Shivraj Singh: ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ବଢ଼ାଇବା ପାଇଁ ବଡ଼ ଲକ୍ଷ୍ୟ ରଖିଛି: କେନ୍ଦ୍ରମନ୍ତ୍ରୀ

Advertisment

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଶ୍ରୀ ଚୌଧୁରୀ ଚରଣ ସିଂ ଜୀଙ୍କର ଜନ୍ମବାର୍ଷିକୀ ତିଥିରେ ଦେଶର ଖାଦ୍ୟ ନିରାପତ୍ତାରେ କୃଷକଙ୍କ ଅବଦାନକୁ ସମ୍ମାନିତ କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ...

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଶ୍ରୀ ଚୌଧୁରୀ ଚରଣ ସିଂ ଜୀଙ୍କର ଜନ୍ମବାର୍ଷିକୀ ତିଥିରେ ଦେଶର ଖାଦ୍ୟ ନିରାପତ୍ତାରେ କୃଷକଙ୍କ ଅବଦାନକୁ ସମ୍ମାନିତ କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ...

WhatsApp Image 2025-12-23 at 6.41.00 PM

ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଚୌଧୁରୀ ଚରଣ ସିଂ ଜୀଙ୍କର ଜନ୍ମବାର୍ଷିକୀ ତିଥିରେ ଦେଶର ଖାଦ୍ୟ ନିରାପତ୍ତାରେ କୃଷକଙ୍କ ଅବଦାନକୁ ସମ୍ମାନିତ କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର, ଦ୍ୱାରା  ୨୩ ଡ଼ିସେମ୍ବର ୨୦୨୫ ଦିନ କିଷାନ ଦିବସ ପାଳନ ହୋଇଯାଇଛି।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଅଭିଭାଷଣରେ କୃଷକଙ୍କ ଉତ୍ସର୍ଗୀକୃତ ତଥା କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ଆର୍ଥିକ ଅଭିବୃଦ୍ଧି ପଦକ୍ଷେପ, ଜଳବାୟୁ ସହନଶୀଳ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ କୃଷି ଏବଂ ଅନ୍ତର୍ଭୂକ୍ତ ନୀତି ମାଧ୍ୟମରେ ଜାତୀୟ ଖାଦ୍ୟ ନିରାପତ୍ତା ତଥା ଗ୍ରାମାଞ୍ଚଳର ସମୃଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ଏକ ସ୍ୱତନ୍ତ୍ର କଲ୍ୟାଣମୂଳକ ପଦକ୍ଷେପରୁ ସମନ୍ୱିତ ବିକାଶର ଏକ ବିସ୍ତୃତ ଉପକରଣରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।

ମହିଳା ସଶକ୍ତୀକରଣକୁ ଗୁରୁତ୍ଵ

କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ଏହି ଆଇନ ଗ୍ରାମୀଣ ଜୀବିକା ସୁରକ୍ଷାର ଢାଞ୍ଚାକୁ ଆଧୁନିକୀକରଣ ଏବଂ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ପ୍ରତ୍ୟେକ କୃଷକ, ଯେଉଁମାନେ କି କ୍ଷେତରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ I ଆଇସିଏଆର- ସିଆଇଡବ୍ଲୁଏ ର ନିର୍ଦେଶିକା ଡକ୍ଟର ମ୍ରିଦୁଲା ଦେବୀ ତାଙ୍କ ଅଭିଭାଷଣରେ କୃଷିର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଗୁରୁତ୍ତ୍ୱ ଦେଇଥିଲେ ଏବଂ ନିରନ୍ତର ତଥା ଅନ୍ତର୍ଭୂକ୍ତ କୃଷି ବିକାଶ ପାଇଁ ଗବେଷଣା, ବିସ୍ତାର ଏବଂ ଦକ୍ଷତା ବୃଦ୍ଧି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ। ଏହି ଅବସରରେ ସେ ଜଳବାୟୁ ସହନଶୀଳ ପ୍ରଯୁକ୍ତି ଏବଂ ମହିଳା ସଶକ୍ତୀକରଣକୁ ଗୁରୁତ୍ଵ ଦେବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। 

ଆହୁରି ପଢ଼ନ୍ତୁ: PESA: ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

ସଚେତନତା କାର୍ଯ୍ୟକ୍ରମ

ଏହି ଅବସରରେ ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର ଆଜୀଵିକା  ମିସନ (ଗ୍ରାମୀଣ)  ଭିବି-ଜୀ ରାମ ଜୀ-୨୨୦୫ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବିକାଶ ଗ୍ରାମ @ ୨୦୪୭ର ଜାତୀୟ ଦୃଷ୍ଟିକୋଣ ସହିତ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଏହା ଏକ କାର୍ଯ୍ୟ, ଯାହାକି ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରତି ଗ୍ରାମୀଣ ପରିବାରକୁ ୧୨୫ ଦିନର ଗ୍ୟାରେଣ୍ଟି ବେତନ ନିଯୁକ୍ତି ସୁନିଶ୍ଚିତ କରିବ। ଏହାଦ୍ବାରା ବୟସ୍କ ସଦସ୍ୟମାନେ ସ୍ବଇଚ୍ଛାରେ ଅଣକୁଶଳ ଶାରୀରିକ ଶ୍ରମ କରିବାକୁ ସକ୍ଷମ ହେବେ ଯାହାକି ଏକ ସମୃଦ୍ଧ ସ୍ଥାୟୀ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ଅଭିବୃଦ୍ଧି, ସମ୍ମିଶ୍ରଣ ଏବଂ ପରିପୂର୍ଣ୍ଣତାକୁ ପ୍ରୋତ୍ସାହିତ କରିବ। ଏହି ଉତ୍ସବରେ ୫୦୦ରୁ ଅଧିକ ମହିଳା ଚାଷୀ, ଉଦ୍ୟୋଗୀ, ଏଫପିଓ ଏବଂ ଏସଏଚଜି ସଦସ୍ୟଙ୍କ ବ୍ୟତୀତ ଜନପ୍ରତିନିଧି, ଛାତ୍ର ଛାତ୍ରୀ ଏବଂ ପ୍ରତିଷ୍ଠାନର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: Delhi Air Pollution: ଚାରିଆଡ଼େ ଧୂଆଁଧୂଆଁ... ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ପାଇଁ ରୁନ୍ଧି ହେଲାଣି ରାଜଧାନୀ, ନାକେଦମ୍ ଦିଲ୍ଲୀବାସୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe