଚନା କରିଥିଲେ। ଅନ୍ୟାନ୍ୟ ପ୍ରମୁଖ ଅଧିବେଶନଗୁଡ଼ିକରେ କେକେ ଦାସଙ୍କ ସହ ଶାଳିନୀ ମୋଦୀଙ୍କର ‘ଦ ଇଟରନାଲ୍‌ ସନ୍‌: ଦ ଲିଗାସି ଅଫ୍ ସୂର୍ଯ୍ୟଦେବ’ ପ୍ରସଙ୍ଗରେ ଆଲୋଚନା, ପ୍ରତୀକ ଦାସଗୁପ୍ତା ଓ ଉପାସନା ଷଡ଼ଙ୍ଗୀ ‘ଫର୍‌ଗଟେନ୍‌ ଫୁଟ୍‌ ପ୍ରିଣ୍ଟ୍‌ସ: ଅନ୍‌ଟୋଲ୍‌ଡ ଷ୍ଟୋରିଜ୍‌ ଅଫ୍ ହ୍ୟୁମାନିଟିସ୍ ପାଷ୍ଟ’ ଉପରେ ଆଲୋଚନା କରିଥିଲେ। ଅପରାହ୍ଣ ଅଧିବେଶନରେ ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ହାଇକମିସନର ଫିଲିପ୍‌ ଗ୍ରିନ୍‌ ଓ ସତୀଶ ପଦ୍ମନାଭନଙ୍କ ମଧ୍ୟରେ ‘ହ୍ୱାଏ ଇଣ୍ଡିଆ ମ୍ୟାଟର୍ସ: ଅନ୍‌ ଅଷ୍ଟ୍ରେଲିଆ ପର୍‌ସ୍ପେକ୍ଟିଭ’ ପ୍ରସଙ୍ଗରେ ଆଲୋଚନା, ‘ମିସେସ୍‌ ହାପିଲି ସିଙ୍ଗଲ୍‌’ ପ୍ରସଙ୍ଗରେ ଶୁଭ ଶର୍ମା ଓ ସମ୍ବିତ ତ୍ରିପାଠୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର

ସନ୍ଧ୍ୟାରେ କବି ସମ୍ମିଳନୀ, ଓଡ଼ିଆ କାବ୍ୟ ପରମ୍ପରା ଓ ସ୍ୱତନ୍ତ୍ର ସାହିତ୍ୟ ପ୍ରଦର୍ଶନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଯାତ୍ରା ସମ୍ପର୍କରେ କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଥିଲେ ଯେ କଳିଙ୍ଗ ସାହିତ୍ୟ ମହୋତ୍ସବ ସବୁବେଳେ ବାର୍ତ୍ତା, ବିବିଧତା ଓ ବିଚାରଧାରାର ମର୍ଯ୍ୟାଦାକୁ ସମର୍ଥନ କରିଆସିଛି। ଚତୁର୍ଥ ଦିନ ସାହିତ୍ୟ କେବଳ ପୁସ୍ତକ ସମ୍ପର୍କିତ ନୁହେଁ; ବରଂ ସମାଜ, ଚେତନା, ପ୍ରଶ୍ନ ପଚାରିବା ଓ ସଂସ୍କୃତିଗୁଡ଼ିକୁ ସଂଯୋଗ କରିବାର ସାହସ ସମ୍ପର୍କିତ ଅଟେ ବୋଲି ରହିଥିବା ଆମର ବିଶ୍ୱାସକୁ ସୁଦୃଢ଼ କରିଛି। ଶେଷ ୩ ଦିନରେ ୧୦୦ରୁ ଅଧିକ ଅଧିବେଶନର ଆୟୋଜନ କରାଯାଇଥିଲା। ୧୨ ବର୍ଷ ହେବ ସଫଳତାର ସହ କେଏଲ୍‌ଏଫ୍ ଏହିଭଳି ଆୟୋଜନ କରୁଥିବା ବେଳେ ଚଳିତ ବର୍ଷଠାରୁ କାଠମାଣ୍ଡୁ ଓ କଲମ୍ୱିଆରେ ଅଧିବେଶନ କରିବାର ଯୋଜନା ରହିଛି ବୋଲି ଶ୍ରୀ ପରିଡ଼ା କହିଥିଲେ। କେଏଲ୍‌ଏଫ୍‌ର ପୃଷ୍ଠପୋଷକ ଓ ସିଇଓ ଅଶୋକ କୁମାର ବଳ କହିଥିଲେ, ଗତ ୪ ଦିନରେ କେଏଲ୍‌ଏଫ୍‌ ଭାଷା, ପିଢ଼ି ଓ ଭୌଗୋଳିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ଏକ ଜୀବନ୍ତ ସେତୁରେ ପରିଣତ ହୋଇଛି। ଭାରତ ଓ ଦକ୍ଷିଣ ଏସିଆର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅଂଶଗ୍ରହଣ ତଥା ପାଠକ, ଛାତ୍ରଛାତ୍ରୀ, ସଂସ୍କୃତିପ୍ରେମୀଙ୍କ ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ମଞ୍ଚ ଭାବେ ସୁଦୃଢ଼ କରିଛି ।

ଅଧିବେଶନଗୁଡିକ ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ଏକାଧିକ ଭାରତୀୟ ଓ ଦକ୍ଷିଣ ଏସୀୟ ଭାଷାରେ ପରିଚାଳିତ ହୋଇଥିଲା। ବିଭିନ୍ନ ଅଧିବେଶନରେ ୧୧ଟି ଦେଶର ୫୦୦ରୁ ଊର୍ଦ୍ଧ୍ବ ବିଶିଷ୍ଟ ଲେଖକ, କୂଟନୀତିଜ୍ଞ କଳାକାର ଓ ଚିନ୍ତକ ଯୋଗ ଦେଇଥିଲେ। ଓଡ଼ିଆ ଭାଷାରେ ୩୫ଟି ଅଧିବେଶନ ହୋଇଥିବା ବେଳେ ଓଡ଼ିଶାରୁ ୧୮୧ ଜଣ ଲେଖକ ଯୋଗ ଦେଇଥିଲେ। ୩୦ରୁ ଅଧିକ ପୁସ୍ତକ ଉନ୍ମୋଚିତ ହେବା ସହ କଳିଙ୍ଗ ଇଣ୍ଟର୍‌ନ୍ୟାସନାଲ  ଆୱାର୍ଡ, କଳିଙ୍ଗ ଲିଟେରାରି ଆୱାର୍ଡ ୟୁଥ୍ ଭଳି ସମ୍ମାନ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାକୁ ସାହିତ୍ୟର ହବ‌୍ କରିବାକୁ କେଏଲ୍‌ଏଫ୍‌ ନିରନ୍ତର ପ୍ରୟାସ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe