Advertisment

Paddy procurement: ଖରିଫ ଧାନକିଣା ସରିନି, ରବି ପାଇଁ ପଞ୍ଜୀକରଣ: ମାର୍ଚ୍ଚ ୧୦ରୁ ୨୦ ଯାଏଁ ପଞ୍ଜୀକରଣ

Advertisment

ରାଜ୍ୟ ସରକାର ଟାର୍ଗେଟ୍ ରଖିଥିଲେ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଚାଷୀଙ୍କଠାରୁ ଖରିଫ ଧାନ କିଣାଯିବ। ପ୍ରାୟ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏବେ ସୁଦ୍ଧା ୧୬,୩୩,୦୩୬ ଜଣ ଚାଷୀଙ୍କଠାରୁ ୬୯,୦୧,୧୯୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି।

ରାଜ୍ୟ ସରକାର ଟାର୍ଗେଟ୍ ରଖିଥିଲେ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଚାଷୀଙ୍କଠାରୁ ଖରିଫ ଧାନ କିଣାଯିବ। ପ୍ରାୟ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏବେ ସୁଦ୍ଧା ୧୬,୩୩,୦୩୬ ଜଣ ଚାଷୀଙ୍କଠାରୁ ୬୯,୦୧,୧୯୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି।

Paddy

Photograph: (Agriculture Post)

ଭୁବନେଶ୍ବର: ରାଜ୍ୟ ସରକାର ଟାର୍ଗେଟ୍ ରଖିଥିଲେ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଚାଷୀଙ୍କଠାରୁ ଖରିଫ ଧାନ କିଣାଯିବ। ପ୍ରାୟ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏବେ ସୁଦ୍ଧା ୧୬,୩୩,୦୩୬ ଜଣ ଚାଷୀଙ୍କଠାରୁ ୬୯,୦୧,୧୯୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି। ଆହୁରି ପ୍ରାୟ ସାଢ଼େ ୩ ଲକ୍ଷ ପଞ୍ଜୀକୃତ ଚାଷୀ ଧାନ ବିକି ନଥିବାବେଳେ ସରକାରଙ୍କ ଟାର୍ଗେଟ୍ ପୂରଣ ହେବାକୁ ଆଉ ୪ ଲକ୍ଷ ମେଟ୍ରିକ ଟନ୍ ଧାନ ଆବଶ୍ୟକ ଅଛି। ହଜାର ହଜାର ଚାଷୀଙ୍କ ଟୋକନ୍ ଲାପ୍‌ସ କରିଗଲାଣି। ଜିଲ୍ଲାସ୍ତରରେ ମିଲର୍‌ ଧାନ ଉଠାଉନଥିବାରୁ ବାହାର ଜିଲ୍ଲାର ମିଲର୍‌ଙ୍କୁ ଧାନ ଉଠାଇବାକୁ ଅନୁରୋଧ କରାଯାଉଛି। ଏମିତି ସମୟରେ ରବି ଧାନ କିଣିବା ନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେଲାଣି।

Women Empowerment: ଗାଡି ଚଳାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜିତା, ରାଣୀ

ବିଭାଗ ପକ୍ଷରୁ କୁହାଯାଇଛି ମେ’ ୧ରୁ ଜୁନ୍ ୩୦ ଯାଏଁ ରବି ଧାନ କିଣା ହେବ। ଧାନ ଏମ୍‌ଏସ୍‌ପି ୨୩୬୯ ଟଙ୍କା ବ୍ୟତୀତ ଇନପୁଟ୍ ସହାୟତା ୭୩୧ ଟଙ୍କା ମିଳିବ। ଏଥିପାଇଁ ମାର୍ଚ୍ଚ ୧୦ରୁ ୨୦ ଯାଏ ଚାଷୀଙ୍କ ପଞ୍ଜୀକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ କିଣିବାକୁ ଟାର୍ଗେଟ୍ ରଖିଛନ୍ତି। କିନ୍ତୁ ସାଢ଼େ ୩ଲକ୍ଷରୁ ଅଧିକ ଚାଷୀଙ୍କ ଧାନ ଉଠିନଥିବାବେଳେ ଏବେ ରବି ଧାନ କିଣିବାକୁ ପଞ୍ଜୀକରଣ ଆରମ୍ଭ ହେବ ଶୁଣି ଚାଷୀ ତାତିଲେଣି। ଚାଷୀ ମଣ୍ଡି ଆଗରେ ଧାନ ଗାଡ଼ି ଛିଡ଼ା କରି ପ୍ରତିବାଦ କରୁଛନ୍ତି।

ମେ’ ୧ରୁ ରବି ଧାନକିଣା
ମାର୍ଚ୍ଚ ୧୦ରୁ ୨୦ ଯାଏଁ ପଞ୍ଜୀକରଣ
ଖରିଫ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ନେହୁରା ହେଲେ ବି ସେ ସମାଧାନ କରିପାରୁନଥିବାରୁ ବିଭିନ୍ନ ସ୍ଥାନରେ ସ୍ଥିତି ଉଗ୍ର ରୂପ ଧାରଣ କଲାଣି। ମିଲର୍‌ମାନଙ୍କ ଅଭିଯୋଗ ଯେ ଗୋଦାମରେ ଧାନ ରଖିବାକୁ ଜାଗା ନାହିଁ। ଗତବର୍ଷରୁ ଯେଉଁ ସବୁ ଧାନ ଉଠିଥିଲା ତାକୁ ଏଫ୍‌ସିଆଇ ଉଠାଇନି। ଏବେ ଧାନ ଆଣିଲେ ରଖିବୁ କେଉଁଠୁ। କେବଳ ଏତିକି ନୁହେଁ, ଯେଉଁ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ସେମାନଙ୍କ ଆକାଉଣ୍ଟରେ ୪୮ ଘଣ୍ଟା ମଧ୍ୟରେ ଟଙ୍କା ଜମା କରିବାର ନିୟମ ହୋଇଥିଲେ ହେଁ ବହୁ ଚାଷୀଙ୍କ ଆକାଉଣ୍ଟରେ ଦୁଇ ତିନି ସପ୍ତାହ ହେଲା ଟଙ୍କା ଜମା ହେଉନି। ତେଣୁ ଧାନ ବିକିଥିବା ଏବଂ ଧାନ ବିକିବାକୁ ଥିବା ଚାଷୀଙ୍କ ମଧ୍ୟରେ ଏବେ ପ୍ରବଳ ଅସନ୍ତୋଷ।

GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍‌ଏଫ୍

ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ସବୁ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣା ହେବ। ମାର୍ଚ୍ଚ ୩୧ ସୁଦ୍ଧା ଖରିଫ ଧାନକିଣା ପ୍ରକ୍ରିୟା ଶେଷ ହେବ। ଏହି ସମୟ ଭିତରେ ସମସ୍ତଙ୍କ ଧାନ କିଣା ହେବ। ଚାଷୀ ବ୍ୟସ୍ତ ହୁଅନ୍ତୁନି। ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି କାରଣରୁ ଟଙ୍କା ଜମା ହୋଇନି ତା’ର ଖୁବ୍ ଶୀଘ୍ର ସମାଧାନ କରାଯିବ। ମିଲର୍‌ମାନେ ଧାନ ଉଠାଉଛନ୍ତି। ଏବେ ସୁଦ୍ଧା ମିଲର୍‌ମାନେ ୬୭,୪୨,୩୦୪ ମେଟ୍ରିକ ଟନ୍ ଧାନ ଉଠାଇଥିବାବେଳେ ମଣ୍ଡିରେ ୧,୫୮,୮୯୬ ମେଟ୍ରିକ୍‌ ଟନ୍ ଧାନ ଅଛି। ସେହିପରି ମଣ୍ଡିରେ ଏବେ ଧାନ କିଣିବାକୁ ୧,୨୩,୦୫୧ ମେଟ୍ରିକ ଟନ୍ ଅଛି। ବର୍ତ୍ତମାନ ସୁଦ୍ଧା ଏମ୍‌ଏସ୍‌ପି ବାବଦକୁ ୧୫,୫୯୧.୯୨ କୋଟି ଟଙ୍କା ଦିଆଯାଇଥିବାବେଳେ ଇନ୍‌ପୁଟ୍‌ ଆସିଷ୍ଟାନ୍ସ ବାବଦକୁ ୪,୮୧୧.୧୮କୋଟି ଟଙ୍କା ଦିଆଯାଇଛି। ଖରିଫ ଧାନ କିଣିବା ପାଇଁ ଯେଉଁ ସବୁ ଗାଇଡଲାଇନ୍ ଜାରି ହୋଇଥିଲା ତାହା ରବି ଧାନ ପାଇଁ ଲାଗୁ ହେବ। ଧାନ କଳାବଜାରୀ ରୋକିବାକୁ ସ୍ବତନ୍ତ୍ର ନଜର ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe